Tuesday, June 30, 2026 04:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହାଜିରା ଦେଲେ, ଜେରା ଆଗରୁ ପଳାଇଆସିଲେ

by Our Correspondent
21 Sep, 2020- 05:25 PM
in Latest News
1 min read
0
ହାଜିରା ଦେଲେ, ଜେରା ଆଗରୁ ପଳାଇଆସିଲେ

ଭୁୁବନେଶ୍ୱର: ପୂର୍ବରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସମନ୍ କୁ ଭ୍ରୃକ୍ଷେପ କରି ନ ଥିଲେ । ଆଜି ରାଜ୍ୟ ମହିଳା କମିଶନଙ୍କ ସମନ୍ କୁ ସମ୍ମାନ ଜଣାଇ କମିଶନଙ୍କ କାର୍ଯ୍ୟାଳୟରେ ହାଜିରା ପକାଇଲେ । ହେଲେ ଜେରା ଆଗକୁ ଗଲେ ନାହିଁ । ଅନ୍ୟ କାମର ବାହାନା ରଖି ପଳାଇ ଆସିଲେ ।

ନାବାଳିକା ଗଣଦୁର୍ଷ୍କମ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ୍ ପଣ୍ଡା ଆଜି ଏଭଳି ଭାବେ ରାଜ୍ୟ ମହିଳା କମିଶନଙ୍କୁ ଚକମା ଦେଇଛନ୍ତି । ଧାର୍ଯ୍ୟ ସମୟ ଦିନ ୧୧ଟାରେ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେତେବେଳକୁ କମିଶନଙ୍କ ଅଦାଲତରେ ଅନ୍ୟ କେସ୍ ର ଶୁଣାଣୀ ଚାଲିଥିଲା । ଓଟିଭି ଏମଡିଙ୍କର ୩ ନମ୍ବର କେସ୍ ଥିଲା । ତେବେ ତାଙ୍କ ପାଳି ଆସିଲା ପର୍ଯ୍ୟନ୍ତ ଜାଗୀ ଅପେକ୍ଷା କଲେନି । ଅନ୍ୟ କାର୍ଯ୍ୟର ବ୍ୟସ୍ତତା ଦର୍ଶାଇ ପଳାଇ ଆସିଥିଲେ ।

କମିଶନଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କ ମୁହଁରୁ ପ୍ରତିକ୍ରିୟା ନେବା ପାଇଁ ଅପେକ୍ଷାରତ ସାମ୍ବାଦିକମାନଙ୍କୁ ବି ନିରାଶ କରିଥିଲେ ଓଟିଭି ଏମଡି । କ୍ୟାମେରା ଓ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ପଳାଇ ଯାଇଥିଲେ । ତାଙ୍କ ଲୋକଙ୍କ ଜରିଆରେ ଏକ ଇଂରାଜୀ ପ୍ରେସ୍ ରିଲିଜ୍ କୁ ସାମ୍ବାଦିକମାନଙ୍କୁ ବଣ୍ଟାଯାଇଥିଲା ।

ସେଥିରେ ପୁଲିସଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା, ମହିଳା କମିଶନ ଅଧ୍ୟକ୍ଷା ଏବଂ ନାବାଳିକା ଗଣଦୁଷ୍କର୍ମ ମାମଲା ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍ ଗୁଡ଼ିକ ଉପରେ ବର୍ଷିଛନ୍ତି । ଓଟିଭି କର୍ମଚାରୀଙ୍କୁ ଥାନାକୁ ଡକାଇ ଉଦ୍ଦେଶ୍ୟମୂଳକ ଭାବେ ଜେରା କରାଯାଉଛି ବୋଲି ସେ ଅଭିଯୋଗ କରିବା ସହ ଗଣଦୁଷ୍କର୍ମ ମାମଲାର ଦୋଷୀ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ।

ତେବେ ଅନ୍ୟକୁ ଦୋଷୀ କରି ମାମଲାରୁ ଖସିପାରିବେନି ଜାଗୀ । ମହିଳା କମିଶନଙ୍କ ପକ୍ଷରୁ ତାଙ୍କୁ ସାନି ନୋଟିସ୍ ଦିଆଯିବ । ଆଜି କମିଶନଙ୍କ ଶୁଣାଣୀରେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କ ପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ ହେବ ବୋଲି ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା କହିଛନ୍ତି । ଭୁବନେଶ୍ୱର ଡିସିପିଙ୍କ ଡିସିପିଙ୍କ ଜରିଆରେ ଏହି ସମନ ଜାରି କରିବୁ ବୋଲି ଅଧ୍ୟକ୍ଷା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଓଟିଭିରେ ରିସେପସିନିଷ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କର ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଟିଭିର ୪ କର୍ମଚାରୀ । ମହିଳା ଥାନାରେ ସେମାନଙ୍କ ବିରୋଧରେ ପୋକସୋ ଆକ୍ଟ,୨୦୧୨ ରେ ସଙ୍ଗୀନ ମାମଲା ରୁଜୁ ହୋଇଛି । ତେବେ ମାମଲାକୁ ଇତିମଧ୍ୟରେ ୨୨ ଦିନ ପୂରିଯାଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନାହିଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜ ନାବାଳିକା ଝିଅ ପ୍ରତି ଏଭଳି ଜଘନ୍ୟ କାଣ୍ଡ ସମ୍ପର୍କରେ ଓଟିଭିରେ କାର୍ଯ୍ୟରତ ମହିଳାଜଣଙ୍କ ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ । ମାତ୍ର ଆଭ୍ୟନ୍ତରୀଣ ବିଶାଖା କମିଟି ଦ୍ୱାରା ତଦନ୍ତ ଆଳରେ ମାମଲା ଚପାଇଦେବାକୁ ଉଦ୍ୟମ ହୋଇଥିଲା ବୋଲି ପୀଡ଼ିତାଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି । ଏମଡିଙ୍କ ସହ ତାଙ୍କର ଟେଲିଫୋନ୍ କଥାବର୍ତ୍ତାର ଅଡିଓ କ୍ଲିପ୍ ବି ମହିଳା କମିଶନ ଓ ତଦନ୍ତକାରୀ ପୁଲିସ ପାଖରେ ଦାଖଲ କରିଛନ୍ତି ।

ଜଣେ ନାବାଳିକା ଝିଅ ପ୍ରତି ଏଭଳି ଜଘନ୍ୟ, ଗର୍ହିତ ମାମଲା ଚପାଇଦେବା ଉଦ୍ୟମ କ୍ଷେତ୍ରରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ପୋକସୋ ଆକ୍ଟର ଧାରା ୨୧ ରେ ମାମଲା ରୁଜୁ ହେବା କଥା । ଏକ ସଂଗଠନ ପକ୍ଷରୁ ଓଟିଭି ଏମଡିଙ୍କ ବିରୋଧରେ ଏ ନେଇ ଥାନାରେ ଏତଲା ବି ଦିଆଯାଇଛି । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ପୁଲିସ ମାମଲା ରୁଜୁ କରୁନାହିଁ କି ଅଡିଓ ବାର୍ତ୍ତଳାପର ସତ୍ୟାସତ୍ୟ ଜାଣିବା ପାଇଁ ଜାଗୀଙ୍କୁ ସମନ୍ କରୁନାହିଁ । ଶିଶୁ ସୁରକ୍ଷା ଅଧିକାର କମିଶନ ଓ ମହିଳା କମିଶନଙ୍କ ନୋଟିସ୍, ସମନ୍ ରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଯାଇଛି ।

Previous Post

Delhi beat Punjab in Super Over

Next Post

ନିଆଁ ମୁହଁରୁ ବଞ୍ଚିଗଲେ ୧୨୭ କରୋନା ରୋଗୀ

Next Post
ନିଆଁ ମୁହଁରୁ ବଞ୍ଚିଗଲେ ୧୨୭ କରୋନା ରୋଗୀ

ନିଆଁ ମୁହଁରୁ ବଞ୍ଚିଗଲେ ୧୨୭ କରୋନା ରୋଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA