Thursday, June 25, 2026 08:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩ ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

by Our Correspondent
28 Sep, 2020- 05:30 PM
in Latest News
1 min read
0
୩ ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ବସ୍ତି ଆଉ ବସ୍ତି ହୋଇ ରହିବ ନାହିଁ । ରାସ୍ତା, ଡ୍ରେନେଜ୍, ପରିମଳ, ଘରେ ଘରେ ପାଣି, ବିଜୁଳି, ଷ୍ଟ୍ରିଟ୍ ଲାଇଟ୍, ଗୋଷ୍ଠୀକେନ୍ଦ୍ର, ମନୋରଂଜନ ପାର୍କ ସହ ବସ୍ତି ପାଲଟିବ ଆଦର୍ଶ କଲୋନୀ । ଖାଲି ସେତିକି ନୁହେଁ, ଜୀବିକାର ସୁଯୋଗ ସୃଷ୍ଟି କରାଯାଇ ସେମାନଙ୍କ ଜୀବନଧାରଣରେ ଉନ୍ନତି ବି ଅଣାଯିବ । ରାଜ୍ୟର ୧୮ ଲକ୍ଷ ବସ୍ତିବାସିନ୍ଦାଙ୍କୁ ଏହି ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ୧୦୦୦ ବସ୍ତିକୁ ଆଦର୍ଶ କଲୋନୀ କରାଯିବ । ୩ ବର୍ଷରେ ସବୁ ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବସ୍ତିବାସିନ୍ଦାଙ୍କୁ ଏହି ବଡ଼ ଉପହାର ଦେଇଛନ୍ତି । ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀ ଏହି ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା । ଏପରିକି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରି ସମ୍ମାନଜନକ “ୱାଲର୍ଡ ହାବିଟାଟ ଆୱାର୍ଡ-୨୦୧୯” ଲାଭ କରିଥିଲା । ଜାଗା ମିଶନ୍ ର ପରବର୍ତ୍ତୀ ପର୍ଯ୍ୟାୟ ଏହି ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ Land Entitlement Certificate ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ LEC ପ୍ରଦାନ କରାଯାଇଛି। ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ LEC ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ Land Entitlement Certificate ଦ୍ବାରା ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ମଧ୍ୟ ଲୋକାର୍ପଣ କରିଥିଲେ। ପୂର୍ବରୁ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି।

ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏହାର ଏସଓପି ଡକ୍ୟୁମେଣ୍ଟ ଉନ୍ମୋଚିତ କରିଥିଲେ । ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ Centre for Policy Research ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ସଂସ୍ଥା କାର୍ଯ୍ୟକ୍ରମର Knowledge partner ଭାବରେ ସହାୟତା ଯୋଗାଇ ଦେବ।

ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭାଷଣ ଦେଇଥିଲା ବେଳେ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ। ଜାଗା ମିଶନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

 

Previous Post

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

Next Post

୧୪ ମନ୍ତ୍ରୀ, ବିଧାୟକଙ୍କୁ କରୋନା

Next Post
୧୪ ମନ୍ତ୍ରୀ, ବିଧାୟକଙ୍କୁ କରୋନା

୧୪ ମନ୍ତ୍ରୀ, ବିଧାୟକଙ୍କୁ କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA