ଭୁୁବନେଶ୍ୱର: ରାଜ୍ୟର ୩ ମନ୍ତ୍ରୀ, ଉପବାଚସ୍ପତି, ସରକାରୀ ଦଳର ମୁଖ୍ୟ ସଚେତକ ଏବଂ ୯ ବିଧାୟକ ବର୍ତ୍ତମାନ କରୋନାରେ ଆକ୍ରାନ୍ତ । ବିଧାନସଭା ଅଧିବେସନ ପୂର୍ବରୁ ହୋଇଥିବା କରୋନା ଟେଷ୍ଟ୍ ରେ ଏମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଗତକାଲି ପଜିଟିଭ୍ ରିପୋର୍ଟ ଆସିଥିଲା । ଆଜି ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତି ପାଣିଗ୍ରାହୀ, ବିଧାୟକ ଅଶୋକ ବଳ, ବିଷ୍ଣୁପଦ ରାଉତରାୟ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ, ସୁକାନ୍ତ ନାୟକଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ।
ଆସନ୍ତାକାଲିଠାରୁ ବିଧାନସଭା ଆରମ୍ଭ ହେଉଥିଲା ବେଳେ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା ହୋଇଥିଲା । ପ୍ରଥମ ଦିନ ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ପଜିଟିଭ୍ ବାହାରିଥିଲା । ଦ୍ୱିତୀୟ ଦିନର ପରୀକ୍ଷାରୁ ପଜିଟିଭ୍ ଙ୍କ ମଧ୍ୟରେ ଅଛନ୍ତି ୧୨ ମନ୍ତ୍ରୀ ଓ ବିଧାୟକ ।
ତେବେ ବିଧାନସଭା ସଚିବାଳୟ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ।