Wednesday, July 29, 2026 01:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

by Our Correspondent
27 Jul, 2026- 08:42 AM
in Latest News, News
1 min read
0
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ଯୁବନେତା, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଦେହାନ୍ତ । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ସର୍ବୋପରି ବିଜେଡି ଜଣେ ଦକ୍ଷ ସଂଗଠକକୁ ହରାଇଛି ।

ସୁଶାନ୍ତ ସିଂ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । କିଛି ମାସ ଧରି ରାଜ୍ୟ ବାହାରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେଠାରୁ ଫେରି ମଝିରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମଝିରେ ସେ ସାମାନ୍ୟ ସୁସ୍ଥ ହୋଇ ଭୁବନେଶ୍ୱର ଘରେ ରହୁଥିଲେ । ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।

ପଶ୍ଚିମ ଓଡ଼ିଶାର ଅତି ପରିଚିତ ନାମ ଥିଲେ ସୁଶାନ୍ତ ସିଂ । ଜଣେ ପରୋପକାରୀ ଏବଂ ସୁସଂଗଠକ ଭାବେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିଲା । ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନକୁ ଶକ୍ତିଶାଳୀ କରିବାରେ ତାଙ୍କର ଥିଲା ଯଥେଷ୍ଟ ଅବଦାନ । ୨୦୦୯ ମସିହାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଏବଂ ୨୦୧୯ ରେ ମଧ୍ୟ ସେ ତାଙ୍କର ବିଜୟଧାରା ବଜାୟ ରଖିଥିଲେ । କିନ୍ତୁ, ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କଠାରୁ ୨୭, ୮୯୨ ଖଣ୍ଡ ଭୋଟରେ ହାରିଥିଲେ ।

ଜନସମ୍ପର୍କ ଓ ସାଂଗଠନିକ ଦକ୍ଷତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହ ଦଳରେ ତାଙ୍କର ଗୁରୁତ୍ୱ ବଢ଼ାଇ ଦେଇଥିଲା । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଚତୁର୍ଥ ପାଳି ସରକାରରେ ତାଙ୍କୁ ଶ୍ରମ ବିଭାଗର ରାଷ୍ଟ୍ରମନ୍ତ୍ରୀ କରିଥିଲେ । ପଞ୍ଚିମ ପାଳିରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦୋନ୍ନତି ଦେବା ସହ ଗ୍ରାମ୍ୟ ଉନ୍ନୟନ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଥିଲେ । ସାଂଗଠନିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦେଇଥିଲେ ।

ପଶ୍ଚିମ ଓଡ଼ିଶାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ସୁଶାନ୍ତ ସିଂ ଥିଲେ ବିଜେଡିର ପ୍ରମୁଖ ଚେହେରା । ସରଳ ଓ ସାଧାସିଧା ସ୍ୱଭାବର ସୁଶାନ୍ତଙ୍କର ପ୍ରବଳ ଇଚ୍ଛାଶକ୍ତି ସାଙ୍ଗକୁ ଦୃଢ଼ ମନୋବଳ ଓ ପରୋପକାର ମନୋଭାବ ତାଙ୍କୁ ରାଜନୀତିରେ ଶୀର୍ଷକୁ ନେଇଥିଲା । ତାଙ୍କ ମୃତ୍ୟୁ ପଶ୍ଚିମ ଓଡ଼ିଶା ପାଇଁ ଅପୁରଣୀୟ କ୍ଷତି ଆଣିଛି ।

ସୁୁଶାନ୍ତଙ୍କ ମୃତ୍ୟୁ ଖବର ଜାଣିଲା ପରେ ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ ବିଜେଡି ନେତାଙ୍କର ଭିଡ଼ ହୋଇଥିଲା ।

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ କହିଛନ୍ତି, ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା । ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।

Previous Post

ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍

Next Post

ଏବେ ନିତ୍ୟାନନ୍ଦ ଗଣ୍ଡଙ୍କ ପାଳି !

Next Post
ଏବେ ନିତ୍ୟାନନ୍ଦ ଗଣ୍ଡଙ୍କ ପାଳି !

ଏବେ ନିତ୍ୟାନନ୍ଦ ଗଣ୍ଡଙ୍କ ପାଳି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA