Wednesday, April 22, 2026 04:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା

ସମ୍ବାଦ ଅଫିସରେ ଇଓଡବ୍ଲୁର ଛାନଭିନ୍

by Our Correspondent
18 Sep, 2023- 10:42 PM
in Latest News, News
1 min read
0
‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା

ଭୁବନେଶ୍ୱର: ‘ସମ୍ବାଦ’ କର୍ମଚାରୀଙ୍କ ନାଁରେ ବଳପୂର୍ବକ ବ୍ୟାଙ୍କ ଋଣ ମାମଲାରେ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଏକ ୧୨ ଜଣିଆ ଟିମ୍ ସମ୍ବାଦ ଅଫିସ୍ ରେ ଛାନଭିନ୍ କରିଥିଲେ । ପ୍ରାୟ ୭ ଘଣ୍ଟାର ଛାନଭିନ୍ ବେଳେ ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେମାନଙ୍କ ହାତରେ ଲାଗିଛି । ସେଗୁଡ଼ିକୁ ଜବତ କରାଯାଇଛି । ଇତିମଧ୍ୟରେ ସମ୍ବାଦ ଋଣ ଜାଲିଆତି ନେଇ ଅଭିଯୋଗ ସଂଖ୍ୟା ୧ ରୁ ବଢ଼ି ୨୦ ରେ ପହଞ୍ଚିଲାଣି । ଇଓଡବ୍ଲୁ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ଏହି ସୂଚନା ଦିଆଯାଇଛି ।

ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ହୋଇଛି । ତାଙ୍କର ଅଭିଯୋଗ ହେଉଛି, ତାଙ୍କ ନାଁରେ ସମ୍ବାଦ ବଳପୂର୍ବକ ୫ ଲକ୍ଷ ଲୋନ୍ ଉଠାଇଛି । ଜାଲ୍ କାଗଜପତ୍ରରେ ଦସ୍ତଖତ କରାଇ ଏହି ଲୋନ୍ ଉଠାଯାଇଛି । କେବଳ ସେ ନୁହଁନ୍ତି, ୩୦୦ ରୁ ଅଧିକ କର୍ମଚାରୀଙ୍କ ନାଁରେ ୫୦ କୋଟିରୁ ଅଧିକ ଟଙ୍କା ଋଣ ଉଠାଯାଇଛି ।

ଏହି ବେଆଇନ ଋଣ କାରବାରର ମୁଖ୍ୟ କାର୍ପଟଦାର ଭାବେ ସେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି । ଗତ ୧୬ ତାରିଖରେ ଇଓଡବ୍ଲୁରେ ଏହି ଅଭିଯୋଗ କରିଥିଲେ ଅସୀମ ମହାପାତ୍ର । ତାଙ୍କ ଅଭିଯୋଗ ଆଧାରରେ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀ କରଙ୍କ ବିରୋଧରେ ଆଇପିସି ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତସ୍ୱରୂପ ଇଓଡବ୍ଲୁ ଟିମ୍ ଆଜି ସମ୍ବାଦ ଅଫିସ୍ ରେ ଚଢ଼ଉ କରିଥିଲେ ।

ଖାଲି ଶ୍ରୀ ମହାପାତ୍ର ନୁହଁନ୍ତି ଇତିମଧ୍ୟରେ ଆଉ ୧୫ ରୁ ୨୦ ଜଣ ପୂର୍ବତନ କର୍ମଚାରୀ ସମାନ ଅଭିଯୋଗ ଆଣିଛନ୍ତି । ମୁକ୍ତ ଓ ନିରପେକ୍ଷ ଭାବେ ବିଶେଷଜ୍ଞ ଟିମ୍ ଦ୍ୱାରା ମାମଲାର ତଦନ୍ତ କରାଯାଉଛି ବୋଲି ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।

ସୂଚନାଥାଉକି, ଏହି ମାମଲାରେ ସମ୍ବାଦର ସିଇଓ କମଳାକାନ୍ତ ମହାପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ଜେରା କରାଯାଇଥିଲା । ଗତକାଲି ଭଳି ଆଜି ମଧ୍ୟ ତାଙ୍କୁ ଇଓଡବ୍ଲୁ ଅଫିସରେ ପ୍ରାୟ ୩ ଘଣ୍ଟା କାଳ ଜେରା କରାଯାଇଥିଲା ।

ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ସମ୍ବାଦ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଆଜି ଚଢ଼ଉ ବେଳେ ସମ୍ପାଦକ ଶ୍ରୀ ପଟ୍ଟନାୟକ ଅଫିସରେ ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଅନ୍ୟପକ୍ଷରେ କନକ ଟିଭି ଚାନେଲରେ ପ୍ରସାରିତ ଏକ ଖବର ଉପରେ ଇଓଡବ୍ଲୁ ସ୍ପଷ୍ଟୀକରଣ ଦେଇଛି । ସମ୍ବାଦ ଅଫିସରେ ଆଜିର ଚଢ଼ଉ ବେଳେ ଇଓଡବ୍ଲୁ ଅଧିକାରୀମାନେ ଚାପରେ ଅଛନ୍ତି ବୋଲି କହୁଥିବାର ଖବର ସେହି ଚାନେଲରେ ପ୍ରସାରଣ କରିଥିଲା । ମାତ୍ର ଏହା ମିଛ ବୋଲି ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ ସ୍ପଷ୍ଟୀକରଣ ଦିଆଯାଇଛି । ଇଓଡବ୍ଲୁ ଅଧିକାରୀମାନେ ବରଂ ଚାପ କିଛି ନାହିଁ ବୋଲି କହିଥିବା ସେଥିରେ କୁହାଯାଇଛି ।

Previous Post

‘ସମ୍ବାଦ’ ଅଫିସରେ ଇଓଡବ୍ଲୁ ଟିମ୍

Next Post

ସୌମ୍ୟ ସ୍କାମ୍ କଲେ ବି ମାଫ୍??

Next Post
ସୌମ୍ୟ ସ୍କାମ୍ କଲେ ବି ମାଫ୍??

ସୌମ୍ୟ ସ୍କାମ୍ କଲେ ବି ମାଫ୍??

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA