Monday, June 22, 2026 11:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଘୋଷଣାକୁ ଅପେକ୍ଷା

ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ

by Our Correspondent
24 May, 2022- 12:06 PM
in Latest News, News
1 min read
0
ନବୀନଙ୍କ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଜି ଏହି ବିଜ୍ଞପ୍ତି ଜାରି ହୋଇଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଏବଂ ଡ. ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ସରୁଥିବାରୁ ସେମାନଙ୍କ ଜାଗାରେ ନିର୍ବାଚନ ଅନୁଷ୍ଠିତ ହେବ ।

ବିଜ୍ଞପ୍ତି ଅନୁଯାୟୀ, ଆଜି ଅର୍ଥାତ୍ ମେ’ ୨୪ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ଦିନ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାନସଭା ସଚିବାଳୟର କନଫରେନ୍ସ ହଲ୍ ରେ ମନୋନୟନପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଜୁନ୍ ୧ ପୂର୍ବାହ୍ନ ୧୧.୩୦ ମିନିଟ୍ ରେ ଦାଖଲ ହୋଇଥିବା ମନୋନୟନପତ୍ର ଯାଞ୍ଚ କରାଯିବ ।

ଜୁନ୍ ୩ ତାରିଖ ଅପରାହ୍ନ ୩ଟା ମଧ୍ୟରେ ମନୋନୟନପତ୍ର ପ୍ରତ୍ୟାହାର କରାଯାଇପାରିବ ।

ଆବଶ୍ୟକ ହେଲେ ଜୁନ୍ ୧୦ ତାରିଖ ଦିନ ପୂର୍ବାହ୍ନ ୯ରୁ ଅପରାହ୍ନ ୪ ଟା ମଧ୍ୟରେ ବିଧାନସଭା ସଚିବାଳୟର ୫୪ ନଂ କମିଟି ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବ ।

ପୂର୍ବରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁବାସ ସିଂହଙ୍କ ଇସ୍ତଫା ଯୋଗୁଁ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ମେ’ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ଜୁନ୍ ୩ ରେ ମନୋନୟନପତ୍ର ଯାଞ୍ଚ ଏବଂ ଜୁନ୍ ୬ ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି । ଆବଶ୍ୟକ ହେଲେ ଜୁନ୍ ୧୩ ତାରିଖରେ ଭୋଟ ହେବ ।

ଏହିଭଳି ଭାବେ ମୋଟାମୋଟି ୪ ଟି ରାଜ୍ୟସଭା ଆସନ ପୂରଣ ହେବ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତରେ ୪ ଟି ଯାକ ଆସନ ରହିବାରେ କିଛି ବି ଅସୁବିଧା ନାହିଁ । ତେବେ ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ମଧ୍ୟ ବିଜେଡି-ବିଜେପି ସହମତିରେ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସେ ଯାହା ହେଉ, ଏହି ୪ ଟି ରାଜ୍ୟସଭା ଆସନ ପାଇଁ ବିଜେଡ଼ିରୁ ଡର୍ଜନରୁ ଅଧିକ ନେତାଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ବାସ୍ତବ କଥା ହେଉଛି, ମିଡିଆରେ ହେଉଥିବା ଏସବୁ ଚର୍ଚ୍ଚାର କୌଣସି ଆଧାର ହିଁ ନାହିଁ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଆକଳନ କରିବା କାହାରି ପକ୍ଷେ ସମ୍ଭବ ନୁହେଁ । ଅତୀତରେ ବାରମ୍ବାର ଏହା ପ୍ରମାଣିତ ହୋଇଛି । ସୁତରାଂ ନବୀନଙ୍କ ଘୋଷଣାକୁ ସମସ୍ତଙ୍କର ଅପେକ୍ଷା ରହିଛି । ୨୯ ତାରିଖ ସୁଦ୍ଧା ନାଁ ଘୋଷଣା ହୋଇଯିବ ବୋଲି ବିଜେଡି ମହଲରୁ ଶୁଣାଯାଉଛି ।

Previous Post

ଓରିହୋମ୍ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ

Next Post

ସ୍କୁଲ ପିଲାଙ୍କୁ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା

Next Post
ସ୍କୁଲ ପିଲାଙ୍କୁ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା

ସ୍କୁଲ ପିଲାଙ୍କୁ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA