Thursday, May 21, 2026 09:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଆଁ ମୁହଁରୁ ବଞ୍ଚିଗଲେ ୧୨୭ କରୋନା ରୋଗୀ

by Our Correspondent
21 Sep, 2020- 07:36 PM
in Latest News
1 min read
0
ନିଆଁ ମୁହଁରୁ ବଞ୍ଚିଗଲେ ୧୨୭ କରୋନା ରୋଗୀ

କଟକ: ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଅଭାବନୀୟ ଘଟଣା । କଟକ ଜଗତପୁରଠାରେ ଥିବା ସଦଗୁରୁ କୋଭିଡ୍ ହସ୍ପିଟାଲ୍ ଆଇସିୟୁରେ ଆଜି ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ଯବାନମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ନିଆଁ ଭିତରେ ଫସିଥିବା ୧୨୭ ଜଣ ଯାକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି । ସେମାନଙ୍କୁ ଅନ୍ୟ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ହସ୍ପିଟାଲ୍ ର ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତଦନ୍ତ ନିର୍ଦ୍ଦେଶ ଦେଇ ଦାୟିତ୍ୱ ଝାଡ଼ିଦେଇଛନ୍ତି ।

ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସଦଗୁରୁ କୋଭିଡ୍ ହସ୍ପିଟାଲ୍ ତୃତୀୟ ମହଲାରେ ଥିବା ଆଇସିୟୁ ବିଭାଗରେ ନିଆଁ ଲାଗିଥିଲା । ଏକ ଏସିରୁ ସଟ୍ ସର୍କିଟ୍ ହୋଇ ନିଆଁ ଲାଗିଥିବା କୁହାଯାଉଛି । କ୍ରମେ ଏହା ଅନ୍ୟଆଡକୁ ବ୍ୟାପିବା ଆରମ୍ଭ କରିଥିଲା । ସେତେବେଳକୁ ଆଇସିୟୁରେ ୨୪ ଜଣ ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲା ବେଳେ ତଳ ସାଧାରଣ ୱାର୍ଡରେ ଥିଲେ ୧୦୩ ରୋଗୀ । ଅଗ୍ନିକାଣ୍ଡର ଖବର ପାଇ କଟକରୁ ପ୍ରାୟ ୧୫ଟି ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପ୍ରଥମେ ଆଇସିୟୁରେ ଫସି ରହିଥିବା ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ । କଟକ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଫଳରେ ଘଣ୍ଟେ ଭିତରେ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇପାରିଥିଲା ।

ପର୍ଯ୍ୟାୟକ୍ରମେ ଏହି ରୋଗୀମାନଙ୍କୁ କଟକ ଓ ଭୁବନେଶ୍ୱରର ଅନ୍ୟ କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଆଇସିୟୁ ଭିତରୁ ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଓ ଧୂଆଁରେ ସେମାନେ ବହୁ ସମୟ ଧରି ଅଣନିଶ୍ୱାସୀ ହୋଇପଡ଼ିଥିଲେ । ଜଣ ଜଣ କରି ସମସ୍ତଙ୍କୁ ଷ୍ଟ୍ରେଚରରେ ତଳକୁ ଅଣାଯାଇଥିଲା । ଅନ୍ୟରୋଗୀମାନେ ବାହାରେ ଆମ୍ବୁଲାନସ୍ ଅପେକ୍ଷାରେ ପଡ଼ି ରହିଥିଲେ । ଜୀବନ ବିକଳରେ ରୋଗୀ ଓ ସେମାନଙ୍କ ଆତ୍ମୀୟଙ୍କ ଧାଁଧପଡ଼ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଆମ୍ବୁଲାନସ୍ ଯୋଗେ ସମସ୍ତଙ୍କୁ ଅନ୍ୟ ହସ୍ପିଟାଲ୍ ନିଆଯାଇଥିଲା ।

ଅଗ୍ନିକାଣ୍ଡ ପରେ ଏବେ କାରଣକୁ ନେଇ ଛାନଭିନ୍ ଆରମ୍ଭ ହୋଇଛି । ବିନା ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ରେ ୩/୪ ବର୍ଷ ଧରି ଏହି ହସ୍ପିଟାଲ୍ ଚାଲିଥିଲା ବୋଲି ଜଣାପଡ଼ିଲାଣି । ତେବେ ଏଥିପାଇଁ କିଏ ଦାୟୀ? ଆଜିର ଅଗ୍ନିକାଣ୍ଡ ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଆଗ ନିଜ ଉପରକୁ ଉତ୍ତରଦାୟିତ୍ୱ ନେବେ କି? ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ କରୁଥିଲେ କ’ଣ? ବିନା ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ରେ ହସ୍ପିଟାଲ୍ ଚାଲିବାକୁ ଅନୁମତି ଦିଆଗଲା କେମିତି?

୨୦୧୬ ରେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରେ ଏମିତି ଛାନଭିନ୍ ହୋଇଥିଲା । ହସ୍ପିଟାଲ୍ ଗୁଡ଼ିକର ଅଗ୍ନି ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ବ୍ୟବସ୍ଥାରେ ତ୍ରୁଟି ନ ରଖିବାକୁ ପାଇଁ ବହୁତ କସରତ୍ ହୋଇଥିଲା । ମାତ୍ର ଆଜିର ଦୁର୍ଘଟଣା ପରେ ବ୍ୟବସ୍ଥା ଯେ ସୁଧୁରିନି ତାହା ସ୍ପଷ୍ଟ ।

Previous Post

ହାଜିରା ଦେଲେ, ଜେରା ଆଗରୁ ପଳାଇଆସିଲେ

Next Post

RCB beat SRH by 10 runs

Next Post
RCB beat SRH by 10 runs

RCB beat SRH by 10 runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA