Sunday, September 27, 2026 07:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଦିବ୍ୟଶଙ୍କରଙ୍କ ରାୟପୁର ଘରେ ୩ ଥର ବୁଝାମଣା ବୈଠକ ହୋଇଥିଲା’

ବିଜୟ ମହାପାତ୍ର ଓ ସାଲୁଜାଙ୍କ ସଙ୍ଗୀନ ଅଭିଯୋଗ

by Our Correspondent
01 Nov, 2021- 10:02 PM
in Latest News, News
1 min read
0
‘ଦିବ୍ୟଶଙ୍କରଙ୍କ ରାୟପୁର ଘରେ ୩ ଥର ବୁଝାମଣା ବୈଠକ ହୋଇଥିଲା’

ଭୁବନେଶ୍ୱର: ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଅଡୁଆ ଆହୁରି ବଢ଼ିଯାଇଛି । ମମତା ମେହେର ହତ୍ୟା ଘଟଣାରେ ତାଙ୍କର ସଂପୃକ୍ତି ଅଭିଯୋଗ ଜଟିଳ ମୋଡ଼ ନେଲାଣି । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ଗଣମାଧ୍ୟମରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, ମମିତା ମେହେର ଏବଂ ଗୋବିନ୍ଦ ସାହୁଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହୁବାର ଉଦ୍ୟମ କରିଥିଲେ । ରାୟପୁରସ୍ଥିତ ତାଙ୍କ ବାସଭବନକୁ ଥରେ ନୁହେଁ ତିନି ଥର ନେଇ ବୁଝାମଣା ବୈଠକ କରିଥିଲେ । ମାତ୍ର ସମାଧାନର ରାସ୍ତା ବାହାରି ପାରି ନ ଥିଲା । ଏ ସମ୍ପର୍କରେ ଆଗକୁ ଆହୁରି ଭୟଙ୍କର ତଥ୍ୟ ସାମ୍ନାକୁ ଆସିବ । ଏବେ ମାତ୍ର ଦୁଇପୃଷ୍ଠା ଖୋଲାଯାଇଛି । ଆଗକୁ ବହୁ ପୃଷ୍ଠା ଖୋଲାଯିବ ।

ସେ ପୁଣି କହିଛନ୍ତି ସେ ଗୋବିନ୍ଦ ସାହୁ ବାରାକ୍ ରେ ଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଫୋନ୍ ରେ କଥା ହୋଇଥିଲେ । ସମସ୍ତଙ୍କ କଲ୍ ରେକର୍ଡ ବାହାର କଲେ ସବୁ ତଥ୍ୟ ସାମ୍ନାକୁ ଆସିଯିବ ।

ବିଧାୟକ ସାଲୁକା ତଥାକଥିତ ରାୟପୁର ବୈଠକ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ସେପ୍ଟେମ୍ବର ୨୦ରେ ମମିତା କଣ୍ଟାବାଂଝୀରୁ ବସ୍ ଯୋଗେ ଘରୁ ବାହାରି ମହାଲିଙ୍ଗ ଯାଇଥିଲେ । ମହାଲିଙ୍ଗରୁ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲେ । ୨୦ରୁ ୨୩ ପର୍ଯ୍ୟନ୍ତ ମନ୍ତ୍ରୀ ତାଙ୍କ କୁଲ୍ ହୋମ୍ ଆପାର୍ଟମେଣ୍ଟ ରେ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଛନ୍ତି । ଅକ୍ଟୋବର ୭ ତାରିଖରେ ମମିତାଙ୍କ ଏସବିଆଇ ଆକାଉଣ୍ଟକୁ ଗୋବିନ୍ଦ ୮ ହଜାର ଟଙ୍କା ପଠାଇଥିଲେ ବୋଲି ମଧ୍ୟ ଶ୍ରୀ ସାଲୁଜା କହିଛନ୍ତି ।

ଖାଲି ସେତିକି ନୁହେଁ, ମମିତା ହତ୍ୟା ପରେ ଜବତ ପେନଡ୍ରାଇଭ୍, ଲାପଟନ୍ ରେ ବହୁ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ୍ ପ୍ରମାଣ ରହିଛି ଏବଂ ପୁଲିସ ଏହାକୁ ଲୁଚାଉଛି ବୋଲି ସାଲୁଜା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ରାୟପୁର ଆପାର୍ଟମେଣ୍ଟରେ ମମିତା ଓ ଗୋବିନ୍ଦଙ୍କ ମଧ୍ୟରେ ମିଳାମିଶା ବୈଠକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ବିଜୟ ମହାପାତ୍ର ଅଭିଯୋଗ କରିଥିଲେ । ପରେ ଏହି ସମାନ କଥା ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଇତିମଧ୍ୟରେ ମମିତା ହତ୍ୟା ଅପରାଧ ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ପ୍ରତିଦିନ ନୂଆ ଅଭିଯୋଗ ଯୋଡି ହେଉଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ମାମଲାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର, ଗିରଫ ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ର ହେବାର ଲାଗିଛି । କଂଗ୍ରେସ ପକ୍ଷରୁ ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଗଲାଣି । ବିଜେଡ଼ି ଏହାର କାଉଣ୍ଟର୍ ଜବାବ ଦେଉଛି ତେଲ ଦର ବୃଦ୍ଧିର ପ୍ରତିବାଦ କରି ।

Previous Post

ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନସ୍ମିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Next Post

କୁଚିଣ୍ଡାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Next Post
କୁଚିଣ୍ଡାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କୁଚିଣ୍ଡାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA