Wednesday, July 1, 2026 04:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ବିଧାୟକ ବିଷ୍ଣୁ ସେଠୀ

ବିଭିନ୍ନ ମହଲରେ ଶୋକର ଛାୟା

by Our Correspondent
19 Sep, 2022- 10:45 AM
in Latest News, News
1 min read
0
ଆରପାରିରେ ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିଜେପିର ଟାଣୁଆ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଆଉ ନାହାନ୍ତି । ଏମସର ଆଇସିୟୁରେ ମାସେ ହେଲା ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭.୪୫ ମିନିଟ୍ ରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା । ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ସବୁଆଡ଼େ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀ ସେଠୀ ପ୍ରାୟ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା । ମାସେ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏମସ୍ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଅବସ୍ଥାରେ କୌଣସି ସୁଧାର ଆସି ନ ଥିଲା । କିଛି ଦିନ ତଳେ ଫୁସଫୁସ୍ ସଂକ୍ରମଣ ଏବଂ ବ୍ରେନ ଷ୍ଟ୍ରୋକ୍ ର ଶିକାର ହୋଇଥିଲେ । ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ କ୍ରମଶଃ ସଂକ୍ରମଣ ବ୍ୟାପିଥିଲା । ଆଜି ସକାଳେ ସେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ ।

ବିଷ୍ଣୁ ସେଠୀ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ୧୯୬୧ ମସିହା ଜୁନ୍ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ଜଣେ ମେଧାବୀ ଛାତ୍ର ଭାବେ ସେ ଜଣାଶୁଣା ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ସେ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ଚାକିରିରେ ଯୋଗଦେଇ ନ ଥିଲେ । ଛାତ୍ରାବସ୍ଥାରୁ ଆରଏସଏସ ସହିତ ଜଡ଼ିତ ବିଷ୍ଣୁ ବାବୁ ସମାଜସେବା ଏବଂ ସାମ୍ବାଦିକତା ଆଡକୁ ମନ ବଳାଇଥିଲେ । ତାଙ୍କ ସମ୍ପାଦନାରେ ମାସିକ ପତ୍ରିକା ‘ଘାସଫୁଲ’ ପ୍ରକାଶ ପାଉଥିଲା ।

୨୦୦୦ ମସିହାରେ ଚାନ୍ଦବାଲି ବିଧାନସଭା ଆସନରୁ ସେ ବିଜେପି ଟିକେଟ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ । ୨୦୦୬ ମସିହାରେ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ଭଦ୍ରକ ଜିଲ୍ଲା ବିଜେପି ସଭାପତି ଏବଂ ବିଜେପି ଏସସି ମୋର୍ଚ୍ଚାର ଉପସଭାପତି ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ୨୦୧୯ ନିର୍ବାଚନରେ ସେ ଧାମନଗର ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ତାଙ୍କୁ ଗୁରୁ ଦାୟିତ୍ୱ ମିଳିଥିଲା ।

ଜଣେ ଖୁସି ମିଜାଜ ଓ ସୃଜନଶୀଳ ରାଜନେତା ଥିଲେ ଶ୍ରୀ ସେଠୀ । ବିିଧାନସଭାରେ ନିଜର ବଳିଷ୍ଠ ଯୁକ୍ତି ଓ ରଚନାତ୍ମକ ବ୍ୟଙ୍ଗ ଛଳରେ ସରକାରଙ୍କୁ ଅଡୁଆରେ ପକାଉଥିଲେ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଗଠନମୂଳକ ପରାମର୍ଶ ମଧ୍ୟ ଦେଉଥିଲେ । ସାହିତ୍ୟ ଅନୁରାଗୀ ଶ୍ରୀ ସେଠୀ ଅନେକ ସମୟରେ ବିଧାନସଭାରେ କବିତା ଛଳରେ ନିଜର ବକ୍ତବ୍ୟ ରଖୁଥିଲେ । ବେଶ ସରଳ ଓ ସାବଲୀଳ ଢ଼ଙ୍ଗରେ ନିଜର ଯୁକ୍ତି ଉପସ୍ଥାପନ କରୁଥିଲେ । ଜଣେ ଅମାୟିକ ବ୍ୟକ୍ତି ଓ ଦକ୍ଷ ରାଜନେତା ଭାବେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ ।

ଶ୍ରୀ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ସବୁ ଦଳର ବିଧାୟକ, ସାଂସଦମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।

Previous Post

ଭାରତ ଯୋଡ: ଅକ୍ଟୋବର ୩୧ରୁ ୨୨୫୦ କିମି ପଦଯାତ୍ରା

Next Post

ଆଉ ବର୍ଷକରେ ଏସସିବିର ନୂଆ ରୂପ

Next Post
ଆଉ ବର୍ଷକରେ ଏସସିବିର ନୂଆ ରୂପ

ଆଉ ବର୍ଷକରେ ଏସସିବିର ନୂଆ ରୂପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA