Friday, June 26, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରପାରିରେ ମହେଶ୍ୱର ମହାନ୍ତି

by Our Correspondent
07 Nov, 2023- 07:58 AM
in Latest News, News
1 min read
0
ଆରପାରିରେ ମହେଶ୍ୱର ମହାନ୍ତି

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା, ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ୱରର କେୟାର ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଭୋର୍ ୩ଟା ୨୫ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏଥିସହ ଓଡ଼ିଶାର ସାଧାରଣ ଜୀବନରୁ ଆଉ ଜଣେ ଲୋକପ୍ରିୟ ନେତା ଅପସରି ଯାଇଛନ୍ତି । ତାଙ୍କ ବିୟୋଗ ରାଜନୈତିକ ମହଲର ବିଶେଷ କରି ତାଙ୍କର ଜନ୍ମମାଟି ପୁରୀରେ ଶୋକର ଛାୟା ଖେଳାଇ ଦେଇଛି ।

ମହେଶ୍ୱର ମହାନ୍ତି ଗତ ନିର୍ବାଚନରେ ହାରିଥିଲେ ମଧ୍ୟ ମନ ତାଙ୍କର ହାରି ନଥିଲା । ପୁରୀବାସୀଙ୍କ ସୁଖଦୁଃଖରେ ନିଜକୁ ସାମିଲ ରଖିଥିଲେ । ପ୍ରତିଦିନ କୌଣସି ନା କୌଣସି ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଗତ ୧ ତାରିଖରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ସାରି ବିଳମ୍ବିତ ସଂଧ୍ୟାରେ ସେ ଘରକୁ ଫେରିଲା ପରେ ଭୀଷଣ ଅସୁସ୍ଥ ଅନୁଭବ କରି ଚେତାଶୂନ୍ୟ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଣାଯାଇ କେୟାର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଆଇସିୟୁର ରହି ଚିକିତ୍ସିତ ହେଉଥିଲେ ମଧ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା । ଗତକାଲି ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇଯାଇଥିଲା ।

୧୯୫୬ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ଭଲ ପାଠ ପଢିବା ସହ ଛାତ୍ର ରାଜନୀତିରେ ରୁଚି ରଖିଥିଲେ । ପୁରୀ ଏସସିସି କଲେଜର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ଏମଏ କରିଥିଲା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ମ୍ୟୁନିସିପାଲିଟିରୁ କାଉନସିଲର ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୮୫ରୁ ୧୯୯୦ ଏବଂ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇଥର ସେ ପୁରୀ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିଲେ ।

୧୯୯୫ ମସିହାରେ ଜନତା ଦଳ ଟିକେଟରେ ପ୍ରଥମ ଥର ପାଇଁ ପୁରୀରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୦ ମସିହାରୁ ସେ ୨୦୧୯ ପର୍ଯ୍ୟନ୍ତ ଏହିଭଳି ୫ ଥର ସେ ଲଗାତର ପୁରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ରହିଥିଲେ । ପରବର୍ତ୍ତୀ ସମୟରେ ସେ ଏକାଧିକ ଥର ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଆଇନ,ଯୋଜନା ଓ ସମନ୍ୱୟ, ପର୍ଯ୍ୟଟନ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଭାବେ ସ୍ୱର୍ଗତ ମହାନ୍ତି ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ ।

ମହେଶ୍ୱରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କେୟାର ହସ୍ପିଟାଲ୍ ରେ ରାଜନୈତିକ ଦଳର ନେତୃବୃନ୍ଦ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ପ୍ରବଳ ଭିଡ଼ ହୋଇଛି । କିଛି ସମୟ ମଧ୍ୟରେ ତାଙ୍କର ମୃତଦେହକୁ ଶଙ୍ଖ ଭବନ ଅଣାଯିବ । ଏହାପରେ ବିଧାନସଭା ପରିସର ନିଆଯିବ । ସେଠାରୁ ସିଧା ପୁରୀ ତାଙ୍କ ବାସଭବନକୁ ନିଆଯିବ । ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ଶୋକ: ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ମହେଶ୍ୱର ମହାନ୍ତି ଜଣେ ଲୋକପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

 

Previous Post

ସୋଆ ପକ୍ଷରୁ ଆରମ୍ଭ ହେଲା ଭାଷାକେନ୍ଦ୍ର

Next Post

Odisha Table Tennis Academy inaugurated

Next Post
Odisha Table Tennis Academy inaugurated

Odisha Table Tennis Academy inaugurated

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA