Friday, May 8, 2026 08:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ

by Our Correspondent
17 Dec, 2025- 07:40 PM
in Latest News, News
1 min read
0
ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ

ଭୁବନେଶ୍ୱର: ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦ୍.ଯାପିତ ହୋଇଯାଇଛି । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭିଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଯୋଗଦାନ କରି ବିଦ୍ୟାର୍ଥୀ, ଅବିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଞ୍ଚସୂତ୍ରୀ ପରାମର୍ଶ ପ୍ରଦାନ କରିଥିଲେ ।

ବିଦ୍ୟୁତ୍ ଅପବ୍ୟବହାରର ପ୍ରତିରୋଧ, ଜଳ ସଂରକ୍ଷଣ, ଖାଦ୍ୟର ସୁବିନିଯୋଗ, ନିୟମିତ ବୃକ୍ଷରୋପଣ ଓ ଜୈବବିଭାଜ୍ୟଯୁକ୍ତ ପ୍ଲାଷ୍ଟିକ୍.ର ବ୍ୟବହାର ଯାହାକି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ। ଏତତ୍ ବ୍ୟତୀତ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ରହି ସବୁବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହ ଜଣେ ସ୍ୱେଚ୍ଛାସେବୀର ମନୋଭାବ ରଖି ସମାଜ କଲ୍ୟାଣରେ ବ୍ରତୀ ହେବାକୁ ସେ କହିଥିଲେ । ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଏବଂ ଡିଏଭି ଓଡ଼ିଶା ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିଥିଲେ । ଡିଏଭି ଜୋନ୍ ଏଫ୍.ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ, ଦଶମଶ୍ରେଣୀରେ ଅଧ୍ୟାପନା କରୁଥିବା କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ସହ ସଂଯୋଜିକା ସ୍ମ୍ରିତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ ।

 

Previous Post

ମୋତେ ଘର ବାହୁଡ଼ା ପରି ଲାଗୁଛି: ମୁଖ୍ୟମନ୍ତ୍ରୀ

Next Post

କିଏ ସେହି ଜୟସ୍ୱାଲ୍ ?

Next Post
କିଏ ସେହି ଜୟସ୍ୱାଲ୍ ?

କିଏ ସେହି ଜୟସ୍ୱାଲ୍ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA