Sunday, June 28, 2026 04:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଡ଼ ଠକେଇରେ ‘ବଡ଼ ଖବର’ ସମ୍ପାଦକ !

ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ ଇଓଡବ୍ଲୁ ରେଡ୍

by Our Correspondent
28 Jun, 2022- 03:11 PM
in Latest News, News
1 min read
0
ବଡ଼ ଠକେଇରେ ‘ବଡ଼ ଖବର’ ସମ୍ପାଦକ !

ଭୁବନେଶ୍ୱର: କୋଟିଏରୁ ଅଧିକ ଟଙ୍କା ଠକେଇ ଠକେଇ ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଛାପା ମାରିଛି । ଆଜି ଭୋର୍ ରୁ ଇଓଡବ୍ଲୁର ଏକ ଟିମ୍ ଅର୍ଦ୍ଧେନ୍ଦୁଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଥିଲେ ମଧ୍ୟ ତାଙ୍କୁ ପାଇନାହାନ୍ତି । ସେ ଫେରାର ହୋଇଯାଇଥିବା ଇଓଡବ୍ଲୁ ର ଜଣେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଇଓଡବ୍ଲୁ ର ଦୁଇ ଦୁଇଟି ହାଜିରା ନୋଟିସ୍ କୁ ସେ ଅମାନ୍ୟ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦(ବି) ଦଫାରେ ମାମଲା ରୁଜୁ ହୋଇଛି ।

ବଡ଼ ଖବର ଚାନେଲ୍ ସମ୍ପାଦକଙ୍କ ବିରୋଧରେ ଦୁଇ ଦୁଇଟି ବଡ଼ ଠକେଇ ଅଭିଯୋଗ ଆସିଛି । ପ୍ରଥମଟି ଚାନେଲ ଯନ୍ତ୍ରାଂଶ କିଣା ବାବଦରେ ୯୨ ଲକ୍ଷ ୪୭ ହଜାର ଟଙ୍କାର ଠକେଇ ଏବଂ ଦ୍ୱିତୀୟଟି ପ୍ଲାଏ କିଣାରେ ୭ ଲକ୍ଷ ଟଙ୍କାର ଠକେଇ ।

ପ୍ରଥମଟିର ଅଭିଯୋଗକାରୀ ହେଉଛନ୍ତି ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟର୍ ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱାଲା । ତାଙ୍କ ଅଭିଯୋଗ ଅନୁଯାୟୀ, ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ଏହି ଅର୍ଦ୍ଧେନ୍ଦୁ ଦାସ ୨୦୨୦ ମସିହାରେ ତାଙ୍କ ସହ ଯୋଗାଯୋଗ କରିଥିଲେ । ଆଲୋଚନା ପରେ ତାଙ୍କ ଚାନେଲ୍ ପାଇଁ ୧ କୋଟି ୪୭ ହଜାର ୭୦ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇ ଦେବା ପାଇଁ ଏକ ଚୁକ୍ତି ହୋଇଥିଲା । ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଅବଶିଷ୍ଟ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ୬ ମାସ ମଧ୍ୟରେ ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । ଶ୍ରୀ ଚାୱାଲ୍ ଙ୍କ ସଂସ୍ଥା ଭିଏଲ କାର୍ଗୋ ଜରିଆରେ ଚୁକ୍ତି ମୁତାବକ ଯନ୍ତ୍ରାଂଶ ପଠାଇଥିଲା ।

କିନ୍ତୁ ଯନ୍ତ୍ରାଂଶ ଲାଗିଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇ ନ ଥିଲେ । ଶ୍ରୀ ଚାୱାଲ୍ ବାରମ୍ବାର ଭୁବନେଶ୍ୱର ଆସି ଅର୍ଦ୍ଧେନ୍ଦୁଙ୍କୁ ଭେଟିଥିଲେ ମଧ୍ୟ ନିରାଶ ହୋଇଥିଲେ । ଅର୍ଦ୍ଧେନ୍ଦୁ ଟଙ୍କା ନ ଦେଇ ବିଭିନ୍ନ ବାହାନା କରିଥିଲେ । ପାଖାପାଖି ଦେଢ଼ବର୍ଷ ବିତିଯିବା ପରେ ଶ୍ରୀ ଚାୱାଲା ଗତ ୨୩ ତାରିଖରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ।

ଇଓଡବ୍ଲୁ ତାଙ୍କ ଅଭିଯୋଗକୁ ଗ୍ରହଣ କରି ୨୪ ତାରିଖରେ ଅର୍ଦ୍ଧେନ୍ଦୁଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଥିଲେ । ସେଦିନ ହାଜର ନ ହେବାରୁ ୨୬ ତାରିଖରେ ହାଜର ହେବା ପାଇଁ ଦ୍ୱିତୀୟ ନୋଟିସ୍ ହୋଇଥିଲା । ମାତ୍ର ସେଦିନ ବି ସେ ହାଜର ହୋଇ ନ ଥିଲେ ।

ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଦ୍ୱିତୀୟ ଠକେଇ ଅଭିଯୋଗଟି କଟକରୁ ଆସିଛି । କଟକର ଜଣେ ବ୍ୟବସାୟୀ ନିଶିଥ ଅଗ୍ରୱାଲ୍ ଆଜି ପୁରୀଘାଟ ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଅର୍ଦ୍ଧେନ୍ଦୁ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କାର ପ୍ଲାଏ ବାକିରେ ଆଣିଥିଲେ । ମାତ୍ର ପ୍ରତିଶ୍ରୁତି ମୁତାବକ ସେହି ଟଙ୍କା ଦେଉନାହାନ୍ତି । ବାରମ୍ବାର ଟଙ୍କା ମାଗି ନିରାଶ ହେବା ପରେ ଶ୍ରୀ ଅଗ୍ରୱାଲ୍ ଆଜି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁରୀଘାଟ ଥାନା ପୁଲିସ ତାଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

ଅପରପକ୍ଷେ ଅର୍ଦ୍ଧେନ୍ଦୁ ସୋସିଆଲ୍ ମିଡିଆରେ ତାଙ୍କ ସ୍ପଷ୍ଟୀକରଣ ରଖିଛନ୍ତି । ସେ ଲେଖିଛନ୍ତି ଯେ ମୁଁ ଚ୍ୟାନେଲ କାମରେ ବାହାରେ ଅଛି । ଇଓଡବ୍ଲୁଠାରୁ ସମନ ପାଇ ତୁରନ୍ତ ସେମାନଙ୍କୁ ଚିଠି ଲେଖି ଏ କଥା ଜଣାଇଥିଲି । ରଥଯାତ୍ରା ପରେ ଦେଖାକରିବି ବୋଲି କହିଥିଲି । ଏହାପରେ ଇଓଡବ୍ଲୁ ପୁଣି ସମନ ଜାରି କହିଲା ହାଜର କରିବାକୁ । ତେଣୁ ମୋର ଆଡଭୋକେଟ୍ ଇଓଡବ୍ଲୁକୁ ମୋ ପକ୍ଷ ମେଲ୍ କଲେ । ଚିଠି ମଧ୍ୟ ଅଫିସରେ ଦିଆଗଲା । ଇଓଡବ୍ଲୁ ଏସପିଙ୍କ ସହ କଥା ବି ହେଲେ । ତାହା ସତ୍ତ୍ବେ ଇଓଡବ୍ଲୁ ଭୋର୍ ୪ଟାରେ ମୋ ଘରେ ରେଡ୍ କରିବା ଆଶ୍ଚର୍ଯ୍ୟଜନକ । ସେମାନେ ଆସିବେ ବୋଲି ମୁଁ ଜାଣି ନ ଥିଲି । ମୁଁ ଭୁବନେଶ୍ବର ବାହାରେ ଥିଲି । ଆମେ ଇଓଡ୍ଲ୍ୟକୁ ସ୍ପଷ୍ଟ ଭାବେ ଆମ ସ୍ପଷ୍ଟୀକରଣ ଲେଖିକି ଜଣାଇଛୁ । କେବେ ବି କାହାକୁ ଠକିବା ଆମ ଉଦ୍ଦେଶ୍ୟ ନୁହେଁ । ଗଗନଦୀପ ପୁରୁଣା ଓ ଖରାପ କ୍ବାଲିଟିର ସାମଗ୍ରୀ ଦେଇ ନୂଆ ସାମଗ୍ରୀର ବିଲ୍ ଦେଇଛନ୍ତି । ଏ ସଂପର୍କରେ ‘ବଡ଼ ଖବର’ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

Previous Post

ନବୀନଙ୍କ ଦୁବାଇ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ

Next Post

ଫିଟୁଛି ଠକେଇର ବଡ଼ ଗୁମର, ଅଜ୍ଞାତବାସରେ ଅର୍ଦ୍ଧେନ୍ଦୁ

Next Post
ଫିଟୁଛି ଠକେଇର ବଡ଼ ଗୁମର, ଅଜ୍ଞାତବାସରେ ଅର୍ଦ୍ଧେନ୍ଦୁ

ଫିଟୁଛି ଠକେଇର ବଡ଼ ଗୁମର, ଅଜ୍ଞାତବାସରେ ଅର୍ଦ୍ଧେନ୍ଦୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA