Saturday, April 18, 2026 04:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

by Our Correspondent
28 Sep, 2020- 03:39 PM
in Crime, Latest News
1 min read
0
ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତର ଅଗ୍ରଗତି, କାର୍ଯ୍ୟାନୁଷ୍ଠାନର ବିସ୍ତୃତ ରିପୋର୍ଟ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୩୦ ଅର୍ଥାତ୍ ପଅର ଦିନ ସୁଦ୍ଧା କମିଶନରେଟ୍ ପୁଲିସ ଷ୍ଟାଟସ୍ ରିପୋର୍ଟ ଦେବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ସିବିଆଇ ତଦନ୍ତ ପାଇଁ ଭାରତ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଏହି ଆଦେଶ ଶୁଣାଇଛନ୍ତି । ଏଥିସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ କହିଛନ୍ତି । ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।

ଭୁବନେଶ୍ୱରରେ ଲକଡାଉନ୍ ସମୟରେ ଜଣେ ୧୩ ବର୍ଷର ନାବାଳିକାକୁ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇ ସୁରକ୍ଷାକର୍ମୀ, ରାଉରକେଲାର ଜଣେ ପୁଲିସ ସମେତ ୭ ଜଣ ଲଗାତର ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ସେତେବେଳେ ଓଟିଭିରେ ରିସେପସିନିଷ୍ଟ ଚାକିରି କରିଥିବା ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ସେ ଝିଅକୁ ଘରେ ଏକୁଟିଆ ଛାଡ଼ିଦେଇ ଅଫିସ୍ ଆସୁଥିଲା ବେଳେ ଏହି ଜଘନ୍ୟ ଘଟଣା ଘଟିଛି । ଏ ସମ୍ପର୍କରେ ସେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ ମଧ୍ୟ ସେ ଓଲଟି ମାମଲାକୁ ଚପାଇ ଦେବାକୁ ଚାହିଁଥିଲେ ।

ଗତ ଅଗଷ୍ଟ ୩୦ ତାରିଖରେ ପୀଡ଼ିତାଙ୍କ ମାଆ ମହିଳା ଥାନାରେ ଦେଇଥିବା ଏତଲାରେ ସିଧାସଳଖ ଅଭିଯୁକ୍ତମାନଙ୍କ ନାଁ ଲେଖିଛନ୍ତି । ନିଜେ ପୀଡ଼ିତା ମଧ୍ୟ ପୁଲିସ ଆଗରେ ବୟାନ ଦେଇଛନ୍ତି । ପୁଲିସ ଛଡ଼ା ରାଜ୍ୟ ଶିଶୁ ଅଧକାର ସୁରକ୍ଷା କମିଶନ, ରାଜ୍ୟ ମହିଳା କମିଶନଙ୍କଠାରେ ମାଆ ଲିଖିତ ଅଭିଯୋଗ କରିଛନ୍ତି । ଏହି ଦୁଇ କମିଶନଙ୍କ ପକ୍ଷରୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ସମନ୍ ମଧ୍ୟ କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୭ ଅଭିଯୁକ୍ତଙ୍କ ନାଁରେ ପୋକସୋ ଆକ୍ଟରେ ମାମଲା ରୁଜୁ ହେବାର ଇତିମଧ୍ୟରେ ୨୯ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏଯାବତ୍ ଅପରାଧୀଙ୍କ ପାଖ ମାଡ଼ିନାହିଁ । ଅଭିଯୁକ୍ତ ତାଲିକାରେ ଥିବା ପୁଲିସକୁ ବି ଚିହ୍ନଟ କରିନାହିଁ । ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ପଚାରିବାକୁ ବି ସାହାସ କରୁନାହିଁ । ତଦନ୍ତ ଚାଲିଛି କହି ପୁଲିସ ସମୟ ଗଡାଉଥିବାରୁ ପୁଲିସର କାର୍ଯ୍ୟକଳାପକୁ ସମସ୍ତେ ସନ୍ଦେହ କରୁଛନ୍ତି ।

ପୁଲିସ ତଦନ୍ତରେ ଶିଥିଳତା ଅଭିଯୋଗ ଆଣି ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ମାମଲା ସିବିଆଇକୁ ହସ୍ତାନ୍ତର କରିବା ସହ ପୀଡ଼ିତାଙ୍କୁ ସୁରକ୍ଷା ଓ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ପ୍ରଥମ ଶୁଣାଣୀ ଆଜି ହୋଇଥିଲା ।

Previous Post

RR beat KXIP by 6 wickets

Next Post

୩ ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

Next Post
୩ ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

୩ ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA