Sunday, June 28, 2026 02:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ସମ୍ମାନ

by Our Correspondent
22 Jun, 2024- 07:43 PM
in Latest News, News
1 min read
0
ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଇଣ୍ଡିଆନ୍‍ ସୋସାଇଟି ଫର୍‍ ଟେକ୍‍ନିକାଲ୍‍ ଏଜୁକେସନ୍‍ (ଆଇଏସଟିଇ)ର ୫୩ତମ ଜାତୀୟ ବାର୍ଷିକ ସମ୍ମିଳନୀରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଇଏସଟିଇର କାର୍ଯ୍ୟକାରୀ ସମ୍ପାଦକ ଡ଼.ଏସ୍‍.ଏମ୍‍.ଅଲ୍ଲୀ ଏବଂ କୋଷାଧ୍ୟକ୍ଷ ପ୍ରଫେସର ଜି. ମାଲାସେଠୀଙ୍କ ଉପସ୍ଥିତିରେ ଆଇଏସଟିଇର ସଭାପତି ପ୍ରଫେସର ପ୍ରତାପ ସିଂ କାକାସାହେବ ଦେଶାଇ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି ।

ଏହାଛଡ଼ା ସବୁଜ ପ୍ରୟାସ ନିମନ୍ତେ କିଟ୍‍କୁ ମଧ୍ୟ ଆଇଏସଟିଇ ଜାତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍‍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷରେ ଶ୍ରେଷ୍ଠ ପ୍ରଶାସକ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହଙ୍କୁ ଆଏଏସଟିଇ ଜାତୀୟ ଶ୍ରେଷ୍ଠ ପ୍ରଶାସକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିବା ଅବସରରେ ଶ୍ରୀ ସାମନ୍ତ କହିଲେ, କୌଣସି ବ୍ୟକ୍ତି ନିଷ୍ଠାର ସହ କୌଣସି ଭଲକାମ କଲେ ତାଙ୍କୁ ଯଦି ଉତ୍ସାହିତ ଓ ପ୍ରଶଂସା କରାଯାଏ ତେବେ ସେହି ବ୍ୟକ୍ତିଙ୍କୁ ଭରପୂର ଆନନ୍ଦ ମିଳିଥାଏ । ଏହି ସମ୍ମାନ ଦିଆଯାଇଥିବାରୁ ଶ୍ରୀ ସାମନ୍ତ ତେଣୁ ଆଇଏସଟିଇକୁ ନିଜର କୃତଜ୍ଞତା ଜଣାଇଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଆଇଏସଟିଇର ଦୁଇଦିନିଆ ୫୩ତମ ବାର୍ଷିକ ସମ୍ମିଳନୀ ଉଦ୍‍ଘାଟିତ ହୋଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ‘ବିକଶିତ ଭାରତ୨୦୪୭: ଉଚ୍ଚଶିକ୍ଷା ସହ ସମନ୍ୱୟ’ ରଖାଯାଇଛି । ସମ୍ମିଳନୀରେ ଦେଶର ବହୁ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରାଯାଇ ସଂସ୍କାର ଅଣାଯାଇପାରିବ ଏବଂ ଉଚ୍ଚ ଶିକ୍ଷା ସହ ସମନ୍ୱୟ ରକ୍ଷା କରାଯାଇ କିପରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଏବଂ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼. ପି.କେ. ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ୫ଜଣ ବିଶିଷ୍ଠ ବୈଷୟିକ ଶିକ୍ଷାବିତ୍‍ ଆଇଆଇଟି, ଦିଲ୍ଲୀର ନିଦ୍ଦେର୍ଶକ ପ୍ରଫେସର ରଙ୍ଗନ୍‍ ବାନାର୍ଜୀ, ଅବସରପ୍ରାପ୍ତ ମେଜର ଜେନେରାଲ୍‍ ମହେଶ କୁମାର ହାଡ଼ା, ଏଆଇସିଟିଇ ପରାମର୍ଶଦାତା ପ୍ରଫେସର ରାଜେନ୍ଦ୍ର ବଳିରାମ କାକଡ଼େ, ବିଶ୍ୱେଶରାୟା ବୈଷୟିକ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ବାସବାରାଜ ଗାଡଗେ, ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ପରାମର୍ଶଦାତା ଡ. ଅନିଲ କୁମାରଙ୍କୁ ଆଇଏସଟିଇ ଫେଲୋସିପ୍‍ ପ୍ରଦାନ କରାଯାଇଥିଲା ।

Previous Post

ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ : ସୋଆକୁ ୭ଟି ସମ୍ମାନ

Next Post

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ନିଜ ଜିଲ୍ଲାରେ ମୋହନ

Next Post
ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ନିଜ ଜିଲ୍ଲାରେ ମୋହନ

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ନିଜ ଜିଲ୍ଲାରେ ମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA