ଭୁବନେଶ୍ୱର: ଡିଜିପି ପଦରୁ ଅବସର ନେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀ ଅଭୟଙ୍କୁ ନୂଆ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନାର୍କୋଟିକ୍ ଡ୍ରଗସ୍ ସମ୍ପର୍କିତ ପ୍ରସଙ୍ଗ ଉପରେ ଗଠିତ ରାଜ୍ୟ ଟାକ୍ସଫୋର୍ସର ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତି ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ପାହ୍ୟାରେ ସେ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସଂଧ୍ୟାରେ ଏହି ବିଜ୍ଞପ୍ତି ଜାରି ହୋଇଛି ।
୧୯୮୬ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଶ୍ରୀ ଅଭୟ ଡିଜିପି ଭାବରେ କାର୍ଯ୍ୟ କରି ଆଜି ଚାକିରିରୁ ଅବସର ନେଇଥିଲେ । ତାଙ୍କ ଜାଗାରେ ନୂଆ ଡିଜିପି ଦାୟିତ୍ୱ ନେଇଛନ୍ତି ସୁନୀଲ ବଂଶଲ ।