Saturday, April 25, 2026 07:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସରେ ମିଶିଲେ ‘ବାବୁ’ ବିଜୟ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

by Our Correspondent
10 Feb, 2023- 04:52 PM
in Latest News, News, Politics
1 min read
0
କଂଗ୍ରେସରେ ମିଶିଲେ ‘ବାବୁ’ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ରାଜନୀତିରେ ଆଉ ଜଣେ ‘ବାବୁ’ଙ୍କର ପ୍ରବେଶ ହୋଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ‘ହାତ’ ଧରିଛନ୍ତି ।

ଶ୍ରୀ ପଟ୍ଟନାୟକ କଂଗ୍ରେସରେ ଯୋଗଦେବେ ବୋଲି ପୂର୍ବରୁ ଆଭାସ ମିଳିସାରିଥିଲା । ତେବେ କେବେ ଯୋଗଦେବେ ତାହା ସ୍ପଷ୍ଟ ହୋଇ ନ ଥିଲା । ତିନି ଦିନ ତଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ସେ ଦିଲ୍ଲୀ ଯିବା ପରେ ଖବରରେ ସ୍ପଷ୍ଟତା ଆସିଥିଲା ।

ଆଜି ସେ କଂଗ୍ରେସରେ ଯୋଗଦେବା ପରେ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି । ରାଜ୍ୟରେ କୁଶାସନ, ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି । ଏ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଓଡ଼ିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର । ବର୍ତ୍ତମାନର ଅବସ୍ଥାରେ ପରିବର୍ତ୍ତନ ପାଇଁ ରାଜନୀତିକୁ ଆସିଛି ବୋଲି ସେ କହିଛନ୍ତି । ଏଥିସହ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ।

୧୯୭୬ ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ବିଜୟ ପଟ୍ଟନାୟକ । ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ଥାଇ ୨୦୧୩ ମସିହାରେ ଚାକିରିରୁ ଅବସର ନେଇଥିଲେ । ଖୁବ୍ ପ୍ରଭାବଶାଳୀ ଅଫିସର ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଥିଲେ ଅତ୍ୟନ୍ତ ଅନୁଗତ । ୨୦୧୦ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବୀ ମିଳିଥିଲା । ଏକଦା ପ୍ୟାରୀମୋହନ ମହାପାତ୍ରଙ୍କ ବିକଳ୍ପ ଭାବେ ତାଙ୍କୁ କିଛି ମହଲରେ ଚିତ୍ରଣ କରାଯାଉଥିଲା ।

ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଥିବା ଶ୍ରୀ ପଟ୍ଟନାୟକ ଚାକିରିରୁ ଅବସର ଗ୍ରହଣ କଲା ପରେ ଷ୍ଟାଫ୍ ସିଲେକ୍ସନ୍ କମିସନ୍ ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ତାଙ୍କୁ ମାନବାଧିକାର କମିସନ ଭାବେ ନିଯୁକ୍ତି ମିଳିଥିଲା । ଅଚାନକ ସେଠାରୁ ଇସ୍ତଫା ଦେଇ ୨୦୧୫ ମସିହାରେ ବେଦାନ୍ତର ପ୍ରସ୍ତାବିତ ପୁରୀ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ । ସେଠାରେ ଦୁଇବର୍ଷ କାର୍ଯ୍ୟ କଲା ପରେ ବେଦାନ୍ତ ଫାଉଣ୍ଡେସନ୍ ମୁଖ୍ୟ ଅନୀଲ ଅଗ୍ରୱାଲ୍ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଚାକିରି ଛାଡ଼ି ଦେଇଥିଲେ ।

ସେବେଠାରୁ ସେ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ନିକଟରେ ଓଡ଼ିଶାରେ ପାଦ ଥାପିଥିବା ବିଆରଏସ୍ ରେ ସେ ଯୋଗଦେଉଥିବା ପ୍ରଚାର ହୋଇଥିଲା । ମାତ୍ର ତା’ ପୂର୍ବରୁ ସେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିସାରିଥିଲେ । ଯାହା ଆଜି ବାସ୍ତବ ରୂପ ନେଇଛି ।

Previous Post

କଲମ ଧରିବେ ଦିବ୍ୟାଙ୍ଗ ମୁନା

Next Post

ନିଜ କଲେଜ ମାଟିରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

Next Post
ନିଜ କଲେଜ ମାଟିରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ନିଜ କଲେଜ ମାଟିରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA