Tuesday, May 12, 2026 12:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

“ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ

ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ

by Our Correspondent
17 Nov, 2025- 07:14 PM
in Latest News, News
1 min read
0
“ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ଜନତା ମୈଦାନ ଠାରେ ଭୁବନେଶ୍ୱର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅନୁଷ୍ଠାନର “ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବ୍ରହ୍ମକୁମାରୀ ଅନୁଷ୍ଠାନର ଏହି ପଚାଶ ବର୍ଷର ଯାତ୍ରା କେବଳ ସମୟର ଯାତ୍ରା ନହେଁ, ଏହା ମାନବତାର ଜାଗରଣ, ଆଧ୍ୟାତ୍ମିକ ଉନ୍ନତି ଏବଂ ଦିବ୍ୟ ସେବାର ଯାତ୍ରା ।

ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦିଏ । ଏହାଦ୍ବାରା ଆମେ ପ୍ରକୃତିର ସମ୍ପଦକୁ ବିଚାରଯୋଗ୍ୟ ବ୍ୟବହାର କରିଥାଉ। ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ ଏବଂ ଏହି ଶିକ୍ଷା, ବ୍ରହ୍ମକୁମାରୀ ସିଷ୍ଟର ଶିବାନୀ, ଜଣେ ଆଧ୍ୟାତ୍ମିକ ଶିକ୍ଷକ ଭାବେ ସାରା ବିଶ୍ୱକୁ ଶିଖାଇ ଆସୁଛନ୍ତି। ତାଙ୍କର ତ୍ୟାଗ ଓ ସେବା ମନୋବୃତ୍ତି ପାଇଁ ସେ ଆଜି ଦେଶର ଆଧ୍ୟାତ୍ମିକ ଜଗତରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ବ୍ରହ୍ମ କୁମାରୀ ଅନୁଷ୍ଠାନ Stress Management ଏବଂ Emotion Well-Being ବିଷୟକୁ ଗୁରୁତ୍ୱର ସହ ନେଇ ଲକ୍ଷ ଲକ୍ଷ ଲୋକଙ୍କ ଡିପ୍ରେସନ, ଆଡିକ୍ସନ ଏବଂ ଅନ୍ୟ ବ୍ୟକ୍ତିଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି। ନାରୀ ସଶକ୍ତିକରଣ ଓ ସାମାଜିକ ମୂଲ୍ୟବୋଧ ଉପରେ ମଧ୍ୟ କାମ କରୁଛନ୍ତି ।

ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଠାରୁ ଆରମ୍ଭ କରି ଆଗାମୀ ଦିନ ମାନଙ୍କରେ ଏହି ଅନୁଷ୍ଠାନ ଏକ ବିଶ୍ବ ଆନ୍ଦୋଳନର ରୂପନେଉ, ମାଉଣ୍ଟଆବୁ ଠାରୁ ଆରମ୍ଭ କରି ନ୍ୟୁୟର୍କ ଏବଂ ନାଇରୋବି ଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ବିଶ୍ବ ଶାନ୍ତିର ବାର୍ତ୍ତା ପହଞ୍ଚାଉ। ଭୁବନେଶ୍ବର ବ୍ରହ୍ମକୁମାରୀ ପକ୍ଷରୁ ମଧ୍ୟ ସମସ୍ତ ପ୍ରୟାସ ଜାରି ରହୁଛି। ସରକାରଙ୍କର ଏବଂ ବ୍ରହ୍ମ କୁମାରୀ ଅନୁଷ୍ଠାନର ସମ୍ମିଳିତ ପ୍ରୟାସ, ସମାଜରେ ନିଶ୍ଚୟ ଫଳପ୍ରଦ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ରାଜ ଯୋଗ ଓ ଧ୍ୟାନର ପଥ ଶୃଙ୍ଖଳା ଓ କରୁଣା ଶିଖାଏ । ଏହା ପ୍ରଶାସନରେ ସୁଶାସନ ପାଇଁ ଏହା ଆବଶ୍ୟକ। ଯେତେବେଳେ ପ୍ରଶାସନ ସହାନୁଭୂତି ସହିତ ଗତି କରେ ସେତେବେଳେ ଲୋକମାନେ ବିଶ୍ୱାସ ଅନୁଭବ କରନ୍ତି ଏବଂ ସେମାନେ ସମାଜର ନୈତିକ ଗଠନକୁ ମଜବୁତ୍ କରନ୍ତି। ଆଜିଯେଉଁ ଭଳି ବ୍ରହ୍ମକୁମାରୀ ଅନୁଷ୍ଠାନ ସମ୍ପନ୍ନ ଓଡିଶା, ସ୍ୱର୍ଣ୍ଣିମ ଓଡିଶା ଅଭିଯାନ ଆରମ୍ଭ କରିଛି, ସେହିଭଳି ଆମେ ମଧ୍ୟ ଲକ୍ଷ୍ୟ ରଖିଛୁ ୨୦୩୬ ସୁଦ୍ଧା ଆମ ଓଡିଶାକୁ ସମୃଦ୍ଧ ଓଡିଶା, ବିକଶିତ ଓଡିଶା ଭାବେ ଗଢି ତୋଳିବୁ।

ଏହି ଅବସରରେ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ବ୍ରହ୍ମକୁମାରୀ ଅନୁଷ୍ଠାନ ସମାଜକୁ ସଜାଡିବାର କାର୍ଯ୍ୟ ଓ ମଣିଷକୁ ସୁଧାରିବାର କାର୍ଯ୍ୟ କରୁଛି । ୫୦ ବର୍ଷ ଧରି ଏହି ଅନୁଷ୍ଠାନ ଆମ ସମସ୍ତଙ୍କୁ ଶାନ୍ତି ଏବଂ ମୈତ୍ରୀର ମାର୍ଗଦେଖାଉଛି।

କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ବ୍ରହ୍ମକୁମାରୀ ସିଷ୍ଟର ଶିବାନୀ, ଡକ୍ଟର ବନାରଶୀ ଭାଇ, ଶକ୍ତିରାଜ ଭାଇ, ବ୍ରହ୍ମକୁମାରୀ, ଭୁବନେଶ୍ୱର ଶାଖା ରୁ ଗୀତା ଦିଦି ପ୍ରମୁଖ ମଞ୍ଚାସୀନ ଥିଲେ।

Previous Post

କିମ୍‍ସରେ ‘କହୋଟେକ୍‍’ର ଦଶମ ସଂସ୍କରଣ ଉଦ୍‍ଯାପିତ

Next Post

ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ

Next Post
ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ

ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA