Wednesday, April 22, 2026 02:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

‘ସମ୍ବାଦ’ ଅଫିସରେ ଇଓଡବ୍ଲୁ ଟିମ୍

ମାମଲାରୁ ବର୍ତ୍ତିବା ପାଇଁ ଚାପ କୌଶଳ

by Our Correspondent
18 Sep, 2023- 03:19 PM
in Crime, Latest News, News
1 min read
0
‘ସମ୍ବାଦ’ ଅଫିସରେ ଇଓଡବ୍ଲୁ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର ‘ସମ୍ବାଦ’ ଅଫିସରେ ପଶିଛି ଇଓଡବ୍ଲୁ ଟିମ୍ । ଇଓଡବ୍ଲୁର ଏକ ୧୨ ଜଣିଆ ଟିମ୍ ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ସମ୍ବାଦ ଅଫିସରେ ପଶି ଛାନଭିନ୍ କରୁଛି । ଏହି ଟିମ୍ ରେ ଅଛନ୍ତି ୪ ଜଣ ଡିଏସପି ଏବଂ ୬ ଜଣ ଇନସପେକ୍ଟର । ସମ୍ବାଦ କର୍ମଚାରୀଙ୍କୁ ଠକେଇ ଓ ଜାଲିଆତି କରି ବ୍ୟାଙ୍କ ଋଣ ମାମଲାରେ ଏହି ଚଢ଼ଉ ହୋଇଛି ।

‘ସମ୍ବାଦ’ ମାଲିକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆସିଛି ଋଣ ଠକେଇ ଓ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ । ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତାଙ୍କ ବିରୋଧରେ ଆଇପିସି ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦ ଓ ୧୨୦(ଖ)ରେ ମାମଲା ରୁଜୁ କରିଛି । ସଂସ୍ଥାର ମାନବ ସମ୍ବଳ(ଏଚଆର) ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ନାଁରେ ମଧ୍ୟ ସମାନ ଦଫା ଲାଗିଛି ।

ଗତକାଲି ଇଓଡବ୍ଲୁରେ ମାମଲା ରୁଜୁ ହେବା ପରେ ଛାନଭିନ୍ ଆରମ୍ଭ ହୋଇଥିଲା । ୧ ନମ୍ବର ଅଭିଯୁକ୍ତ ସୌମ୍ୟ ପଟ୍ଟନାୟକଙ୍କୁ ସମ୍ଭାବ୍ୟ ଜେରା ସଂକ୍ରାନ୍ତରେ କୌଣସି ସୂଚନା ମିଳି ନ ଥିବା ବେଳେ ଦୁଇ ନମ୍ବର ଅଭିଯୁକ୍ତ ବୈଜୟନ୍ତୀ କର ଇଓଡବ୍ଲୁ ହାଜିରା ନୋଟିସକୁ ମାନିନାହାନ୍ତି । ତେବେ ଖବରକାଗଜର ପ୍ରକାଶକ ତଥା ସିଇଓ କମଳାକାନ୍ତ ମହାପାତ୍ରଙ୍କୁ ସଂଧ୍ୟାରେ ଇଓଡବ୍ଲୁ ଅଫିସକୁ ଡକାଯାଇ ପ୍ରାୟ ତିନି ଘଣ୍ଟା କାଳ ଜେରା କରାଯାଇଥିଲା ।

ଆଗକୁ ଇଓଡବ୍ଲୁ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କର ନଜର ଥିବା ବେଳେ ଆଜି ‘ସମ୍ବାଦ’ ଖବରକାଗଜର ପ୍ରଥମପୃଷ୍ଠାରେ ‘କଣ୍ଠରୋଧ କରିବାକୁ ଚାପ କୌଶଳ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଛି । ସୌମ୍ୟ ଓ ତାଙ୍କ ସମୁଦି ତପନ ମହାନ୍ତିଙ୍କ ବିରୋଧରେ ଚାପ ପକାଇ ଇଓଡବ୍ଲୁ ମାମଲା କରାଯାଇଛି ବୋଲି ଏହି ଖବରରେ ଦାବି କରାଯାଇଛି । ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବିରୋଧରେ ସମ୍ପାଦକୀୟ ଲେଖାଯିବାରୁ ପ୍ରତିଶୋଧ ପରାୟଣ ହୋଇ ସୌମ୍ୟଙ୍କ ଉପରେ ଦାଉ ସାଧିବା ଆରମ୍ଭ ହୋଇଥିବା କୁହାଯାଇଛି ।

ମୋଟାମୋଟି ଭାବେ ନିଜ ଖବରକାଗଜ ଜରିଆରେ ସୌମ୍ୟବାବୁ ଏହା ଜଣାଇବାକୁ ଚାହିଁଛନ୍ତି ଯେ ମୁଁ କି ମୋ ସମୁଦି କିଛି ଭୁଲ୍ କରିନୁ । ଆମକୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି । ଆମକୁ ସମସ୍ତେ ସମର୍ଥନ କର । ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମକୁ ବିରୋଧ କର ।

ତେବେ ନିର୍ଦ୍ଦିଷ୍ଟ ଭାବେ ଋଣ ଠକେଇ ଓ ଜାଲିଆତି ମାମଲାକୁ ନେଇ ସୌମ୍ୟବାବୁ କେତେ ବିଚଳିତ ତାହା ସେହି ଖବରରେ ଦେଖିବାକୁ ମିଳିଛି । ସତ ଘଟଣା ଆପେ ବାହାରି ଆସିଛି । ଅଭିଯୋଗକାରୀଙ୍କ ଉପରେ ଚାପ ପକାଇ ଇଓଡବ୍ଲୁରେ ମିଛ ମାମଲା କରାଯାଇଥିବା ପ୍ରଥମେ ଉଲ୍ଲେଖ କରାଯାଇଥିବା ବେଳେ ବହୁ ବର୍ଷ ପୂର୍ବରେ କରାଯାଇଥିବା ଋଣ( ଯାହାକୁ ସୁଝା ସରିଛି) ସଂକ୍ରାନ୍ତୀୟ ଏକ ଘଟଣାକୁ ଉଦ୍ଦେଶ୍ୟମୂଳକ ଭାବେ ଆଗକୁ ଅଣାଯାଇଥିବା କୁହାଯାଇଛି ।

ତେବେ ଏହି ଋଣ କ’ଣ ଓ କାହିଁକି ତାହା ଏହି ଖବରରେ ଚାପି ଦିଆଯାଇଛି । କିନ୍ତୁ କର୍ମଚାରୀଙ୍କ ନାଁରେ ଋଣ କରାଯାଇଥିଲା ବୋଲି ପ୍ରକାରାନ୍ତରେ ସ୍ୱୀକାର କରାଯାଇଛି । ତେବେ ସେଥିରେ ମାଲିକଙ୍କୁ ନିଦେ୍ର୍ଦାଷ ଦେଖାଇବା ପାଇଁ ଗୋଟିଏ ଧାଡ଼ି ସଫେଇ ଦିଆଯାଇଛି । କର୍ମଚାରୀଙ୍କ ଋଣ ପଛରେ ସୌମ୍ୟରଞ୍ଜନଙ୍କର କୌଣସି ଭୂମିକା ନ ଥିଲା ବୋଲି କୁହାଯାଇଛି ।

ସାଧାରଣରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ତାହାହେଲେ କ’ଣ ସୌମ୍ୟବାବୁଙ୍କ ଅଜାଣତରେ ତାଙ୍କ କର୍ମଚାରୀଙ୍କ ନାଁରେ ବ୍ୟାଙ୍କ ଋଣ ଉଠାଯାଇଥିଲା । ସୌମ୍ୟ କ’ଣ ତାଙ୍କ ସହଯୋଗୀଙ୍କ ଉପରକୁ ଦୋଷ ଖସାଇବାକୁ ଚାହିଁଛନ୍ତି କି?

ସେପଟେ ସୌମ୍ୟଙ୍କ ଝିଅ ତଥା କନକ ଟିଭି ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସୋସିଆଲ୍ ମିଡିଆରେ ବାପାଙ୍କ ସମର୍ଥନ ଯୋଗାଡ଼ରେ ବାହାରିଛନ୍ତି । ୫-ଟି ସଚିବ ପାଣ୍ଡିଆନଙ୍କୁ ସେ ଟାର୍ଗେଟ୍ କରି ଅନେକ କଥା ଲେଖିଛନ୍ତି । ତେବେ ତାଙ୍କୁ ଅନେକ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଛି ।

ସୂଚନାଯୋଗ୍ୟ, ସମ୍ବାଦ ଋଣ ଘୋଟାଲା ପଦାକୁ ଆଣିଥିବା ଅଭିଯୋଗକାରୀ ପୂର୍ବତନ କର୍ମଚାରୀଜଣଙ୍କ ଆଜି ଗଣମାଧ୍ୟମରେ ମୁହଁ ଖୋଲି ସମ୍ବାଦରେ ତାଙ୍କ ନିର୍ଯ୍ୟାତନାର କାହାଣୀ ବର୍ଣ୍ଣନା କରିଛନ୍ତି । ସେଠି ଋଣ କାଗଜରେ ଦସ୍ତଖତ କରିବାକୁ ମନା କଲେ କିଭଳି ଚାକିରି ଚାଲିଯିବାର ଧମକ ଦିଆଯାଏ ବର୍ଣ୍ଣନା କରିଛନ୍ତି । ଖାଲି ସେତିକି ନୁହେଁ ଉପରିସ୍ଥ ଅଧିକାରୀଙ୍କୁ ତେଲ ମାରି ନ ପାରିଲେ କିଭଳି ଦହଗଞ୍ଜ ଓ ନିର୍ଯ୍ୟାତିତ ହେବାକୁ ପଡ଼େ ସେକଥା ବି କହିଛନ୍ତି । ସୌମ୍ୟବାବୁ ଯାହା କହନ୍ତି ଆଚରଣରେ ସମ୍ପୂର୍ଣ୍ଣ ଓଲଟା ବୋଲି ସେ କହିଛନ୍ତି ।

 

Previous Post

ଗୀତା ମେହେଟ୍ଟାଙ୍କ ପରଲୋକ

Next Post

‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା

Next Post
‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା

'ସମ୍ବାଦ' ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA