Thursday, June 25, 2026 05:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନକଲି ସାମ୍ବାଦିକ ସାବାଡ୍ ହେବେ ତ?

ସରକାରୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

by Our Correspondent
27 Oct, 2020- 12:01 PM
in Crime, Latest News, News
1 min read
1
ନକଲି ସାମ୍ବାଦିକ ସାବାଡ୍ ହେବେ ତ?

ଭୁବନେଶ୍ୱର: ଏକ ତେଲ ଫ୍ୟାକ୍ଟ୍ରି ମାଲିକଙ୍କୁ ଡରେଇ ବଟି ଆଦାୟ କରୁଥିବା ୬ ନକଲି ସାମ୍ବାଦିକଙ୍କୁ କମିଶନରେଟ୍ ଗିରଫ କରିଛି । ଏହି ନକଲି ସାମ୍ବାଦିକ ରାକେଟ୍ ର ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଛାନଭିନ୍ କରୁଛି । ନିଜକୁ ୱେବ୍ ଚାନେଲ୍/ ପୋର୍ଟାଲ୍ ସାମ୍ବାଦିକ ବୋଲାଇ ଏମାନେ ବଟି ଆଦାୟ କରିବା ସହ ଆତଙ୍କରାଜ ଚଳାଇଥିଲେ । ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ସାରା ରାଜ୍ୟରେ ଗାଁରୁ ସହର ଯାଏଁ ଏବେ ଛତୁ ଫୁଟିଲା ଭଳି ୱେବ୍ ଚାନେଲ୍ ଓ ପୋର୍ଟାଲ୍ । ଅଳ୍ପ ଖର୍ଚ୍ଚରେ ଏହା ସମ୍ଭବ ହେଉଥିବାରୁ ଟାଉଟର୍ ଓ ଦଲାଲଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି । ସାମ୍ବାଦିକତାର ସାମାନ୍ୟତମ ଯୋଗ୍ୟତା ନ ଥାଇ ମଧ୍ୟ ପକେଟରେ ଖଣ୍ଡେ ପ୍ରେସ୍ କାର୍ଡ ଖଣ୍ଡେ ଏବଂ ଗାଡ଼ିରେ ପ୍ରେସ୍ ଷ୍ଟିକର୍ ମାରିଦେଇ ଅନେକ ନିଜକୁ ସାମ୍ବାଦିକ ବୋଲାଉଛନ୍ତି । କିଛି ବ୍ୟକ୍ତି ଆଉ ଦୁଇପାଦ ଆଗକୁ ଯାଇ ଗୋଟେ ଗୋଟେ କ୍ୟାମେରା ଓ ବୁମ୍ ଧରୁଛନ୍ତି । ଅମୁକ ଚାନେଲ୍ ର ସାମ୍ବାଦିକ କହି ବ୍ଲାକମେଲିଂକୁ ରୋଜଗାରର ମାଧ୍ୟମ କରିଛନ୍ତି ।

ଖୋଦ୍ ରାଜଧାନୀର ରାସ୍ତାଘାଟ, ଗଳିକନ୍ଦିରେ ପ୍ରେସ୍ ଷ୍ଟିକର୍ ଲଗା ମାଳ ମାଳ ଗାଡ଼ି ବୁଲୁଥିବାର ଦେଖିବାକୁ ମିଳୁଛି । କେଉଁ ମିଡ଼ିଆରେ କାମ କରୁଛନ୍ତି ପଚାରିଲେ ୱେବ୍ ପୋର୍ଟାଲ୍ ବୋଲି କହୁଛନ୍ତି । ବରଗଡ଼ ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ କହିବାନୁଯାୟୀ, ତାଙ୍କ ପଡୋଶୀ ଘରକୁ ଅଧିକାଂଶ ସମୟରେ ଜଣେ ଯୁବକ ପ୍ରେସ୍ ଲେଖାଥିବା କାର୍ ନେଇ ଆସୁଥିଲେ । ଥରେ କୌତୁହଳବଶତଃ ତାଙ୍କୁ ପଚାରିଥିଲେ କେଉଁ ମିଡ଼ିଆରେ କାମ କରୁଛନ୍ତି? ଯୁବକଜଣଙ୍କ ଉତ୍ତର ଥିଲା, ମାମୁଁଙ୍କର ଗୋଟେ ୱେବ୍ ଚାନେଲ୍ ଅଛି । ପେଶାରେ ତାଙ୍କ ମାମୁଁ ଜଣେ ବିଲଡର୍ ବୋଲି ନିଃସଙ୍କୋଚରେ ସେ କହିଥିଲେ । ସୁତରାଂ ବିଲଡର ମାମୁଁଙ୍କର ୱେବ୍ ଚାନେଲ୍ ଅଛି ବୋଲି ଭଣଜା ନିଜ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି । ଏହା ହେଉଛି ଆଜିକାର ଅବସ୍ଥା ।

ୱେବ୍ ନାଁରେ ନକଲି ସାମ୍ବାଦିକତାର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । କିଛି ପୋର୍ଟାଲ୍ ସେକ୍ସ ଭିତ୍ତିକ ଖବର କରୁଛନ୍ତି ତ ଆଉ କିଛି ସମ୍ପୂର୍ଣ୍ଣ ଅବାସ୍ତବ ଖବର ଲେଖୁଛନ୍ତି । କିଛି ସେଲିବ୍ରିଟ୍ ମାନଙ୍କ ନାଁରେ ନିହାତି ମିଛ ଖବର ଲେଖି ଗୁଜବ ତିଆରି କରୁଛନ୍ତି । କିଛି ୱେବ୍ ପୋର୍ଟାଲ୍ ରେ କେବଳ ଚାଞ୍ଚଲ୍ୟକର ଶିରୋନାମା ଦେଖିବାକୁ ମିଳୁଛି । ସେଥିରେ ବିଷୟବସ୍ତୁ ବୋଲି କିଛି ରହୁନାହିଁ । ୱେବ୍ ପୋର୍ଟାଲ୍ ନାଁରେ ଏଭଳି ଭୟଙ୍କର ଫାଜିଲାମି ସାମ୍ବାଦିକତାକୁ ତଳିତଳାନ୍ତ କରିବା ସହ ସମାଜକୁ ନଷ୍ଟଭ୍ରଷ୍ଟ କରୁଛି । ମୋବାଇଲ୍ ଧରୁଥିବା ଛୋଟପିଲାଙ୍କୁ ବିପଦଥଗାମୀ କରିବାର ଯଥେଷ୍ଟ ଆଶଙ୍କା ରଖୁଛି ।

ଆଶ୍ଚର୍ଯ୍ୟ କଥା ହେଉଛି, ଏହି ନକଲି ସାମ୍ବାଦିକତା ଉପରେ ସରକାରୀ କଟକଣା ନାହିଁ କି ସାମାଜିକ ପ୍ରତିବନ୍ଧକ ନାହିଁ । ଡିଜିଟାଲ୍ ମିଡ଼ିଆ ର ଗୁରୁତ୍ୱ ବୁଝୁଥିବା ସରକାର ସମ୍ପୂର୍ଣ୍ଣ ନିଦାବିଷ୍ଣୁ ସାଜିଛନ୍ତି । ନା କେନ୍ଦ୍ର ସରକାର, ନା ରାଜ୍ୟ ସରକାରଙ୍କର ଏଥିପାଇଁ କୌଣସି ଯୋଜନା ଅଛି । କଟକଣା ନଥିବାରୁ ନକଲିମାନଙ୍କର ଭିଡ଼ ବଢ଼ିବା ବି ସ୍ୱାଭିବକ । ସାମ୍ବାଦିକତାର ପାଠ ବୁଝି ନ ଥିବା ଏହି ନକଲିମାନେ ପୂରା ଲଗାମଛଡ଼ା ହୋଇ ପସରା ମେଲାଇଛନ୍ତି । ଏମାନଙ୍କୁ ସହଜରେ ସାବାଡ୍ କରାଯାଇପାରିବ ସେ ଆଶା ଦେଖୁନାହାନ୍ତି ଅସଲି ସାମ୍ବାଦିକ ମହଲ ।

ଦୁର୍ଭାଗ୍ୟ ଯେ ନକଲିଙ୍କ କାର୍ଯକଳାପ ସାମ୍ବାଦିକତାର ଗାରିମା କ୍ଷୂର୍ଣ୍ଣ କରିବା ସହ ଅସଲି ସାମ୍ବାଦିକଙ୍କ ମର୍ଯ୍ୟାଦା ହାନି କରୁଛି । ସାମ୍ବାଦିକ ପେସା ପ୍ରତି ଲୋକଙ୍କ ସମ୍ମାନବୋଧ ରହୁନାହିଁ । ଅନେକ ପେଶାଦାର ସାମ୍ବାଦିକ ପରିବାରପୋଷଣ ପାଇଁ ସଂଘର୍ଷରେ ବଞ୍ଚିଥିଲେ ବି ଅନୀତି ଉପାୟରେ ପଇସା ରୋଜଗାରର ଧାର ଧରନ୍ତିନି । ନିଜ ସମ୍ମାନକୁ ଜଗି ସେମାନେ ନିଷ୍ଠାର ସହ କାମ କରୁଛନ୍ତି । ଏଭଳି ସାମ୍ବାଦିକଙ୍କ ସଂଖ୍ୟା ବହୁତ । ମାତ୍ର ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ଯୋଗୁଁ ସାମ୍ବାଦିକତାରେ ଲାଗୁଥିବା କଳଙ୍କରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏମାନଙ୍କ ସମ୍ମାନବୋଧ ଆଘାତ ହେଉଛି । ସରକାରୀ ଅଙ୍କୁଶ ନ ଲାଗିଲେ ଏଥିରୁ ମୁକୁଳିବା ସେମାନଙ୍କ ପାଇଁ କଷ୍ଟକର ।

କିଛି ବରିଷ୍ଠ ସାମ୍ବାଦିକଙ୍କ ମତରେ, ସରକାରୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି ନକଲି ସାମ୍ବାଦିକଙ୍କୁ ବୟକଟ୍ କରିବାର ଦାୟିତ୍ୱ ଏବେ ଅସଲି ସାମ୍ବାଦିକମାନେ ନେବା ଉଚିତ୍ । ଗାଁଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଖବରକାଗଜ ଓ ଟିଭିରେ କାମ କରୁଥିବା ସାମ୍ବାଦିକମାନଙ୍କ ପାଇଁ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରିବାରେ ଅସୁବିଧା ନାହିଁ । ଏହି ନକଲିମାନଙ୍କୁ ପାଖ ପୂରାଇ ନ ଦେଲେ ଆପେ ଆପେ ସେମାନଙ୍କର ଭାଉ ରହିବିନି । ବଳେ ସାବାଡ ହୋଇଯିବେ । ଜନସାଧାରଣ ଏଥିପ୍ରତି ସଚେତନ ରହିବା ସହ ନକଲି ସାମ୍ବାଦିକଙ୍କୁ ପୁଲିସରେ ଧରାଇବାରେ ସହଯୋଗ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

Previous Post

KXIP beat KKR by 8 Wickets

Next Post

ପରାଗ ଗୁପ୍ତା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ, ମାଥିଙ୍କୁ ସିଡିଏର ଅତିରିକ୍ତ ଦାୟିତ୍ୱ

Next Post
ପରାଗ ଗୁପ୍ତା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ, ମାଥିଙ୍କୁ ସିଡିଏର ଅତିରିକ୍ତ ଦାୟିତ୍ୱ

ପରାଗ ଗୁପ୍ତା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ, ମାଥିଙ୍କୁ ସିଡିଏର ଅତିରିକ୍ତ ଦାୟିତ୍ୱ

Comments 1

  1. pasupalak, S says:
    6 years ago

    Some use my name telecasting sensitised weather forecast that is not my version. It is not only mis-informatiin and unethical but also disgrace to me several times

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA