ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏବଂ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଂଗ୍ରେସ ନେତୃମଣ୍ଡଳୀ ମାନଙ୍କ ବୈଠକରେ “ଭାରତ ଯୋଡ ଯାତ୍ରା- ଓଡିଶା” ସମ୍ପର୍କରେ ଏହି ଦୁଇ ବରିଷ୍ଠ କେନ୍ଦ୍ରୀୟ ନେତା ବିଚାର ବିମର୍ଶ କରିବେ ।
ଏହାପରେ ଦିନ ୧୨ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବେ। ଏଥି ସାଙ୍ଗକୁ ଗଣମାଧ୍ୟମ ବିଭାଗର ଏକ ସ୍ୱତନ୍ତ୍ର ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମର ରହିଛି।








