Friday, April 17, 2026 01:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

୧୨ ବର୍ଷ ପରେ ସୁମନ୍ତ ମହାନ୍ତି ମର୍ଡର କେସ୍ ର ପଞ୍ଚମ ଅଭିଯୁକ୍ତ ଗିରଫ

ପୁରୁଣା କେସ୍ ଖେଳେଇଲେ ନୂଆ କମିଶନର

by Our Correspondent
14 Mar, 2021- 09:18 PM
in Crime, Latest News, News
1 min read
0
୧୨ ବର୍ଷ ପରେ ସୁମନ୍ତ ମହାନ୍ତି ମର୍ଡର କେସ୍ ର ପଞ୍ଚମ ଅଭିଯୁକ୍ତ ଗିରଫ

ଭୁୁବନେଶ୍ୱର: ୨୦୦୮ ମସିହାର ବହୁ ଚର୍ଚ୍ଚିତ ସଙ୍ଗୀତଜ୍ଞ ସୁମନ୍ତ ମହାନ୍ତି ହତ୍ୟା ମାମଲାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୁଲିସ । ତା’ ନାଁ ହେଉଛି ଲିଟୁଆ ଓରଫ ବିକ୍ରମାଦିତ୍ୟ ଜେନା । ଅପରାଧ ଘଟାଇବା ପରେ ପୁନେ ପଳାଇଯାଇ ଆତ୍ମଗୋପନ କରିଥିବା ଲିଟୁଆ ଗତବର୍ଷ ଲକଡାଉନ୍ ପୂର୍ବରୁ ଭୁବନେଶ୍ୱର ଫେରିଥିଲା । ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ବେଳେ ନୂଆ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଭିଯାନରୁ ଖସି ପାରିନାହିଁ । କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗତକାଲି ରାତିରେ ତାକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଛନ୍ତି । କମିଶନର ନିଜେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ।

୨୦୦୮ ମସିହା ଅକ୍ଟୋବର ୧୦ ତାରିଖରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା କରାଯାଇଥିଲା । ମଞ୍ଚେଶ୍ୱର ଥାନା ଚକେଇଶିଆଣି-ପଳାଶୁଣିି ରାସ୍ତା କେନାଲ୍ ରୁ ସୁମନ୍ତଙ୍କ କାର୍ ସହ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଅପରାଧୀମାନେ ତାଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ବାନ୍ଧି ଦେଇଥିଲେ ଏବଂ କାର୍ ପଛ ସିଟ୍ ରେ ରଖି କାର୍ କୁ କେନାଲକୁ ଗଡ଼ାଇ ଦେଇଥିଲେ । ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନୀଲ ଜେନା ସମେତ ଅନ୍ୟ ୩ ସହଯୋଗୀ ସୁଶୀଲ ସାମନ୍ତରାୟ, ଶୁଭକାନ୍ତ ଜେନା ଓ ମାନସ ରଂଜନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ପଞ୍ଚମ ଅଭିଯୁକ୍ତ ଲିଟୁଆ ଫେରାର ହୋଇଯାଇଥିଲା । ସେ ପୁନେ ପଳାଇଯାଇ ଏକ ଜିମ୍ ର ଟ୍ରେନର୍ ଭାବେ କାମ କରୁଥିଲା । ଦୀର୍ଘ ୮ ବର୍ଷ ପରେ ୨୦୧୭ ମସିହାରେ ସେ ଅସୁସ୍ଥ ମାଆଙ୍କୁ ଦେଖିବା ପାଇଁ ଲକ୍ଷ୍ମୀସାଗର ନିଜ ଘରକୁ ଅଳ୍ପ ଦିନ ପାଇଁ ଆସିଥିଲା । ୨୦୧୯ ମସିହାରେ ପୁନେରେ ତା”ର ଏକ ଦୁର୍ଘଟଣା ହେବାରୁ ସେ କାମ ହରାଇଥିଲା । ପରେ ପରେ ଲକଡାଉନ୍ ଯୋଗୁଁ ସେ ଭୁବନେଶ୍ୱର ଫେରି ଆସିଲା ।

୧୩ ବର୍ଷ ତଳର ଏହି ମାମଲା ପୁଲିସ ସ୍କାନରରେ ଥିଲେ ମଧ୍ୟ ଲିଟୁଆ ଅପହଞ୍ଚ ରହିଯାଇଥିଲା । କିଛି ଦିନ ତଳେ ସୌମେନ୍ଦ୍ର ପ୍ରିୟଦର୍ଶୀ କମିଶନର ଦାୟିତ୍ୱ ନେଲା ପରେ ପୁରୁଣା ଅପରାଧିକ ଫାଇଲ୍ ଗୁଡ଼ିକ ଖେଳାଇଥିଲେ । ହାଇ ପ୍ରୋଫାଇଲ୍ ମର୍ଡର କେସ୍ ଗୁଡ଼ିକୁ ଅନୁଧ୍ୟାନ କଲାବେଳେ ସୁମନ୍ତ ମହାନ୍ତି କେସ୍ ଉପରେ ତାଙ୍କର ଦୃଷ୍ଟି ପଡ଼ିଥିଲା । ଫେରାର ଅଭିଯୁକ୍ତ ବିକ୍ରମାଦିତ୍ୟକୁ ତୁରନ୍ତ ଗିରଫ କରିବାକୁ ବ୍ଲୁ ପ୍ରିଣ୍ଟ ସହ ସ୍ୱତନ୍ତ୍ର ସ୍କ୍ୱାଡ୍ ଉପରେ ଦାୟିତ୍ୱ ଛାଡ଼ିଥିଲେ । ଯେଉଁଥିରୁ ମିଳିଛି ସଫଳତା ।

ଛାତ୍ରାବସ୍ଥାରେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସୁମନ୍ତ୍ର ମହାନ୍ତି ଏବଂ ସୁନୀଲ ଜେନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସାଙ୍ଗ ହୋଇ ପଢ଼ୁଥିଲେ । କଲେଜରେ ଏକ ଉତ୍ସବ ପାଳନକୁ ନେଇ ଉଭୟଙ୍କ ମଧ୍ୟରେ କୁଆଡ଼େ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ସୁନୀଲ ସୁମନ୍ତଙ୍କୁ ଚଟକଣି ପକାଇଥିଲେ । ସୁନୀଲଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଥିଲେ । ଆଉ ସେହି ପୁରୁଣା ରାଗର ପ୍ରତିଶୋଧ ନେବା ପାଇଁ ସୁନୀଲ ତାଙ୍କର ବନ୍ଧୁମାନଙ୍କ ସହଯୋଗରେ ସୁମନ୍ତଙ୍କୁ ହତ୍ୟା କରିଥିବା କୁହାଯାଉଛି ।

ଆଜି ଗିରଫ ହୋଇଥିବା ଲିଟୁଆ ଓରଫ୍ ବିକ୍ରମାଦିତ୍ୟ ହତ୍ୟାକାଣ୍ଡରେ ସାମିଲ ନାହିଁ ବୋଲି ସଫେଇ ଦେଇଛି । ତେବେ ତାଙ୍କ ଘରେ ହିଁ ସୁମନ୍ତଙ୍କୁ ହତ୍ୟା କରାଯାଇଥିବା ଗଣମାଧ୍ୟମ ଆଗରେ ସେ ସ୍ୱୀକାର କରିଛି ।

Previous Post

କରୋନା ବିପଦ ଟଳିନାହିଁ, ସତର୍କ ରହିବା: ମୁଖ୍ୟମନ୍ତ୍ରୀ

Next Post

ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସ ସ୍ଥଗିତ

Next Post
ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସ ସ୍ଥଗିତ

ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସ ସ୍ଥଗିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA