Thursday, July 10, 2025 06:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ମହିଳାଙ୍କୁ ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟା

ପ୍ରମୁଖ ଗଣମାଧ୍ୟମରେ ଖବର ନାହିଁ

by Our Correspondent
24 Feb, 2025- 06:32 PM
in Crime, Latest News, News
1 min read
0
ମହିଳାଙ୍କୁ ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟା

ଭୁବନେଶ୍ୱର:ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଏକ ବୀଭତ୍ସ କାଣ୍ଡ ଘଟିଛି । ଜଣେ ମହିଳାଙ୍କ ପ୍ରତି ଦୁର୍ବୃତ୍ତମାନେ ବର୍ବରତାର ସବୁ ସୀମା ଟପିଯାଇଛନ୍ତି । ୩୨ ବର୍ଷୀୟ ମହିଳାଙ୍କୁ କେବଳ ଗଣଦୁଷ୍କର୍ମ ଓ ହତ୍ୟା କରିନାହାନ୍ତି, ତାଙ୍କ ଗୁପ୍ତାଙ୍ଗକୁ କ୍ଷତାକ୍ତ କରି ଗର୍ଭାଶୟ ଓ ଅନ୍ତନଳୀ ବାହାର କରିଦେଇଛନ୍ତି । ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ନନ୍ଦିନୀପାଲି ଗ୍ରାମର ଅଜୁ ନାୟକ ଓ ତାଙ୍କ ପତ୍ନୀ ରମ୍ଭା ନାୟକ ନିଜର ୪ ପିଲା ସହ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥରରେ ରହି ଲୋକଙ୍କ ଗାଈ ଚରାଉଥିଲେ । ସେଥିରୁ ଅର୍ଜିତ ରୋଜଗାରରେ ପରିବାର ଚଳୁଥିଲା । ଗାଁରେ ବାପାମାଆ ଅନ୍ୟତ୍ର ରହୁଥିଲା ବେଳେ ନିଜ ଘରେ ତାଲା ପଡ଼ିଥିଲା । ବିପିଏଲ୍ ଚାଉଳ ପାଇଁ ଗତ ୧୯ ତାରିଖରେ ରମ୍ଭା ନନ୍ଦିନୀପାଲିକୁ ଏକା ଆସିଥିଲେ । ଶିଗଡ଼ ପଞ୍ଚାୟତ ଅଫିସରୁ ୩୫ କେଜି ଚାଉଳ ଉଠାଇ ସେ ଘରକୁ ଯାଇଥିଲେ । ପରଦିନ ସଂଧ୍ୟାରେ ଘର ନିକଟରେ ଥିବା ନବନିର୍ମିତ ଅଙ୍ଗନବାଡି କେନ୍ଦ୍ର ଆଗରେ କେତେଜଣ ଶିଶୁ ଖେଳୁଥିବା ବେଳେ ରମ୍ଭାଙ୍କ କ୍ଷତବିକ୍ଷତ ମୃତଦେହ ଭିତରେ ପଡ଼ିଥିବା ଦେଖିଥିଲେ ।

ପୁଲିସ ଗାଁରେ ପହଞ୍ଚି ଶବ ଜବତ କରିବା ପରେ ପାଲଲହଡ଼ା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲା । ୬ ଜଣଙ୍କୁ ସନେ୍ଦହରେ ଅଟକ ରଖି ପଚରାଉଚୁରା କରୁଛି । ତେବେ ୪ ଦିନ ପରେ ମଧ୍ୟ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇନାହିଁ । ଏହି ବୀଭତ୍ସ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏହି ଅମାନୁଷିକ ଓ ବର୍ବର କାଣ୍ଡ ଦିଲ୍ଲୀର ନିର୍ଭୟା କାଣ୍ଡଠାରୁ କମ୍ ଭୟଙ୍କର ନ ଥିଲେ ମଧ୍ୟ ଦୁର୍ଭାଗ୍ୟର କଥା ଯେ ଆମର ଗଣମାଧ୍ୟମ ଏହି ଖବରକୁ ଗୁରୁତ୍ୱ ଦେଇନାହାନ୍ତି । କେବଳ ‘ସମାଜ’କୁ ଛାଡ଼ିଦେଲେ ବୋଧହୁଏ ଅନ୍ୟ ପ୍ରମୁଖ ଖବରକାଗଜ ଏବଂ ଟିଭିରେ ଏହି ଖବର ନାହିଁ । ରାଜଧାନୀରେ କିଟ୍ ଏବଂ ଅଚ୍ୟୁତ ସାମନ୍ତଙ୍କ ପାଖରେ ଅଟକି ଯାଇଛନ୍ତି । ଏକ ନମ୍ବର ଟିଭି ବାଲାଙ୍କୁ ୨୦୦ କିଲୋମିଟର ଦୂରରେ ଘଟିଥିବା ଅତି ସମ୍ବେଦନଶୀଳ, ଅମାନବୀୟ ଓ ବର୍ବରକାଣ୍ଡ ତୁଚ୍ଛ ମନେ ହୋଇଛି ।

ଖାଲି ଟିଭି କି ଖବରକାଗଜ ନୁହେଁ । ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟ ଏହି ଘଟଣାକୁ ନଜର ଅନ୍ଦାଜ କରିଦେଇଛି । ସେମାନଙ୍କର ସୋସିଆଲ୍ ମିଡିଆରେ ସିମୁଳିଆ ଥାନା ଭିତରେ ବିଜେପି ନେତାଙ୍କ ଦାଦାଗିରିର ଦୁଇବର୍ଷ ତଳର ପୁରୁଣା ଫଟୋକୁ ଭାଇରାଲ୍ କରାଯାଉଥିବା ବେଳେ ପାଲଲହଡ଼ା ବର୍ବର କାଣ୍ଡ ଗୁରୁତ୍ୱହୀନ ହୋଇଯାଇଛି । ଏହା ହିଁ ଆମ ରାଜ୍ୟବାସୀଙ୍କର ଦୁର୍ଭାଗ୍ୟ ।

 

Previous Post

ପାଣ୍ଡିଆନ୍ ଆଜି ନୁହେଁ କି କେବେ ନୁହେଁ!

Next Post

କିଟ୍ ରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

Next Post
କିଟ୍ ରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

କିଟ୍ ରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA