ଭୁବନେଶ୍ୱର: ହାମଗାର୍ଡମାନଙ୍କ ଦୁଃଖ ବୁଝିଛନ୍ତି ରାଜ୍ୟ ସରକାର । ସେମାନଙ୍କ ଡ୍ୟୁଟି କଲ୍ ଅପ୍ ଆଲାଉନ୍ସ (Duty Call Up Allowance) ରେ ୩୮ ପ୍ରତିଶତ ବୃଦ୍ଧି କରାଯାଇଛି । ଏବେ ହୋମଗାର୍ଡମାନେ ଏ ବାବଦରେ ମାସକୁ ଭତ୍ତା ପାଇବେ ୧୨, ୪୮୦ ଟଙ୍କା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରହଣ ହୋଇଥିବା ଏହି ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ବାଜିଛି ।
ପୂର୍ବରୁ ଗୃହରକ୍ଷୀମାନଙ୍କୁ Duty Call Up Allowance ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିଲା । ଏଥିରେ ୩୮ ପ୍ରତିଶତ ବୃଦ୍ଧି ହୋଇଥିବାରୁ ସେମାନଙ୍କର ଦୈନିକ ପାଉଣା ୪୧୬ ଟଙ୍କା ହୋଇଛି । ଏହାଦ୍ୱାରା ସେମାନଙ୍କ Duty Call Up Allowance ଭାବରେ ମାସିକ ୧୨,୪୮୦ ଟଙ୍କା ମିଳିବ । ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ସେମାନେ ପୂର୍ବବତ୍ ପାଇବେ ।