ଭୁୁବନେଶ୍ୱର: ରାଜ୍ୟ ପ୍ରଶାସନିକା ସେବା (O A S) ପରୀକ୍ଷାରେ ଗଡ଼ମାଣତୀର ଗ୍ରାମର ଝିଅ ମନସ୍ମିତା ମହାରଣା କୃତକାର୍ଯ୍ୟ ହୋଇଛନ୍ତି । ମନସ୍ମିତା ବେଗୁନିଆ ବ୍ଲକ ଗଡ଼ମାଣତୀର ଗ୍ରାମର ବସନ୍ତ କୁମାର ମହାରଣାଙ୍କ ଝିଅ । ମନସ୍ମିତାଙ୍କ ବାପା ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ମା ଗୃହିଣୀ ଅଟନ୍ତି । ମନସ୍ମିତା ନିଜର କର୍ତ୍ତବ୍ୟନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ଗଡ଼ମାଣତୀର ସମେତ ବେଗୁନିଆ ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିଜର ଏହି ସଫଳତା ପାଇଁ ପରିବାରବର୍ଗ ଏବଂ ଗୁରୁଜନ ମାନଙ୍କୁ ସେ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ।
ଆଜି ତାଙ୍କୁ ଗଡ଼ମାଣତୀର ଗ୍ରାମର ପ୍ରତିଭା ସାହିତ୍ୟ ସଂସଦ ତରଫରୁ ଏକ ସଭା ଡକାଯାଇ ମନସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ ସଭାକୁ ପରିଚାଳନା କରିଥିଲେ ପ୍ରତିଭା ସାହିତ୍ୟ ସଂସଦର ଉପସଭାପତି ଜମ୍ବେଶ୍ୱର କହଲସିଂହ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷକ ଜମ୍ବେଶ୍ୱର ମଙ୍ଗରାଜ , ଉପଢୌକନ ଦେଇ ମନୋସ୍ମିତାଙ୍କୁ ସ୍ୱାଗତ କରିଥିଲେ ପ୍ରତିଭା ସାହିତ୍ୟ ସଂସଦ ର ସଭାପତି ବଳରାମ ରଣସିଂହ । ଏହି ସଭାରେ ପୂର୍ବତନ ପ୍ରଧାନଶିକ୍ଷକ ଗୋଦାବରୀଶ ପାଇକରାୟ , ନାରାୟଣ ମୁଦୁଲି , ବନବିହାରି ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ରାଉତରାୟ , ଅଭିମନ୍ୟୁ ମହାରଣା , ଟୁକୁନା ଅଧିକାରୀ, ଯଜ୍ଞେଶ୍ବର ସୁନ୍ଦରାୟ ଏବଂ ଗଡ଼ମାଣତୀର ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଗୁରୁଜନ ମାନେ ମନୋସ୍ମିତା ଙ୍କୁ ଆଶ୍ରିବାଦ ଦେବା ସହ କିପରି ଆଗକୁ ଆଗକୁ ବଢିବ ସେ ପ୍ରେରଣା ଦେଇଥିଲେ । ସଭା ଶେଷରେ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।