ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଫ୍ରେନ୍ଚ, ସ୍ୱାହିଲି ଓ ଆରବିକ୍ ଭଳି ବିଦେଶୀ ଭାଷା ଗୁଡ଼ିକୁ ଶିକ୍ଷା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏକ ଭାଷା କେନ୍ଦ୍ର ଆରମ୍ଭ କରାଯାଇଛି । ସୋଆ ସେଂଟର ଫର ଲାଙ୍ଗୁଏଜେସ୍ ଭାବେ ନାମିତ ଏହି କେନ୍ଦ୍ରକୁ ଶନିବାର ଉଦ୍ଘାଟନ କରାଯାଇଥିବା ବେଳେ ଏଠାରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ଏହି ୩ଟି ଭାଷାରେ ପ୍ରଶିକ୍ଷଣ ଦେବେ ।








