Friday, May 8, 2026 07:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉତ୍କଳରେ ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଡକ୍ଟର ବେଦାଙ୍ଗ ଦାସ ମହାନ୍ତି

by Our Correspondent
31 Jan, 2025- 09:55 PM
in Latest News, News
1 min read
0
ଉତ୍କଳରେ ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଡକ୍ଟର ବେଦାଙ୍ଗ ଦାସ ମହାନ୍ତି

ଭୁବନେଶ୍ୱର: ” ମିଟ ଦି ଆଲୁମ୍ନି ” ବକ୍ତୃତାମାଳା ଶୃଙ୍ଖଳାରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ଆଲୁମ୍ନି କନେକ୍ଟର ମିଳିତ ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଡକ୍ଟର ବେଦାଙ୍ଗ ଦାସ ମହାନ୍ତି ବିଜ୍ଞାନ, ସମାଜ ପ୍ରତି ଏହାର ପ୍ରାସଙ୍ଗିକତା ଓ ଏହି କ୍ଷେତ୍ରରେ ତାଙ୍କର ଜୀବନଯାତ୍ରା ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଛନ୍ତି।

ପୁରାତନ ଛାତ୍ରସଂଘ ସଭାପତି ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଡକ୍ଟର ମହାନ୍ତି ପଦାର୍ଥ ବିଜ୍ଞାନ ଗବେଷଣା ପ୍ରସୁତ ଫଳାଫଳ କିପରି ମାନବ ସମାଜର ଉପକାର କରୁଛି , ସେ ବିଷୟରେ ଆଲୋକପାତ କରିଥିଲେ। ଏହିକ୍ଷେତ୍ରରେ ଚାଲୁଥିବା ସଦ୍ୟତମ ଗବେଷଣା ସମ୍ପର୍କରେ ସେ ସମ୍ୟକ ସୂଚନା ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ସଂଘର ସଭାପତି ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ପୁରାତନ ଛାତ୍ରସଂଘର ଉପସଭାପତି ରଘୁନାଥ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଆଲୁମ୍ନି କନେକ୍ଟର ସଂଯୋଜକ ଡକ୍ଟର ଆଶିଷ ଚନ୍ଦ୍ର ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ପ୍ରଫୁଲ୍ଲ ପଣ୍ଡା, ଡକ୍ଟର. ଶେଷାଂଶୁ ଶେଖର ପାଲ, ପ୍ରଫେସର ଦାଶରଥି ସାହୁ, ରସାୟନ ବିଭାଗ ମୁଖ୍ୟ ଡକ୍ଟର ସତ୍ୟ ନାରାୟଣ ପାଲ, ଡକ୍ଟର ସୁଜିତ କୁମାର ଆଚାର୍ଯ୍ୟ, ଡକ୍ଟର ଅନସୂୟା ନାଥ ଓ ପୁରାତନ ଛାତ୍ରସଂଘ ତରଫରୁ ତପନ ଜେନା, ଡକ୍ଟର ନାରାୟଣ ତ୍ରିପାଠୀ, ଲକ୍ଷ୍ମୀଧର ଚାନ୍ଦ, ଆଇ ଏମ ଏମ ଟି ର ବୈଜ୍ଞାନିକ ଡକ୍ଟର ମାନସ ଦଳାଇ, ଡକ୍ଟର ଆଶୁତୋଷ ରଥ ଓ ସାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ଫିଜିକ୍ସର ବୈଜ୍ଞାନିକ ଡକ୍ଟର କଳ୍ପତରୁ ପ୍ରଧାନ ତଥା ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Previous Post

୧୦ ବିଜେଡି ନେତାଙ୍କୁ ୨୭ ନିର୍ବାଚନମଣ୍ଡଳୀ ଦାୟିତ୍ୱ

Next Post

ଭୁବନେଶ୍ୱରର ଟ୍ରାଫିକ୍ ଭିଡ ହ୍ରାସ ପାଇଁ ପ୍ରାୟ ୭,୦୦୦ କୋଟି ଟଙ୍କାର ଯୋଜନା

Next Post
ଭୁବନେଶ୍ୱରର ଟ୍ରାଫିକ୍ ଭିଡ ହ୍ରାସ ପାଇଁ ପ୍ରାୟ ୭,୦୦୦ କୋଟି ଟଙ୍କାର ଯୋଜନା

ଭୁବନେଶ୍ୱରର ଟ୍ରାଫିକ୍ ଭିଡ ହ୍ରାସ ପାଇଁ ପ୍ରାୟ ୭,୦୦୦ କୋଟି ଟଙ୍କାର ଯୋଜନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA