Saturday, July 4, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏସଡିଜି ରିପୋର୍ଟକୁ ନେଇ ଅପରାଜିତା-ଅମର ମୁହାଁମୁହିଁ

by Our Correspondent
05 Jun, 2021- 08:44 PM
in Latest News, News
1 min read
0
ଏସଡିଜି ରିପୋର୍ଟକୁ ନେଇ ଅପରାଜିତା-ଅମର ମୁହାଁମୁହିଁ

ଭୁବନେଶ୍ୱର: ନୀତି ଆୟୋଗଙ୍କ ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜି ରାଙ୍କିଂରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ଅମର ପଟ୍ଟନାୟକ । ଏସଡିଜି ରିପୋର୍ଟରେ ଓଡିଶା ତଳଆଡୁ ପାଞ୍ଚଟି ରାଜ୍ୟ ଭିତରେ ରହିବାକୁ ନେଇ ଅପରାଜିତା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ରିପୋର୍ଟକୁ ସେ ଭଲ ଭାବେ ନ ପଢ଼ି ନ ବୁଝି ତୁଚ୍ଛା ରାଜନୀତି କରୁଛନ୍ତି ବୋଲି ଜବାବ ଦେଇଛନ୍ତି ଅମର । ଅପରାଜିତାଙ୍କ ମୁହଁରେ ଏସଡିଜି ହେଉଛି ‘ସବୁ ଡାହା ଗପ’ ବୋଲି ସେ କଟାକ୍ଷ କରିଛନ୍ତି ।

ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ନୀତି ଆୟୋଗଙ୍କ ଏସଡିଜି ରିପୋର୍ଟ ଥୋଇ ୫ଟି ପ୍ରଶ୍ନ ପଚାରିଥିଲେ । ତାଙ୍କର ପ୍ରଶ୍ନ ଥିଲା, ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି? ଏସଡିଜି ରିପୋର୍ଟରେ ଓଡ଼ିଶାର ସ୍ଥାନ ଓଡ଼ିଆଙ୍କ ଆତ୍ମ ସମ୍ମାନ ଉପରେ କୁଠାରଘାତ ନୁହେଁ କି? ଇଜ୍ ଅଫ ଡୁଇଙ୍ଗ୍ ବିଜିନେସ୍ ରେ ଆମେ କାହିଁକି ଶୂନ? ରାଜ୍ୟରେ ମହିଳା ଅପରାଧ ବଢ଼ୁଛି କାହିଁକି? କେବଳ ସହରାଞ୍ଚଳର କେତେକ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ଛଡ଼ା ରାଜ୍ୟର ସମସ୍ତ କୋଣ ଅନୁକୋଣରେ ଓଡ଼ିଶାର ବିକାଶ କାହିଁକି ହୋଇପାରିନି?

ତେବେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଥିଲେ ସାଂସଦ ଡ. ଅମର ପଟ୍ଟନାୟକ । କହିଥିଲେ, ଏସଡିଜି ରିପୋର୍ଟ ପ୍ରସ୍ତୁତିରେ ବହୁତ ଗଡ଼ବଡ଼ ହୋଇଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖିବୁଜି ଅଧିକ ନମ୍ବର ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ବିଚାରକୁ ନିଆଯାଇନାହିଁ । ଓଡ଼ିଶାର ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାକୁ ୨୦୧୯ ରେ ୯୨% ନମ୍ବର ଦିଆଯାଇଥିବା ବେଳେ ଏ ବର୍ଷ ମିଳିଛି ଶୂନ । ୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବେଳେ କାହିଁକି ଶୂନ ମାର୍କ ଦିଆଗଲା? ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚି ପାରି ନ ଥିବା ବେଳେ ଏସଡିଜ ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯% ନମ୍ବର କାହିଁକି ଦିଆଗଲା? ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲା ବେଳେ ଏହି ରିପୋର୍ଟରେ କାହିଁକି ଉଲ୍ଲେଖ ରହିଲାନି? ୨୦୧୯ରେ ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍ ସଂଯୋଗକୁ ୧୨୩% ନମ୍ବର ଦିଆଯାଇଥିଲା ବେଳେ ୨୦୨୦ରେ ତାହା ୪୪% କୁ ଖସିଗଲା କେମିତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏସଡିଜି ରିପୋର୍ଟରେ ଓଡ଼ିଶା ବହୁକ୍ଷେତ୍ରରେ ଆଗରେ ରହିଛି । ୯ଟି କ୍ଷେତ୍ରରେ ସବୁ ରାଜ୍ୟକୁ ପଛରେ ପକାଇଛି । ବିପର୍ଯ୍ୟୟ ପରିଚାଳନା, ମହାମାରୀ ମୁକାବିଲାରେ ଓଡ଼ିଶା ସଫଳ ହୋଇଛି । ତେବେ ଏହି ରିପୋର୍ଟର ଉଦ୍ଦେଶ୍ୟ ନ ବୁଝି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୋଭିଡ୍ ଟିକା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଏହି ଅପଚେଷ୍ଟା ସଫଳ ହେବ ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି ।

Previous Post

ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

Next Post

୧୦ ମାସରେ ୧ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କଲା ଓଡ଼ିଶା-ମୋ ପରିବାର

Next Post

୧୦ ମାସରେ ୧ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA