Tuesday, May 13, 2025 09:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍କୁଲ ପିଲାଙ୍କୁ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା

୯୦ ସ୍କୁଲରେ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

by Our Correspondent
24 May, 2022- 06:28 PM
in Latest News, News, Sports
1 min read
0
ସ୍କୁଲ ପିଲାଙ୍କୁ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା

ଭୁବନେଶ୍ୱର: ସ୍କୁଲ ସମୟରୁ ପିଲା ଅଲିମ୍ପିକ ମୂଲ୍ୟବୋଧ କ’ଣ ଜାଣିବେ । ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷା ସହ କ୍ରୀଡ଼ାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝିବେ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଅଲିମ୍ପିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଯୋଜନା ଆରମ୍ଭ ହୋଇଛି । ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ କମିଟି(ଆଇଓସି) ସହଭାଗିତାରେ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ମୋଡ୍ ରେ ଶୁଭାରମ୍ଭ କରିଛନ୍ତି । ପାଇଲଟ୍ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲକୁ ନିଆଯାଇଥିଲା ବେଳେ ଆଗାମୀ ଦିନରେ ଅନ୍ୟ ସ୍କୁଲଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ସାରା ଦେଶରେ ଏକ ନୂଆ ଅଲିମ୍ପିକ ଅଭିଯାନର ଏହା ଅୟମାରମ୍ଭ । ଏହି କାର୍ଯ୍ୟକ୍ରମ ଜରିଆରେ ଆମ ପିଲାମାନେ ଅଲିମ୍ପିକର ଅନୁଭବ ପାଇପାରିବେ । ପରଷ୍ପରକୁ ସମ୍ମାନ, ବନ୍ଧୁତ୍ୱର ଭାବ ଏବଂ ଉତ୍କର୍ଷତା ହାସଲର ବିଦ୍ୟା ହାସଲ କରିପାରିବେ ।

ଛାତ୍ରମାନଙ୍କ ଶିକ୍ଷା ଏବଂ ବ୍ୟକ୍ତିତ୍ୱ ବିକାଶରେ କ୍ରୀଡ଼ାର ଭୂମିକାକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଭାରତରେ ଓଡ଼ିଶା ଏକ ବୃହତ୍ତ ସ୍ପୋର୍ଟସ୍ ହବ ଭାବେ ଉଭା ହୋଇଛି । ସହଭାଗିତାରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଅଲିମ୍ପିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଯୋଜନାରେ ଆଇଓସିର ସହଭାଗିତା ପାଇଁ ଧନ୍ୟବାଦ ଦେଇଥିଲେ ।

ଓଡ଼ିଶାରେ କ୍ରୀଡ଼ାର ବିକାଶରେ ସହଭାଗିତା ପାଇଁ ଆଇଓସି ସଦସ୍ୟ ଶ୍ରୀମତୀ ନୀତା ଅମ୍ବାନୀ, ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା, ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଓସି ଶିକ୍ଷା କମିସନ ଅଧ୍ୟକ୍ଷ ଶ୍ରୀମତୀ ମିକାଏଲା ସି. ଜାୱରସ୍କି, ଆଇଓସି ସଂସ୍କୃତି ଓ ଐତିହ୍ୟ କମିଟି ନିଦେ୍ର୍ଦଶକ ଶ୍ରୀମତୀ ଆଞ୍ଜେଲିଟା, ଆଇଓସି ସଦସ୍ୟ ଶ୍ରୀମତୀ ଅମ୍ବାନୀ, ଅଲିମ୍ପିଆନ ଶ୍ରୀ ବିନ୍ଦ୍ରା, ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ଶ୍ରୀ ବାତ୍ରା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀମତୀ ଅମ୍ବାନୀ କହିଥିଲେ, ସବୁ ଛୁଆ ଯଦିଓ ଅଲିମ୍ପିଆନ୍ ହୋଇପାରିବେନି କିନ୍ତୁ ସମସ୍ତେ ଏଥିରୁ ଶିକ୍ଷାଲାଭ କରିପାରିବେ । ବର୍ତ୍ତମାନ ସମୟରେ ଓଡ଼ିଶା ସ୍ପୋର୍ଟସ୍ ହବ୍ ହୋଇଥିବା ସେ ପ୍ରକାଶ କରିବା ସହ ଦେଶରେ ଅଲିମ୍ପିକ ଶିକ୍ଷା ଅଭିଯାନରେ ସେ ସାମିଲ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ଓଡ଼ିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ମଧ୍ୟ ବକ୍ତବ୍ୟ ରଖିଥିଲେ । ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ଭିନୀଲ୍ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ନବୀନଙ୍କ ଘୋଷଣାକୁ ଅପେକ୍ଷା

Next Post

କଂଗ୍ରେସ ଛାଡ଼ିଲେ କପିଲ ସିବଲ୍

Next Post
କଂଗ୍ରେସ ଛାଡ଼ିଲେ କପିଲ ସିବଲ୍

କଂଗ୍ରେସ ଛାଡ଼ିଲେ କପିଲ ସିବଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA