Saturday, April 25, 2026 04:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଜ କଲେଜ ମାଟିରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦ୍ରୌପଦୀ ମୁର୍ମୁ

by Our Correspondent
10 Feb, 2023- 06:29 PM
in Latest News, News
1 min read
0
ନିଜ କଲେଜ ମାଟିରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନିଜ କଲେଜ ମାଟି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ୪୦ ବର୍ଷ ତଳର ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ ରାଷ୍ଟ୍ରପତି । ତାଙ୍କ ଜୀବନର ଗତିପଥରେ ଏହି ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି କହିଥିଲେ ।

ରାଷ୍ଟ୍ରପତି ତାଙ୍କ ଦୀକ୍ଷାନ୍ତ ଭାଷଣ ଆରମ୍ଭରେ ରମାଦେବୀର ପବିତ୍ର ମାଟିକୁ ବନ୍ଦନ କରିଥିଲେ । ଅଡିିଟୋରିୟମ୍ ହଲ୍ ଉପରେ ଆଖି ବୁଲାଇ କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ । କହିଥିଲେ- ଏହି ସେଇ ଅଡିଟୋରିୟମ୍.. ସେଇ ସୁଗନ୍ଧ.. ସେଇ ମହକ.. ସେଇ କାନ୍ଥ.. । ସମସ୍ତେ ମତେ ଯେମିତି ଆହ୍ୱାନ କରୁଛନ୍ତି । ଶ୍ରଦ୍ଧାରେ ପାଛୋଟି ଆଣୁଛନ୍ତି ।

ରାଷ୍ଟ୍ରପତି ତାଙ୍କ ଛାତ୍ରୀ ଜୀବନର ସ୍ମୃତିକୁ ମନେ ପକାଇଥିଲେ । କହିଥିଲେ, ମୁଁ ଆଦିବାସୀ ହଷ୍ଟେଲରେ ରହୁଥିଲି । ଅବସର ସମୟରେ ହଷ୍ଟେଲ୍ ପୋର୍ଟିକୋ ପାଖରେ ବସିବାର ମଜ୍ଜା ନିଆରା ଥିଲା । କଲେଜରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଝିଅଠାରୁ ଗରିବ ଚାଷୀର ଝିଅ ସମସ୍ତେ ଆମେ ଏକାଠି ପଢ଼ୁଥିଲୁ । ଆମ ଭିତରେ କଥାବାର୍ତ୍ତାରେ ଭେଦଭାବର ବାତ୍ସ୍ନା ନ ଥିଲା । ଲାଗୁଥିଲା ଦୁର୍ଗମ ପଲ୍ଲୀରୁ ରାଜଧାନୀ ଯାଏଁ ସମସ୍ତେ ସମାନ । ମନରେ ଏହା ଉଦ୍ଦୀପନା ସୃଷ୍ଟି କରୁଥିଲା ।

ନିଜର ଆର୍ଥିକ ଦୂରାବସ୍ଥା ସମ୍ପର୍କରେ ମନେ ପକାଇଥିଲେ ରାଷ୍ଟ୍ରପତି । କହିଥିଲେ, ସେତେବେଳର ପରିସ୍ଥିତି ପାଇଁ କ୍ୟାଣ୍ଟିନ୍ ରେ ଖାଉ ନ ଥିଲି । ବାହାର ଠେଲା ଗାଡ଼ିରୁ କିଛି ଖାଇ ରହିଯାଉଥିଲି । କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ ବଡ଼କଥା ବୋଲି ରାଷ୍ଟ୍ରପତି କହିଥିଲେ ।

ଏହି ଅବସରରେ ରାଷ୍ଟ୍ରପତି କଲେଜର ଦୁଇ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ମନେ ପକାଇଥିଲେ । ସେମାନେ ହେଉଛନ୍ତି, ଅର୍ଥନୀତି ଅଧ୍ୟାପିକା ବୀଣାପାଣି ମହାନ୍ତି ଏବଂ ସାହିତ୍ୟ ଅଧ୍ୟାପିକା ଶକୁନ୍ତଳା ବଳିୟାରସିଂହ । ସେମାନଙ୍କ ଛାତ୍ରୀଭାବେ ନିଜକୁ ସୌଭାଗ୍ୟ ମଣିଥିଲେ ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ନାରୀଶକ୍ତିର ଗୁରୁତ୍ୱ କହିଥିଲେ । ବର୍ତ୍ତମାନର ନାରୀଶକ୍ତି ସଶକ୍ତ ହେବାର ଆବଶ୍ୟକତା ରହିଛି । ସେମାନଙ୍କ ପାଖରେ ସାମର୍ଥର ଅଭାବ ନାହିଁ, କେବଳ ପ୍ରଚେଷ୍ଟା ଦରକାର । ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବାକୁ ହେଲେ ନିଜ ଉପରେ ଆସ୍ଥା ରଖିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରୋହିତ ପୂଜାରୀ ଏବଂ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଦିନ ପ୍ରାୟ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ସେଠାରୁ ସିଧାସଳଖ ଆସି ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିସନ୍ ର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇଥିଲେ ।

ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ସେ କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ୍ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ ।

 

Previous Post

କଂଗ୍ରେସରେ ମିଶିଲେ ‘ବାବୁ’ ବିଜୟ ପଟ୍ଟନାୟକ

Next Post

ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ୨୩ରେ

Next Post
ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ୨୩ରେ

ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ୨୩ରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA