Friday, June 26, 2026 03:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଭିଡ କଟକଣା ପୁଣି ଭାଙ୍ଗିଲେ

ସାଂସଦଙ୍କ ବିରୋଧରେ ବୋଲଗଡ଼ ଥାନାରେ ମାମଲା

by Our Correspondent
11 Oct, 2020- 11:17 PM
in Latest News
1 min read
0
କୋଭିଡ କଟକଣା ପୁଣି ଭାଙ୍ଗିଲେ

ଭୁବନେଶ୍ୱର: କୋଭିଡ କଟକଣାକୁ ଫୁ କରି ଚାଲିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ପୁଣି ଏକ ମାମଲା । ନିଜ ନିର୍ବାଚନମଣ୍ଡଳୀ ବୋଲଗଡ଼ ଅନ୍ତର୍ଗତ ପାଟପୁର ଶାସନ ପଞ୍ଚାୟତରେ ଗତକାଲି ଏକ ମିଶ୍ରଣ ପର୍ବରେ ସାଂସଦ କୋଭିଡ କଟକଣା ଭାଙ୍ଗିଥିବା ଅଭିଯୋଗ ହୋଇଛି । ସାଂସଦ ଓ ସହଯୋଗୀମାନେ ସାମାଜିକ ଦୂରତା ରକ୍ଷା କରି ନ ଥିଲେ କି ମୁହଁରେ ମାସ୍କ ଭିଡ଼ି ନ ଥିଲେ ।

ରାଇ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଏ ନେଇ ସାଂସଦଙ୍କ ବିରୋଧରେ ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏହି ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି । କୋଭିଡ କଟକଣା ଭାଙ୍ଗିବା ଅଭିଯୋଗରେ ପୂର୍ବରୁ ଅପରାଜିତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇସାରିଛି ।

ଦୁଇଦିନ ତଳେ ସାଂସଦ ତାଙ୍କ ଅଫିସରେ ନିଜ ଜନ୍ମଦିନ ପାଳିବା ବେଳେ କୋଭିଡ କଟକଣାର ଧଜିଆ ଉଡାଇଥିଲେ । ସମର୍ଥକଙ୍କ ଗହଣରେ ସାଂସଦଙ୍କ ନାଚଗୀତର ଭିଡ଼ିଓ ଭାଇରାଲ୍ ହେବା ପରେ ଚାରିଆଡୁ ସମାଲୋଚନା ହେଉଥିଲେ ମଧ୍ୟ ଅମାନିଆ ଅପରାଜିତା ନିଜର ଭୁଲ୍ ସ୍ୱୀକାର କରୁନାହାନ୍ତି । ଗତକାଲି ବିଏମସି ପ୍ରଶାସନ ପକ୍ଷରୁ ସାଂସଦଙ୍କର ଅଫିସ୍ କୁ ସିଲ୍ କରାଯାଇ ସମସ୍ତଙ୍କର କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ସାଂସଦ ଲଜ୍ଜିତ ହେବା ବଦଳରେ ମୁକାବିଲାର ରାସ୍ତା ଧରିଛନ୍ତି ।

କୋଭିଡ ନିୟମ ଭାଙ୍ଗିବାରେ ଅଭ୍ୟାସଗତ ସାଂସଦ ଅପରାଜିତାଙ୍କର ଏଭଳି ଆଚରଣକୁ ତାଙ୍କ ଦଳ ମଧ୍ୟ ସମର୍ଥନ କରିନାହିଁ । ସୋସିଆଲ୍ ମିଡ଼ିଆରେ ଅନେକ ବୁଦ୍ଧିଜୀବୀ ସାଂସଦଙ୍କୁ ପ୍ରଶ୍ନଜାଲରେ ଛନ୍ଦିଛନ୍ତି । ଆଇଏଏସ୍ ରୁ ସାଂସଦ ବନିଥିବା ସାଂସଦଙ୍କ ମନରେ ତଥାପି ବି ସାମାନ୍ୟତମ ଅନୁଶୋଚନା ନାହିଁ । ଆଜି ତାଙ୍କର ସିଲ୍ ହୋଇଥିବା ଅଫିସ କାର୍ଯ୍ୟାଳୟ ସାମନାରେ ବସି ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଲାବେଳେ କୋଭିଡ ନିୟମ ଜଗିବା ତାଙ୍କର ଦାୟିତ୍ୱ ନୁହେଁ ବୋଲି ଦମ୍ଭ ଦେଖାଇଛନ୍ତି ।

ସାଂସଦ କହିଛନ୍ତି, ‘ମୁଁ ଏଠି ବସି ଲୋକଙ୍କ ଅଭିଯୋଗ ଶୁଣିବି । ବହୁତ ଲୋକ ଆସିବେ, ଗହଳି ହେବ । ସାମାଜିକ ଦୂରତା ରକ୍ଷା କରିବା ଶାସନକଳର ଦାୟିତ୍ୱ । ଏହା ମୋର ଦାୟିତ୍ୱ ନୁହେଁ ।’ ରାଜ୍ୟବାସୀ କୋଭିଡ ମହାମାରୀ ଦୁର୍ଦ୍ଦିନରେ ସଢ଼ୁଥିଲା ବେଳେ କୋଭିଡ ସଂକ୍ରମଣରୁ ଲୋକଙ୍କୁ ସତର୍କ କରାଇବେ କ’ଣ ସାଂସଦ ଏଭଳି ଚାଲେଂଜ ଦେଇ ଓଲଟି ଉପହାସ କରୁଥିବା ଅନେକ କହିଛନ୍ତି । ଏହା ସାଂସଦଙ୍କର ଅହଂକାରର ନଗ୍ନ ନମୁନା ବୋଲି କୁହାଯାଉଛି ।

ସୂଚନାଥାଉକି, ସୋସିଆଲ୍ ମିଡ଼ିଆରେ ଜନୈକ ଆଇନଜୀବୀ ଏକ ଚିଠି ଜରିଆରେ ସାଂସଦଙ୍କୁ ପଚାରିଥିବା କିଛି ପ୍ରଶ୍ନ ଆଜି ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ହୋଇଛି । ପାଠକମାନଙ୍କ ଅବଗତି ନିମନ୍ତେ ସଂପୃକ୍ତ ଭଦ୍ରବ୍ୟକ୍ତିଙ୍କର ଚିଠିଟିକୁ ଆମେ ଏଠାରେ ଅବିକଳ ଉପସ୍ଥାପନ କରୁଛୁ ।

ସାଂସଦଙ୍କୁ ଚିଠିଟିଏ !!!

ମାନନୀୟା
ସାଂସଦ ମହାଶୟା,
ନମସ୍କାର।

ଆପଣଙ୍କ ପାଖେ ୟେ ଚିଠିଟି ପହଞ୍ଚିବାର ଆଶା ବହୁତ କମ୍। ମନ ବୁଝିଲାନି ବୋଲି ଲେଖୁଛି।

ଭୁବନେଶ୍ୱର ମ୍ୟୁନିସିପାଲିଟିରେ ତଥା ଗଣଶିକ୍ଷା ବିଭାଗରେ ଆପଣଙ୍କ କାମ ବିଷୟରେ ଶୁଣିଥିଲି। ଦେଖିଥିଲି। ଅନୁଭବ ବି କରିଥିଲି। ଆପଣ ସରକାରୀ ଚାକିରୀ ଛାଡି ରାଜନୀତିରେ ଯୋଗଦବା ଖବରଟା ଢେର୍ ଖୁସି ଦେଇଥିଲା। ଭୁବନେଶ୍ୱର ଆସନରେ ଆପଣଙ୍କ ବିରୁଦ୍ଧରେ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ। ଟିକେ ଦ୍ୱନ୍ଦରେ ପଡିଲି। ଦୁଇଜଣ କେହି କାହାକୁ କମ୍ ନୁହଁ। ତଥାପି ଭୋଟ ଖଣ୍ଡକ ଆପଣଙ୍କୁ ଦେଇଥିଲି। ବହୁତ ଦୁରରେ ଥାଇ ଆପଣଙ୍କ କାମ କରିବାର ଶୈଳୀକୁ ଦେଖି ମୁଁ ସବୁବେଳେ ଖୁସି ହୁଏ। ଗତକାଲି ସୋସିଆଲ ମିଡିଆରେ ଘୁରିବୁଲୁଥୁବା ଭିଡିଓଟାକୁ ମୁଁ ଅବିଶ୍ୱାସ କରିଥିଲି।ଫେସବୁକରେ ପୋଷ୍ଟଟିଏ ମଧ୍ୟ ଛାଡିଥିଲି।ଭିଡିଓଟା ପୁରୁଣା ହେଇଥିବ ବୋଲି ଓପନଲି ଲେଖିଥିଲି। ହେଲେ ସଂଧ୍ୟାରେ ସେହି ସୋସିଆଲ ମିଡିଆରେ ଆପଣଙ୍କୁ ଶୁଣିଲି। ଏମିତି କଣ କହିଲେ !!! କାଲି ରାତିରେ ଶୋଇପାରିନି। ଆପଣ ପା ଆମର ଆଦର୍ଶ !!!

୧) ଶବ ଶୋଭାଯାତ୍ରା ବିଜେପିର ପୁର୍ବତନ ସାଂସଦ ଅର୍ଜୁନବାବୁଙ୍କର ହଉ ବା ବିଜେଡିର ବିଧାୟକ ପ୍ରଦୀପବାବୁଙ୍କର ହଉ ବା କେହି ଜଣେ ଶହୀଦଙ୍କର ହଉ କିଛି ଲୋକ ଭଲପାଇ ଭିଡ କରନ୍ତି ଆଉ କିଛି ଲୋକ ଏମିତି ବି ପହଞ୍ଚିଯାଆନ୍ତି। ନଦୀରେ ଗଛଟେ ଭାସି ଯାଉଥୁଲେ ବି ପୋଲ ଉପରେ ଭିଡ ଜମେ।

୨) ଶବ ଶୋଭାଯାତ୍ରାରେ ଲୋକ ଛାଏଁ ଛାଏଁ ଜମା ହବା ଆଉ ଜନ୍ମଦିନରେ ଲୋକଙ୍କ ପାଇଁ ଭୋଜିଭାତ କରି କେକ୍ କାଟି ଏକାଠି ହେଇ ନାଚଗାନା କରିବା କଣ ସମାନ !!! ସ୍ୱର୍ଗଦ୍ୱାରଠୁ ନାଚଗାନାରେ କମ୍ ଲୋକ ଥିଲେ ବି ଭିଡ ବହୁତ ଥିଲା।ଦେହକୁ ଦେହ ଘଷି ହଉଥୁଲା। ଏମିତି କି ସ୍ୱର୍ଗଦ୍ୱାରଠୁ ସାମାଜିକ ଦୁରତା ଏଠି ବେଶୀ ଖରାପ ଥିଲା।

୩) ଆପଣ କହିଲେ ପୁରୀ ଶୋଭାଯାତ୍ରା ବେଳେ ମାସ୍କ ପିନ୍ଧିଥିଲେ।ମୁଁ ସେ ଭିଡିଓ ଫଟୋ ଖୋଜି ଦେଖିଲି।ସେ ବିଷୟରେ ଲେଖିବାକୁ ଚାହୁଁନି।ମାସ୍କ ପିନ୍ଧିଥା’ନ୍ତୁ ବା ନପିନ୍ଧିଥାନ୍ତୁ ଅନ୍ତତଃ ପିନ୍ଧିଥିଲେ ବୋଲି କହିଲେ।ମାସ୍କ ନ ପିନ୍ଧିବାଟା ଭୁଲ୍ ବୋଲି ପରୋକ୍ଷରେ ମାନିଲେ ସେତକ ବହୁତ।

୪) ସ୍ୱର୍ଗଦ୍ୱାର ଭିଡରେ ପ୍ରାୟ ସମସ୍ତଙ୍କ ମୁହଁରେ ମାସ୍କ ଥିଲା ହେଲେ ଜନ୍ମଦିନ ନାଚଗାନାରେ ନଥିଲା !!! ଆଜିକାଲି ସମସ୍ତେ ମାସ୍କ ଲଗଉଛନ୍ତି। ଏମିତି ମହିଳା ଶ୍ରମିକଟେ କି କେହି ଜଣେ ମହିଳା ମାସ୍କ ନପିନ୍ଧିଥିଲେ ନିଜ ଲୁଗା କାନିରେ ନାକ ପାଟିକୁ ଢାଙ୍କି ଧରୁଥୁବାର ଦେଖିବାକୁ ମିଳୁଛି। ସେଠି କେହି ନ ପିନ୍ଧିବାର କାରଣ କଣ ହେଇପାରେ !!! କଣ ମାସ୍କ ପିନ୍ଧିବାକୁ ମନା କରାଯାଇଥିଲାକି !!! ଏତେ ଲୋକ ଭିତରେ ମାତ୍ର ଦି’ ତିନି ଜଣ ପିନ୍ଧିଥିଲେ ବୋଲି ପରେ ଦେଖିଲି।

୫) ନିଜ କଥାର ସଫେଇ ଦେଲାବେଳେ ଆପଣ କାହା ଉଦାହରଣ ଦେଲେ !!! ମୁଁ କେବେ ଆପଣଙ୍କୁ ଆଜିର ରାଜନେତାଙ୍କ ସହ ତୁଳନା କରିନଥିଲି। ଆପଣ ୟେ କଣ କଲେ !!! ଏବେ ବହୁତ ପିଲା ବିଜେଡି ନେତାଙ୍କ ମାସ୍କ ନଥିବା ଚେହେରା ସୋସିଆଲ ମିଡିଆରେ ଦେଖେଇବେ।ଆପଣଙ୍କ ପାଇଁ ଓକିଲାତି କରିବେ।ହେଲେ ଭୁଲ୍ ଭୁଲ୍।ଠିକ୍ ଠିକ୍।ମାନ୍ୟବର ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧିବାକୁ ତଥା ସାମାଜିକ ଦୁରତା ରଖିବାକୁ ବାରମ୍ବାର କହୁଛନ୍ତି। ଆମେ ମାନିନାହାଁନ୍ତି। ବାସ୍। କଥା ଏତିକି। କିଏ ନ ମାନିଲା ବୋଲି ଆମେ ନମାନି ଠିକ୍ କଲେ ଯୁକ୍ତି କରିବା କଣ ଆପଣଙ୍କୁ ଶୋଭାପାଏ !!! କାହିଁକି ପଦୁଟେ “ହଁ ଜୋସରେ ଗୋଟେ ବେନିୟମ କାମଟେ ହେଇଗଲା। ସେଥିପାଇଁ ମୁଁ ଦୁଃଖିତ” କହି ଦେଇଥିଲେ କଣ ଏମିତି ବିଗିଡି ଯାଇଥା’ନ୍ତା !!! ଲୋକ ବୁଝିଲେଣି।ଧିରେ ଧିରେ ସତ୍ୟକୁ ଆପଣେଇଲେଣି। ନହେଲେ ଗତକାଲି ମନ୍ଦିର ଭିତରେ କୁକୁର ବୁଲେଇବା ଲୋକଟା କଣ ଦଣ୍ଡିତ ହେଇଥା’ନ୍ତା !!! ଆପଣ ଦୁଃଖ ପ୍ରକାଶ କରିଦେଇଥିଲେ ବରଂ ଆପଣଙ୍କ ପ୍ରତି ଭଲ ପାଇବା ଆହୁରି ବଢିଥା’ନ୍ତା।

୬) ଆପଣଙ୍କ କହିବା କଥା ରାଜ୍ୟ ସର୍କାର ନିଜ ନେତାଙ୍କ ବେଳକୁ ଚୁପ୍ ଅଥଚ ବିରୋଧୀଙ୍କ ବେଳକୁ କାର୍ଯ୍ୟାନୁଷ୍ଠାନ ନଉଛନ୍ତି। ଜଣଙ୍କର ଭୁଲକୁ ଧଇଲେନି ବୋଲି କଣ ଆମ ଭୁଲଟା ଠିକ୍ !!! ଆମେ କଣ ସେହି ଭୁଲ୍ କାମ କରିବା ଓ ଅନ୍ୟର ଉଦାହରଣ ଦବା !!! ଆପଣଙ୍କ କଥାରେ ଅନୁପ୍ରାଣୀତ ହେଇ ସାଧାରଣ ଜନତା କାରରେ ସିଟ ବେଲଟ୍ ନ ବାନ୍ଧି ବା ହେଲମେଟ୍ ନ ପିନ୍ଧି ପୋଲିସ ସହ ଏହିଭଳି ଯୁକ୍ତି କରିବେନି ତ !!!

ଆଶା ମୋ ଚିଠିଟିକୁ ରାଜନୈତିକ ଦୃଷ୍ଟିରୁ ଦେଖିବେନା। ମୁଁ ନା ବିଜେପିର ନା ବିଜେଡିର ନା କଂଗ୍ରେସର ନା ଆଉ କାହାର। ମୁଁ ଲୋକ ଦେଖି ଭୋଟ୍ ଦିଏ। ଲୋକ ଦେଖି ସମର୍ଥନ କରେ। ଭୁଲକୁ ଭୁଲ୍ ଆଉ ଠିକକୁ ଠିକ୍ କହିବାର ହିମ୍ମତ ରଖେଁ। ହଁ ବେଳେବେଳେ ମୋ ବିଚାର ମୋ ଭାବନା ବି ଭୁଲ୍ ହେଇଯାଏ। ସୋସିଆଲ ମିଡିଆରେ ଏମିତି ଲେଖି ଯଦି ଆପଣଙ୍କୁ କଷ୍ଟ ଦେଇଥାଏ ତେବେ ମୋତେ କ୍ଷମା କରିବେ।ମୋର ଇଛା ସୋସିଆଲ ମିଡିଆରେ ହିଁ ମନର କଥା ରହୁ।

ଇତି
ଆପଣଙ୍କୁ ଗତ ଭୋଟରେ ଭୋଟ ଦେଇଥିବା ଆପଣଙ୍କୁ ହୃଦୟରୁ ଭଲ ପାଉଥୁବା ପ୍ରଶଂସକଟିଏ।

 

Previous Post

ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

Next Post

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Next Post
ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA