ଭୁୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର ‘ଭାରତ ଯୋଡ’ ଯାତ୍ରା ଆସନ୍ତା ଅକ୍ଟୋବର ୩୧ ତାରିଖରେ ଆରମ୍ଭ ହେବ । ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ । ୨୦ ଟି ସଂସଦୀୟ କ୍ଷେତ୍ରରେ ୨୨୫୦ କିଲୋମିଟର ପଦଯାତ୍ରା ହେବ । କେବଳ କଂଗ୍ରେସ କର୍ମୀ ନୁହଁନ୍ତି, ସାମାଜିକ କର୍ମୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ।
ଓଡ଼ିଶାରେ ଭାରତ ଯୋଡ ଯାତ୍ରାର ଆୟୋଜନ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦିଆଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ପଦଯାତ୍ରା ଆୟୋଜନ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ ।








