Friday, June 26, 2026 02:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସମ୍ବାଦ’ରେ ସୁଚିନ୍ତିତ ଯୋଜନାବଦ୍ଧ ଠକେଇ: ଇଓଡବ୍ଲୁ

ବ୍ୟାଙ୍କ ଋଣ ଘୋଟାଲାର ଖୁଲାସା

by Our Correspondent
19 Sep, 2023- 08:29 PM
in Crime, Latest News, News
1 min read
0
‘ସମ୍ବାଦ’ରେ ସୁଚିନ୍ତିତ ଯୋଜନାବଦ୍ଧ ଠକେଇ: ଇଓଡବ୍ଲୁ

ଭୁବନେଶ୍ୱର: ଅଭିଯୋଗ ପ୍ରାୟତଃ ସତ ପ୍ରମାଣିତ ହୋଇଗଲାଣି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ବାଦ’ରେ ବ୍ୟାଙ୍କ ଋଣ ସ୍କାମ୍ ର ଖୁଲାସା କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ସଂଗଠିତ ଓ ଯୋଜନାବଦ୍ଧ ଭାବେ ସମ୍ବାଦ କର୍ତ୍ତୃପକ୍ଷ ନିରୀହ କର୍ମଚାରୀଙ୍କ ନାଁରେ ଜାଲ୍ କାଗଜପତ୍ର କରି ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଉଠାଇଛନ୍ତି । ଅଭିଯୋଗକାରୀଙ୍କ ବୟାନ, ସମ୍ବାଦ ଅଫିସରୁ ଜବତ କାଗଜପତ୍ର ଏବଂ ଜେରା ବେଳେ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଏହାର ପ୍ରମାଣ ମିଳିଛି ।

ଆଜି ସଂଧ୍ୟାରେ ଇଓଡବ୍ଲୁ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ଏହା ସ୍ପଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରେ ସମ୍ବାଦ ବା ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ୩୫୦ ରୁ ଅଧିକ କର୍ମଚାରୀଙ୍କ ନାଁରେ ଋଣ ଉଠାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ସେମାନଙ୍କ ନାଁରେ ଋଣ ଉଠାଯାଇଛି । ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କରୁ ମଧ୍ୟ ଋଣ ଅଛି । ପ୍ରାୟତଃ ଗୋଟିଏ ଶୈଳୀରେ ସବୁ ଋଣ ହୋଇଛି । ଘର ନିର୍ମାଣ/ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠାଯାଇଛି । ଋଣ ପାଇଁ ସମ୍ବାଦ(ଇଷ୍ଟର୍ଣ୍ଣ ମିଡିଆ) ପକ୍ଷରୁ ଜାଲ କାଗଜପତ୍ର ଦାଖଲ କରାଯାଇଛି । କର୍ମଚାରୀଙ୍କ ନାଁରେ ନକଲି ସାଲାରି ସ୍ଲିପ୍ ବ୍ୟବହାର କରାଯାଇଛି । ପ୍ରକୃତ ସାଲାରି ସ୍ଲିପ୍ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ୍ ମଧ୍ୟରେ ଫରକ୍ ରହିଛି । ଲୋନ୍ ଫର୍ମ ଅନ୍ୟ କାହା ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଫର୍ମରେ ଋଣ ଗ୍ରହୀତା ନାମକୁ ମାତ୍ର ଦସ୍ତଖତ କରିଛନ୍ତି । ସମସ୍ତ ଋଣ ଟଙ୍କା ନଗଦ ଆକାରରେ ଉଠାଯାଇଛି । ମାତ୍ର ପ୍ରକୃତ ଋଣ ଗ୍ରହୀତା ଋଣ ରାଶିରୁ ଟଙ୍କାଟିଏ ବି ପାଇନାହାନ୍ତି । ୨/୩ ଥର ଉଠାଣ ପାଇଁ କିଛି କର୍ମଚାରୀଙ୍କ ଉପରେ ଚାପ ପକାଯାଇଛି । ୬୦ ଟି କିସ୍ତିରେ ସମ୍ବାଦ ପକ୍ଷରୁ ଏହି ଋଣ ପରିଶୋଧ କରାଯାଇଛି । କର୍ମଚାରୀ ଚାକିରିରୁ ଯିବା ପରେ ବି ଋଣ ପରିଶୋଧ କରାଯାଇଛି । ଓବୁ କର୍ମଚାରୀଙ୍କୁ ସମାନ ଢ଼ଙ୍ଗରେ ଋଣ ଜାଲରେ ଛନ୍ଦାଯାଇଛି । ଏକ ଯୋଜନାବଦ୍ଧ ବ୍ୟାଙ୍କ ଠକେଇର ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଋଣ କାରବାରର ମୁଖ୍ୟ ଅଭିଯୁକ୍ତ ଭାବେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁ ମାମଲା ହୋଇଛି । ସମ୍ବାଦର ପୂର୍ବତନ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ସୌମ୍ୟ ଓ ବୈଜୟନ୍ତୀଙ୍କ ବିରୋଧରେ ଆଇପିସି ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି ।

ଏହି ମାମଲାର ତଦନ୍ତରେ ଗତକାଲି ଇଓଡବ୍ଲୁ ଟିମ୍ ସମ୍ବାଦ ଅଫିସ୍ ରେ ଚଢ଼ଉ କରିଥିଲେ । ଅନ୍ୟପକ୍ଷରେ ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ଦୁଇଦିନ ଧରି ଇଓଡବ୍ଲୁ ଅଫିସରେ ଜେରା କରାଯାଇଥିଲା । ଆଜି ଅନ୍ୟତମ ଅଭିଯୁକ୍ତ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରାଯାଇଥିଲା । ଜେରା ପାଇଁ ଯିବା ପୂର୍ବରୁ ଇଓଡବ୍ଲୁ ଅଫିସ୍ ଆଗରେ ସେ ଗଣମାଧ୍ୟମ ପ୍ରଶ୍ନରେ ସମ୍ବାଦ ବ୍ୟାଙ୍କ ଋଣକୁ ସ୍ୱୀକାର କରି ଯାଇଥିଲେ । ତେବେ ଯାହା ଅଭିଯୋଗ ହେଉଛି ତାହା ନିରାଧାର ବୋଲି ସଫେଇ ଦେଇଥିଲେ ।

ଇତିମଧ୍ୟରେ ସମ୍ବାଦ ବ୍ୟାଙ୍କ ଋଣ ଘୋଟାଲାର ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ବରିଷ୍ଠ ପୂର୍ବତନ କର୍ମଚାରୀ ଗଣମାଧ୍ୟମକୁ ଆସି ସମ୍ବାଦ ଶୋଷଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ।

Previous Post

ସୌମ୍ୟ ସ୍କାମ୍ କଲେ ବି ମାଫ୍??

Next Post

ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି

Next Post
ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି

ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA