Friday, June 26, 2026 01:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟ ସ୍କାମ୍ କଲେ ବି ମାଫ୍??

ସମ୍ବାଦ ଋଣ ଘୋଟାଲା

by Our Correspondent
19 Sep, 2023- 05:50 PM
in Latest News, News
1 min read
0
ସୌମ୍ୟ ସ୍କାମ୍ କଲେ ବି ମାଫ୍??

ଭୁୁବନେଶ୍ୱର: ଏକ ଅପରାଧିକ ମାମଲାରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ସମ୍ବାଦ’ ଅଫିସ୍ ରେ ଇଓଡବ୍ଲୁ ଚଢ଼ଉକୁ ନେଇ ବହୁ ହଲାପଟା ଚାଲିଛି । ସରକାରୀ କଳର ଏହା ଆକ୍ରୋଶମୂଳକ ପଦକ୍ଷେପ ଓ ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ କହି ଅନେକ ଛାତି ଫଟାଇଛନ୍ତି । କିଛି ବରିଷ୍ଠ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ରାଜନେତାମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସତେ ଯେମିତି ସୌମ୍ୟ ପଟ୍ଟନାୟକ ଏବଂ ତାଙ୍କ ସମ୍ବାଦ ପେପର୍ ଆଉ କନକ ଟିଭି ହେଉଛି ଗଣତନ୍ତ୍ରର ଏକମାତ୍ର ସୁରକ୍ଷାକର୍ତ୍ତା । ଗଣମାଧ୍ୟମ ଢ଼ାଲରେ ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଯାହା ଚାହିଁବେ ତାହା ହେବ ।

ଅଥଚ ସାଧାରଣ ସାମ୍ବାଦିକଟିଏ ଶୋଷିତ, ନିର୍ଯ୍ୟାତିତ ହୋଇ ଜୀବନ ଜୀଉଁଥିଲେ ବି କାହାରି ପାଟି ଫିଟେ ନାହିଁ । ଗଣମାଧ୍ୟମର ତଳିଆ କର୍ମଚାରୀ ଭାବେ ନିର୍ଦ୍ଦିଷ୍ଟ ମାଲିକ ତାଙ୍କୁ ଶୋଷଣ କରନ୍ତି । ମାଲିକ ଓ ବଚସ୍କରଙ୍କ ବୋଲକରା ନହେଲେ ଚାକିରି ନେଇଯାଆନ୍ତି । ରାଜନୈତିକ ସ୍ୱାର୍ଥନ୍ୱେଷୀ ମାଲିକଙ୍କ ମର୍ଜିରେ ଖବର କରିବାକୁ ଯାଇ ଜୀବନକୁ ବିପଦରେ ପକାନ୍ତି । କୋଉ ନେତା, ପୁଲିସ କି ଠିକାଦାରଙ୍କ ଆକ୍ରୋଶର ଶିକାର ହୁଅନ୍ତି । ନିଜ ପରିବାରର ପେଟପାଟଣା ଦାୟିତ୍ୱ ମୁଣ୍ଡାଇଥିବା ଏହିଭଳି କର୍ମଚାରୀଙ୍କୁ ନ୍ୟାୟ ଦେବା ପାଇଁ କେତେଜଣ ବାହାରନ୍ତି? ସେମାନେ କ’ଣ ଗଣମାଧ୍ୟମ ନୁହଁନ୍ତି?

ଖାଲି ସୌମ୍ୟ ପଟ୍ଟନାୟକଙ୍କ ଭଳି ମାଲିକମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ଆମେ ଗଣମାଧ୍ୟମର କଣ୍ଠରୋଧ କଥା କହିବା ଆଉ ରାମ, ଦାମ, ଶ୍ୟାମ ଭଳି ଗଣମାଧ୍ୟମର ତଳିଆ କର୍ମଚାରୀ ଶୋଷଣ କି ଆକ୍ରୋଶର ଶିକାର ହେଲେ ଅମଣିଷ ହୋଇ ଆଖି ବୁଜିଦେବା! ଏହା କେଉଁ ପ୍ରକାରର ବିଚାର ବୋଲି ସବୁ ମହଲରେ ଆଲୋଚନା ହେଉଛି । ଅନେକ ବର୍ଷ ତଳୁ ଚାକିରି ହରାଇ ଦାରିଦ୍ର୍ୟରେ ସଢ଼ୁଥିବା ଭଦ୍ରକ ଜିଲ୍ଲାର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଯନ୍ତ୍ରଣାକୁ କେତେ ଜଣ ଅନୁଭବ କରିଛନ୍ତି?

ସୌମ୍ୟବାବୁଙ୍କ ‘ସମ୍ବାଦ’ରେ କର୍ମଚାରୀଙ୍କ ନାଁରେ ବ୍ୟାଙ୍କ ଋଣ ଉଠାଯିବା ଆଜିକାଲିକା ଘଟଣା ନୁହେଁ । ଏହା ବର୍ଷ ବର୍ଷ ଧରି ଚାଲି ଆସିଥିଲା । ସ୍ୱଳ୍ପ ଦରମାପ୍ରାପ୍ତ ଜଣେ କର୍ମଚାରୀଙ୍କ ନାଁରେ ବ୍ୟାଙ୍କରୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଅଣାଯିବା ସମ୍ବାଦ ସଂସ୍ଥାରେ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଧରି ନିଆଯାଏ । ଯୋଜନାବଦ୍ଧ ଭାବେ ଏହା କାର୍ଯ୍ୟକାରୀ ହୋଇଥାଏ । ଏହା ବେଆଇନ ବୋଲି ସମସ୍ତେ ଜାଣନ୍ତି । ଏହାକୁ ନେଇ ଅତୀତରେ ବହୁତ ଚର୍ଚ୍ଚା ବି ହୋଇଛି । ମାତ୍ର ସମ୍ବାଦ ଭଳି ଏକ ବଡ଼ ସଂସ୍ଥା ଓ ପ୍ରଭାବଶାଳୀ ମାଲିକ ସୌମ୍ୟ ପଟ୍ଟନାୟକଙ୍କ ପ୍ରତି ଭୟ କିମ୍ବା ଖାତିର ଯୋଗୁଁ କେହି ଆପତ୍ତି କରି ନଥିଲେ ।

୮/ ୧୦ ବର୍ଷ ତଳେ ‘ସମ୍ବାଦ’ରେ କାମ କରୁଥିବା କର୍ମଚାରୀ ଅସୀମ ମହାପାତ୍ର ଏବେ ସମ୍ବାଦ ଋଣ ଠକେଇ ପ୍ରସଙ୍ଗ ପଦାକୁ ଆଣିଛନ୍ତି । ସଂପୃକ୍ତ କର୍ମଚାରୀ ବର୍ତ୍ତମାନ ‘ସକାଳ’ରେ କାମ କରୁଥିବାରୁ ତାଙ୍କର ଅଭିଯୋଗ ଗ୍ରହଣଯୋଗ୍ୟ ନୁହେଁ ବୋଲି ଅବାନ୍ତର ଯୁକ୍ତି କରାଯାଉଛି । ହୋଇପାରେ, ସୌମ୍ୟ ପଟ୍ଟନାୟକଙ୍କ ଉପରେ ଆକ୍ରୋଶ ରଖି ‘ସକାଳ’ ପକ୍ଷରୁ ତାଙ୍କୁ ବ୍ୟବହାର କରାଯାଇଛି । ମାତ୍ର ଏଥିରେ ଆଚମ୍ବିତ ହେବାର କାରଣ ନାହିଁ । ଯଦି କିଛି ବେଆଇନ କାର୍ଯ୍ୟ କରାଯାଇନି, ତେବେ ତଦନ୍ତକୁ ସାମନା କରିବାର ସତସାହାସ ରହିବା ଦରକାର ।

କେବଳ ଅସୀମ ନୁହଁନ୍ତି, ସମ୍ବାଦ ଋଣ ଜାଲରେ ପଡ଼ିଥିବା ୨୦ ରୁ ଅଧିକ ପୂର୍ବତନ କର୍ମଚାରୀ ଇତିମଧ୍ୟରେ ଇଓଡବ୍ଲୁରେ ଅଭିଯୋଗ କଲେଣି । ପ୍ରାୟ ୩୦୦ କର୍ମଚାରୀଙ୍କ ନାଁରେ ୧୦୦ କୋଟିରୁ ଅଧିକ ଟଙ୍କାର ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି ।

ସୌମ୍ୟବାବୁ ଗଣମାଧ୍ୟମ ମାଲିକ ବୋଲି ନିଜ ଇଚ୍ଛାରେ ଆଉ ବିନା ନୋଟିସ୍ ରେ ଯେ କୌଣସି କର୍ମଚାରୀଙ୍କ ପେଟରେ ଲାତ ମାରି ବିଦା କରିବା ଯଦି ତାଙ୍କର ଅଧିକାର, ତେବେ ତାଙ୍କ ନିଜ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ଚର୍ଚ୍ଚା ହେଉଛି । ସରକାରଙ୍କର ଖାଇ ଗୁଣ ଗାଇବାକୁ ଭଲ ଲାଗୁଥିଲା । ଆଶା ପୂରଣ ହେଲାନି ବୋଲି ପ୍ରତିଶୋଧପରାୟଣ ହୋଇ ପଛରେ ପଡ଼ିଲେ । ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଫଁ ଦେଖାଉଛନ୍ତି । ସତ୍ୟର ସାମନା ନ କରି ଗଣମାଧ୍ୟମ ନାଁରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ।

୫-ଟି ସଚିବଙ୍କୁ ପ୍ରଶ୍ନ ପଚାରିବାରୁ ତାଙ୍କ ଉପରେ ଏହା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ସୌମ୍ୟବାବୁ କହୁଛନ୍ତି । ଅଭିଯୋଗ ଶୁଣାଣି ନାଁରେ ସାରା ରାଜ୍ୟ ବୁଲିବାକୁ ପାଣ୍ଡିଆନ୍ କିଏ ବୋଲି ସେ ସମ୍ପାଦକୀୟ ଲେଖିଥିଲେ । ତେବେ ସୌମ୍ୟବାବୁଙ୍କୁ ଏଠି ପ୍ରଶ୍ନ ଯେ ଏହି ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ସେ ନୂଆ ଜାଣିଲେ କି?

ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଶ୍ରୀ ପାଣ୍ଡିଆନ ୨୦୧୧ ମସିହାରୁ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ବିଶ୍ୱସ୍ତ ସେ । ତାଙ୍କର ଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀଙ୍କର ସମ୍ପୂର୍ଣ୍ଣ ଭରସା ରହିଛି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଗରେ ରଖି ଶାସନ ପରିଚାଳନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ଚାଲିଥିବା ସମସ୍ତେ ଜାଣୁଛନ୍ତି । ଅତଏବ ସୌମ୍ୟବାବୁଙ୍କ ଭଳି ପ୍ରଚଣ୍ଡ ବୁଦ୍ଧିମାନ ସାମ୍ବାଦିକ ନବୀନଙ୍କ ଶାସନ ପରିଚାଳନା ଓ ପାଣ୍ଡିଆନଙ୍କର କ୍ଷମତା ସମ୍ପର୍କରେ ବହୁ ପୂର୍ବରୁ ଜାଣିଛନ୍ତି । ଆଉ ସେହି ପାଣ୍ଡିଆନଙ୍କ ସହଯୋଗ ଭିକ୍ଷା କରି ରାଜନୀତିରେ ସଫଳତାର ସ୍ୱାଦ ଚାଖିଛନ୍ତି ।

କହିବା ବାହୁଲ୍ୟ ଯେ, ନିର୍ବାଚନରେ ବାରମ୍ବାର ପରାଜୟବରଣ କରି ରାଜନୀତିରେ ନିଜର ଅସ୍ତିତ୍ୱ ଖୋଜୁଥିବା ସୌମ୍ୟବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭଦୃଷ୍ଟି ପାଇବା ପାଇଁ ସେଇ ପାଣ୍ଡିଆନଙ୍କ ଶରଣ ପଶିଥିଲେ । ୨୦୧୭ ମସିହାରେ ତାଙ୍କ ମିଡିଆ ହାଉସ୍ ପାଣ୍ଡିଆନଙ୍କୁ ବେଷ୍ଟ ବ୍ୟୁରୋକ୍ରାଟ୍ ଭାବେ ଚୟନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ ପାଣ୍ଡିଆନଙ୍କ ସାହାଯ୍ୟ ନେଇ ସେ ନବୀନଙ୍କର ବିଶ୍ୱାସଭାଜନ ହୋଇଥିଲେ ଏବଂ ବିଜେଡିରେ ସାମିଲ ହୋଇ ୪ ଘଣ୍ଟାରେ ରାଜ୍ୟସଭା ଟିକେଟ୍ ନେଲେ ।

ସେତେବେଳେ ସୌମ୍ୟବାବୁ ନିଜର ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇଦେଲେ ବୋଲି ପ୍ରବଳ ସମାଲୋଚିତ ହେଲେ । ମାତ୍ର ତାଙ୍କୁ ସେସବୁ କିଛି କାଟୁ କଲାନି । ଯେଉଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାରକୁ ବର୍ଷ ବର୍ଷ ଧରି କଟୁ ସମାଲୋଚନା କରୁଥିଲେ ରାତାରାତି ସ୍ୱର ବଦଳାଇଦେଲେ । ତାଙ୍କର ସମ୍ବାଦ ଖବରକାଗଜ ଓ କନକ ଟିଭି ବିଜେଡି ସରକାରର ଗୁଣାଗାନରେ ଲାଗିପଡ଼ିଲେ । ୨୦୧୯ ସାଧାରଣ ନିର୍ବାଚନ ବେଳକୁ ପୁଣି ସେଇ ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କାକୁତି ହୋଇ ଖଣ୍ଡପଡ଼ା ବିଧାନସଭା ଟିକେଟ ନେଲେ ଏବଂ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେଲେ ।

ବିଧାୟକ ହେବା ପରେ ସେ ନିଜର ଖବରକାଗଜ ଓ ଟିଭି ପାଇଁ ସରକାରଙ୍କଠାରୁ ଅନେକ ସୁବିଧା ସୁଯୋଗ ନେଇଛନ୍ତି । ଅନୁଗ୍ରହ ଆକାରରେ କୋଟି କୋଟି ଟଙ୍କାର ଅଧିକ ବିଜ୍ଞାପନ ନେଇଛନ୍ତି । ବିଜେଡି ସଂଗଠନରେ ମଧ୍ୟ ତାଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ବରିଷ୍ଠ ପର୍ଯ୍ୟବେକ୍ଷକ ଓ ଉପସଭାପତି ଦାୟିତ୍ୱ ପାଇଛନ୍ତି । ତେବେ ଏତେ ସବୁ ଅର୍ଥ, ପଦପଦବୀ ମିଳିବା ପରେ ମଧ୍ୟ ମନ୍ତ୍ରୀ ନ ହେବାର ଅବଶୋଷ ତାଙ୍କୁ ଯେ କଷ୍ଟ ଦେଇଥିଲା ଏକଥା ସୌମ୍ୟବାବୁ ଅସ୍ୱୀକାର କରିପାରିବେ ନାହିଁ । ବିଧାୟକ ଭାବେ ନିର୍ବାଚିତ ହେବା ଦିନୁ ସେ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ସେ ସେଇ ପାଣ୍ଡିଆନଙ୍କ ଆଶୀର୍ବାଦ ଲୋଡ଼ିଥିଲେ । ପାଣ୍ଡିଆନଙ୍କ ଭେଟ ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡୁଥିଲା ।

ଏହା କହିବାର ଅର୍ଥ, ପାଣ୍ଡିଆନ ହଠାତ ଏବେ କ୍ଷମତାଶାଳୀ ହୋଇଯାଇନାହାନ୍ତି ଯେ ସୌମ୍ୟବାବୁ ତାଙ୍କୁ ନୂଆ ଜାଣୁଛନ୍ତି । କି ରାଜ୍ୟରେ ଛାୟା ସରକାର ଚାଲିଆସିଛି । ସତ କଥା ହେଉଛି, ବିଧାୟକ ଭାବେ ସୌମ୍ୟବାବୁଙ୍କର କାର୍ଯ୍ୟକାଳ ସରିବାକୁ ବସିଥିଲେ ମଧ୍ୟ ପାଣ୍ଡିଆନଙ୍କ ପାଇଁ ସେ ମନ୍ତ୍ରୀ ହୋଇପାରିଲେନି ବୋଲି ତାଙ୍କର ରାଗ । ସାଙ୍ଗରେ ଛୋଟକାଟିଆ ଆଉ କିଛି କିଛି ରାଗ ଥିଲା । ଯେମିତିକି, ସୌମ୍ୟବାବୁ ତାଙ୍କର ଜଣେ ଖାସ୍ ସହଯୋଗୀଙ୍କୁ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ପଦରେ ବସାଇବାକୁ ଚାହିଁଥିଲେ । ମାତ୍ର ଏଥିରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

ମଝିରେ ମଝିରେ ତାଙ୍କ ଖବରକାଗଜ ଆମ ଘରର ହାଲଚାଲରେ ଏହି କ୍ଷୋଭର ପରିପ୍ରକାଶ କରି ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । କାଳେ ମନ୍ତ୍ରୀ ପଦ ମିଳିଯିବ ଅପେକ୍ଷା କରିଥିଲେ । ମାତ୍ର ତାହା ସଫଳ ନ ହେବାରୁ ସେ ସମ୍ପୂର୍ଣ୍ଣ ବିଦ୍ରୋହୀ ହୋଇଯାଇଛନ୍ତି । ୫-ଟି ସଚିବଙ୍କ ଜିଲ୍ଲାଗସ୍ତକୁ ବିରୋଧୀ ଦଳ ପ୍ରସଙ୍ଗ କରିବାକୁ ଯାଉଥିଲା ବେଳେ ଚତୁର ସୌମ୍ୟ ନିଜର ସମ୍ପାଦକୀୟରେ ତାକୁ ସ୍ଥାନ ଦେଇ ରାଗ ସୁଜାଇଛନ୍ତି ଏବଂ ସାଧାରଣରେ ହୀରୋ ହେବାକୁ ଚାହିଁଛନ୍ତି ।

ପରିଣାମ ହୋଇଛି ରାଜ୍ୟ ସରକାର ଏବଂ ସୌମ୍ୟବାବୁଙ୍କ ମଧ୍ୟରେ ଛକାଛକି ଅବସ୍ଥା । ସୌମ୍ୟବାବୁ ତାଙ୍କ ଖବରକାଗଜ, ଟିଭିକୁ ନବୀନ ସରକାର ଓ ପାଣ୍ଡିଆନଙ୍କ ବିରୋଧରେ ଲଗାଇଥିବା ବେଳେ ସରକାରୀ କଳ ସୌମ୍ୟବାବୁଙ୍କ ବ୍ୟବସାୟିକ ସଂସ୍ଥାର ବିଭିନ୍ନ ବେଆଇନ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଆଉ ଏଥିରୁ ବର୍ତ୍ତିବା ପାଇଁ ସୌମ୍ୟବାବୁ ଗଣମାଧ୍ୟମ ନାଁରେ ନିଜ ସପକ୍ଷରେ ସହାନୁଭୂତି ଓ ସମର୍ଥନ ଯୋଗାଡ଼ କରୁଛନ୍ତି । ଯାହା ସାଧାରଣ ଜନତାଙ୍କୁ ଆମୋଦିତ କରୁଛି ।

Previous Post

‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା

Next Post

‘ସମ୍ବାଦ’ରେ ସୁଚିନ୍ତିତ ଯୋଜନାବଦ୍ଧ ଠକେଇ: ଇଓଡବ୍ଲୁ

Next Post
‘ସମ୍ବାଦ’ରେ ସୁଚିନ୍ତିତ ଯୋଜନାବଦ୍ଧ ଠକେଇ: ଇଓଡବ୍ଲୁ

'ସମ୍ବାଦ'ରେ ସୁଚିନ୍ତିତ ଯୋଜନାବଦ୍ଧ ଠକେଇ: ଇଓଡବ୍ଲୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA