ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଭେଟି । ସେମାନଙ୍କ ମହଙ୍ଗା ଭତ୍ତାରେ ୩% ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮% ରୁ ୩୧% କୁ ବୃଦ୍ଧି ପାଇଛି । ୦୧.୦୭.୨୦୨୧ ରୁ ପିଛିଲା ଭାବରେ ଏହା ଲାଗୁ ହେବ । ସଂଶୋଧିତ ହାରରେ ପେନସନ୍ ପାଉଥିବା ପେନସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ୩% ବୃଦ୍ଧି କରାଯାଇଛି । ଏହାଦ୍ୱାରା ରାଜ୍ୟର ସାଢ଼େ ୭ ଲକ୍ଷ ସରକାରୀ କର୍ମଚାରୀ ତଥା ପେନସନଭୋଗୀ ଉପକୃତ ହେବେ ।
ଏଥିସହ ସପ୍ତମ ବେତନ କମିଶନ ବାବଦ ୩୦% ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଥାଉକି, କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ୨୦୧୬ ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦% ପାଇସାରିଛନ୍ତି । ଏହାଦ୍ୱାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।