Thursday, June 25, 2026 10:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖିଆଙ୍କ ସୁରକ୍ଷା ପାଇଁ ମିଡ଼ିଆ ଢ଼ାଲ୍

ଓଟିଭି ସୁରକ୍ଷା ପାଇଁ ବାହାରିଲେ ବିଜେପି ନେତା

by Our Correspondent
01 Nov, 2020- 09:29 PM
in Latest News, News
1 min read
0
ମୁଖିଆଙ୍କ ସୁରକ୍ଷା ପାଇଁ ମିଡ଼ିଆ ଢ଼ାଲ୍

ଭୁବନେଶ୍ୱର: ଜମି କେଳେଙ୍କାରୀରେ ନିଜ ସଂସ୍ଥାର ସିଏଫଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ ହେବା ପରେ ଓଟିଭି ବାଉଳା ହୋଇଯାଇଛି । ଷଡ଼ଙ୍ଗୀଙ୍କ ପାଇଁ ଯେତିକି ଚିନ୍ତା ନାହିଁ, ଏମଡି ଜାଗୀ ପଣ୍ଡାଙ୍କ ପାଇଁ ଚିନ୍ତା ବଢ଼ିଛି । ଅପରାଧକୁ ଘଣ୍ଟ ଘୋଡାଇ ମୁଖ୍ୟ ଖଳନାୟକଙ୍କୁ ସୁରକ୍ଷା ଦେବା ଚାଲ୍ ରେ ମିଡ଼ିଆକୁ ଢ଼ାଲ୍ କରାଯାଇଛି । ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ଆଖ୍ୟା ଦିଆଯାଇ ବିରୋଧୀ ଦଳର ସମବେଦନା ଗୋଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ପଣ୍ଡା କମ୍ପାନୀର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କ୍ରାଇବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସରକାରଙ୍କ ଏହା ଅହଂକାର ବୋଲି ସେ କହିଛନ୍ତି । ଓଟିଭିକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି ବୋଲି ସେ ଓଟିଭିରେ ବାଇଟ୍ ଦେଇଛନ୍ତି । ଏହା ସରକାରଙ୍କ ବିନାଶ କାଳେ ବିରୀତ ବୁଦ୍ଧି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ମଧ୍ୟ ପଣ୍ଡା କମ୍ପାନୀର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁରେଶ ରାଉତରାୟ ଓ ସୁଦର୍ଶନ ଦାସଙ୍କ ଟିଭି ପ୍ରତିକ୍ରିୟାରୁ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ । ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଓଟିଭିରେ ବାଇଟ୍ ଦେଇଥିଲା ବେଳେ ଦଳିତଙ୍କ ଜମିକୁ ହଡ଼ପ କରିଥିବା ବ୍ୟକ୍ତି ଯିଏ ବି ହୁଅନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ନନ୍ଦିଘୋଷ ଟିଭିକୁ ବାଇଟ୍ ଦେଇଛନ୍ତି ।

ବିଜେଡ଼ି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏଥିରେ ରାଜନୈତିକ ଅଭିସନ୍ଧି ନାହିଁ ଏବଂ କ୍ରାଇମବ୍ରାଞ୍ଚ ତା କାର୍ଯ୍ୟ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି । ସାରୁଅ ଜମି ଜାଲିଆତି ମାମଲାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କ ମୁଖା ଖୋଲିବା ଦରକାର ବୋଲି ଅତନୁ କହିଛନ୍ତି ।

ସୂଚନାଯୋଗ୍ୟ, ଓଟିଭିର ଦୁଇ କର୍ମଚାରୀ ଓ ଦୁଇ ସୁରକ୍ଷା କର୍ମୀ ଅଭିଯୁକ୍ତ ଥିବା ଭୁବନେଶ୍ୱରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ଦୁଇମାସ ପୂରିଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ବିରୋଧରେ ବିରୋଧୀ ଦଳର ସ୍ୱର ଉଠିନାହିଁ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଟି ଖୋଲିନାହିଁ ।

ଲୋକସଭାରେ ଓଡ଼ିଶାରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିବା ଅପରାଜିତା ନିଜ ନିର୍ବାଚନମଣ୍ଡଳୀରେ ଗଣଦୁଷ୍କର୍ମର ଶିକାର ନାବାଳିକା ପାଇଁ ନ୍ୟାୟଭିକ୍ଷା କରିନାହାନ୍ତି । ରାଜ୍ୟ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏଯାଏଁ ପାଟି ଖୋଲିନାହାନ୍ତି । ମାତ୍ର ସାରୁଅ ଜମି ଦୁର୍ନୀତି ଓ ଦଳିତଙ୍କ ଜମି ହଡ଼ପ ମାମଲାରେ ଓଟିଭି ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିବା ଚର୍ଚ୍ଚାର ବିଷୟ ହୋଇଛି ।

Previous Post

ବନ୍ଧା ହେଲେ ଓଟିଭି ସିଏଫଓ ଷଡ଼ଙ୍ଗୀ

Next Post

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

Next Post
କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA