Saturday, April 18, 2026 09:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଣ୍ଡା କାରନାମା; ଲୋକଙ୍କୁ ଡରେଇ ଚାଷଜମି ହଡ଼ପ !

ଏବେକୁ ପ୍ରଶାସନର ଚେତା ପଶିଲା

by Our Correspondent
28 Sep, 2020- 10:07 PM
in Latest News
1 min read
0
ପଣ୍ଡା କାରନାମା; ଲୋକଙ୍କୁ ଡରେଇ ଚାଷଜମି ହଡ଼ପ !

ସାରୁଅ/ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳ ସଂଲଗ୍ନ ଅଞ୍ଚଳରେ ଓଟିଭି ଏକ ବିଶାଳ ଫିଲ୍ମ ସିଟି ନିର୍ମାଣ କରୁଛି । ଆବଶ୍ୟକ ଜମି ହାତେଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦିଆଯାଉଛି । ଯିଏ ଖାପରେ ପଡିଲେ ସେ ସୁନାପୁଅ । ଯିଏ ତାଙ୍କ ବୋଲ୍ ନ ମାନିଲା, ତାଙ୍କ ଭାଗ୍ୟ ଖରାପ ପଡ଼ିଗଲା ଜାଣ । ନାଲିଆଖି, ମାଡ଼ କିମ୍ବା ମିଛ ମାମଲାରେ ଫସି ହରକତ ହେବା ଥୟ ।

ନିଜର ଶିଳ୍ପ ସାମ୍ରାଜ୍ୟ ବିସ୍ତାର ପାଇଁ ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ନିରୀହ ଲୋକଙ୍କ ଉର୍ବର ଚାଷଜମି ହାତୋଉଥିବା ଓଟିଭି କମ୍ପାନୀର ଏହି କାରନାମା ଦୀର୍ଘ ପ୍ରାୟ ୬ ବର୍ଷ ଧରି ଚାଲିଛି । ସାରୁଅ ଶିଳ୍ପାଞ୍ଚଳ ପରିସୀମା ଡେଇଁ ୨ କିମି ଆଗକୁ ମାଡ଼ିଗଲେଣି । କାହାକୁ ମନେଇ ତ ଆଉ କାହାରିକୁ ଧମକେଇ ୨୦୦ ଏକରରୁ ଅଧିକ ଚାଷଜମି କବଜା କରିସାରିଲେଣି । ଗୋଟିଏ ପରେ ଗୋଟିଏ କମ୍ପାଉଣ୍ଡ ୱାଲ୍, ଘର, ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କରି ଲୋକଙ୍କ ଅବଶିଷ୍ଟ ଚାଷଜମିକୁ ଅବରୋଧ କରି ଚାଲିଛନ୍ତି ।

ନିଜର ଚାଷଜମି ହରାଉଥିବା ସ୍ଥାନୀୟ ବାସିନ୍ଦା ବର୍ଷ ବର୍ଷ ଧରି ଏହାର ପ୍ରତିବାଦ କରି ଆସୁଛନ୍ତି । ରାଜରାସ୍ତାରେ ଆନ୍ଦୋଳନ କରି ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି । ମାତ୍ର ଫଳ ଶୂନ । ଓଲଟି ଓଟିଭି କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରତିବାଦକାରୀ । ପୁଲିସର ଗଣ୍ଡା ଗଣ୍ଡା କେସ୍ ଖାଇ ତଳିତଳାନ୍ତ ହୋଇଛନ୍ତି । ଲୋକଙ୍କୁ ଭଙ୍ଗେଇବା କୌଶଳରେ ଗାଁ ଗାଁରେ ରାଜନୀତି ପୂରାଇ ଦେଇଛନ୍ତି । ନିଜର ଗୁଣ୍ଡାବାହିନୀ ଦ୍ୱାରା ଲୋକଙ୍କ ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ ହେଉଛି ।

ଏହା ହେଉଛି ଓଟିଭି ସାରୁଅ ପ୍ରକଳ୍ପର ନିଚ୍ଛକ ଚିତ୍ର । ଭୁବନେଶ୍ୱରରୁ ମାତ୍ର ୩୫/୪୦ କିମି ଦୂରରେ ଥିବା ଏହି ଅଞ୍ଚଳ ଯାଇ ଯାହାକୁ ପଚାରିଲେ ଏୟା ହିଁ ଶୁଣିବାକୁ ମିଳୁଛି । ଲୋକମାନେ ସିଧାସଳଖ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ପ୍ରକଳ୍ପର ଦେଖାଶୁଣା ଦାୟିତ୍ୱରେ ଜାଗୀ ତାଙ୍କ ବାପା ଓ ଭାଇଙ୍କୁ ଆଗରେ ରଖି ଆଗକୁ ବଢ଼ୁଛନ୍ତି । ମିଡ଼ିଆ ପାୱାର, ମନି ପାୱାର୍ ସାଙ୍ଗକୁ ମସଲ୍ ପାୱାର୍ ଲାଗିଛି ବୋଲି ବହୁ ଲୋକ ନିଜ ଅନୁଭୂତି ବଖାଣିଛନ୍ତି ।

ଗତ ସପ୍ତାହରେ ସାରୁଅ ମୌଜାର ୫୦ ରୁ ଅଧିକ ଲୋକ ଓଟିଭି ମାଲିକଙ୍କ ବିରୋଧରେ ବେଆଇନ ଜମି ହଡ଼ପ ଅଭିଯୋଗ ଧରି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ । ସେମାନଙ୍କର ଅଭିଯୋଗ ଥିଲା ଯେ ଓଟିଭି ବାଲା ବିଭିନ୍ନ ଆଳ ଦେଖାଇ ମୌଜାରେ ଜମି କିଣିଛନ୍ତି । ସେଠାରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଆମେ ନିଜ ଚାଷ ଜମିକୁ ଯାଇପାରୁନାହୁଁ । ଯାହଦ୍ୱାରା ଆମ ଭାତହାଣ୍ଡି ଉପରେ ମାଡ଼ ବସିଛି ।

ଏ ସମ୍ପର୍କରେ ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ସେ ଆମର ଦୁଃଖ ବୁଝିବା ପରିବର୍ତ୍ତେ ଗୁଣ୍ଡା ଲଗାଇ ଧମକଚମକ ଦେଉଛନ୍ତି । ଶାଗମାଛ ଦରରେ ଜମି ନେବାକୁ ପ୍ରବର୍ତ୍ତାଇବା ସହ ବେଶୀ ପାଟି କଲେ ଜମି ଜବରଦଖଲ କରିବାର ଧମକ ଦିଆଯାଉଛି । ଖୋଦ୍ ଜାଗୀ ପଣ୍ଡାଙ୍କ ବାପା ଓ ଭାଇ ଗାଁକୁ ଆସି ଧମକ ଦେଉଛନ୍ତି ବୋଲି ସେମାନେ ଲିଖିତ ଅଭିଯୋଗ କରିଥିଲେ । ପ୍ରଶାସନ ନ ଶୁଣିଲେ ଆତ୍ମହତ୍ୟା କରିବାର ଧମକ ଦେଇ ଗ୍ରାମବାସୀ ଫେରିଥିଲେ ।

ଗ୍ରାମବାସୀଙ୍କ ଏହି ଧମକ ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଛି । ଆଜି ଏଡିଏମ୍ ଙ୍କ ନେତୃତ୍ୱରେ ପ୍ରଶାସନର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳକୁ ଯାଇ ସରଜମିନ୍ ତଦନ୍ତ କରିଛନ୍ତି । ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି ଏଡିଏମ୍ କହିଛନ୍ତି । ପ୍ରଶାସନ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।

ତେବେ ଓଟିଭି କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ମିଛ କହି ଫାଙ୍କି ଦେବା ସହ ରାଜନୀତି ରଙ୍ଗରେ ଚିତ୍ରିତ କରିବାକୁ ଉଦ୍ୟମ କରିଛନ୍ତି ।

ଏଠାରେ ବଡ଼ପ୍ରଶ୍ନ ??

(୧) ରାଜ୍ୟ ସରକାର କୃଷିକୁ ପ୍ରୋତ୍ସାହନ ଦେଉଥିବାର ଡିଣ୍ଡିମ୍ ପିଟୁଥିଲେ ବି ଖୋର୍ଦ୍ଧା ଜିଲ୍ଲାର ଉକ୍ରୃଷ୍ଟ ଚାଷଜମି ଅଞ୍ଚଳ ଭାବେ ଜଣାଶୁଣା ସାରୁଅ ମୌଜାର ଚାଷଜମି ଶିଳ୍ପପତିଙ୍କ ଅକ୍ତିଆରକୁ ଯିବା ପଛରେ ସରକାର ଦାୟୀ ନୁହଁନ୍ତି କି ?

(୨) ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଅଭିଯୋଗ ପ୍ରଶାସନ କାନରେ ବାଜୁ ନ ଥିଲା କାହିଁକି ?

(୩) ଶାସକ ଦଳରେ ଥିଲା ବେଳେ ସରକାରୀ ପାୱାର୍ ଏବଂ ବିରୋଧୀ ଦଳରେ ଥିଲା ବେଳେ ମିଡ଼ିଆ ପାୱାର୍ ର  ଇଏ କରାମତି ନୁହେଁ କି ?

Previous Post

୧୪ ମନ୍ତ୍ରୀ, ବିଧାୟକଙ୍କୁ କରୋନା

Next Post

ବିଦ୍ରୋହ କରି ବିଦା ହେଲେ

Next Post
ବିଦ୍ରୋହ କରି ବିଦା ହେଲେ

ବିଦ୍ରୋହ କରି ବିଦା ହେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA