ଭୁୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ଗୀତା ମେହେଟ୍ଟା ଆଉ ନାହାନ୍ତି । ନୂଆଦିଲ୍ଲୀରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେ ହେଉଛନ୍ତି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକମାତ୍ର ଝିଅ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଭଉଣୀ । ତାଙ୍କୁ ୮୦ ବର୍ଷ ହୋଇଥିଲା ।
ବିଜୁ ପଟ୍ଟନାୟକ ଏବଂ ଜ୍ଞାନ ପଟ୍ଟନାୟକଙ୍କର ଦ୍ୱିତୀୟ ସନ୍ତାନ ଥିଲେ ଗୀତା ମେହେଟ୍ଟା । ୧୯୪୩ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଭାରତରେ ଶିକ୍ଷା ଲାଭ କରିବା ପରେ ସେ ବି୍ରଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ଏକାଧିକ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଥିଲା । ଏକାଧାରରେ ସେ ଲେଖିକା, ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାତା ଏବଂ ସାମ୍ବାଦିକ ଥିଲେ । ତାଙ୍କ ଦ୍ୱାରା ରଚିତ ୫ଟି ଯାକ ପୁସ୍ତକ ଅନ୍ତର୍ଜାତୀୟସ୍ତରରେ ଚହଳ ସୃଷ୍ଟି କରିଥିଲା । ସେଗୁଡ଼ିକ ହେଉଛି, କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ରାଜ ଏବଂ ଦ ଏଟରନାଲ୍ ଗଣେଶ ।
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶକ ସୋନି ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ । ୨୦୧୯ ମସିହାରେ ସ୍ୱାମୀଙ୍କର ମୃତୁ୍ୟ ହୋଇଥିଲା ।
ଗୀତା ମେହେଟ୍ଟାଙ୍କ ମୃତ୍ୟୁରେ ସବୁଆଡ଼େ ଶୋକର ଛାୟା ଖେଳିଯାଇଛି ।