Friday, May 8, 2026 07:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଏ ସେହି ଜୟସ୍ୱାଲ୍ ?

ସୁପର୍ ଚିଫ ମିନିଷ୍ଟର୍ ଉପାଖ୍ୟାନ!!

by Samar Pradhan
17 Dec, 2025- 11:40 PM
in Latest News, News
1 min read
0
କିଏ ସେହି ଜୟସ୍ୱାଲ୍ ?

ଭୁବନେଶ୍ୱର: କିଏ ସେହି ଜୟସ୍ୱାଲ୍? କିଏ ସେହି ସୁପର୍ ଚିଫ୍ ମିନିଷ୍ଟର୍? କିଏ ସେହି ଭଦ୍ରବ୍ୟକ୍ତି ଯିଏ କେନ୍ଦୁଝର ଜିଲ୍ଲାରେ ୩୦୦ ଏକର ଜାଗା କିଣିସାରିଲେଣି? ଆଜିକାଲି କେବଳ ପ୍ରେସମିଟ୍ ରେ ସୁକୁ ସୁକୁ ହେଉଥିବା ବିଜେଡିର ମୁଖପାତ୍ର ଆଜି ଏହି ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକମାନେ ତାଙ୍କୁ ଓ ତାଙ୍କର କାରବାର ଖୋଜି ବାହାର କରିବାକୁ ଟିହାଇଛନ୍ତି ।

ପ୍ରେସ୍ ମିଟ୍ ର ବିଷୟବସ୍ତୁ ଖୋଜିବାକୁ ଯାଇ ମୁଖପାତ୍ର ମହାଶୟ ବାଉଳାରେ ଏମିତି କହିଛନ୍ତି ନା ପ୍ରକୃତ ତଥ୍ୟ ଆଧାରରେ ଏଭଳି କହିଛନ୍ତି ତାହା ଜଣାପଡ଼ିନାହିଁ । ଯଦି ତଥ୍ୟ ଅଛି ତେବେ ତାକୁ ସାମ୍ବାଦିକମାନଙ୍କୁ ଜଣାଇବାରେ ଅସୁବିଧା ରହିଲା କେଉଁଠି? ସାମ୍ବାଦିକମାନେ ଖାଲି ଖୋଲିବେ, ଆପଣ ଖୋଲିବେ ନାହିଁ କାହିଁକି? ବିରୋଧୀ ଦଳ ଭାବରେ ଆପଣଙ୍କର କ’ଣ ସେହି ଦାୟିତ୍ୱ ନୁହେଁ? କି ଭାଇ-ଭାଇର ସମ୍ପର୍କ ଦ୍ୱାହିରେ ତଥ୍ୟ ଖୋଲିବାକୁ ସାହାସ ହୋଇନି, ଏମିତି ପାଟିରୁ ବାହାରି ପଡ଼ିଛି । ଯଦି ଗୁଲିଗପ, ତା’ର ପରିଣାମ କେତେ ଭୟଙ୍କର ବିଜେଡି ଜାଣିବା ଦରକାର । କାରଣ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏହା ଷଡ଼ଯନ୍ତ୍ର । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇପାରେ ।

ଆମ ଜାଣିବାରେ ବିଜେଡିର ଖଣି ମାଫିଆ ରାଜା ଚକ୍ର ଗିରଫ ଘଟଣା ସମୟରେ ପୃଥକ୍ ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ ଜୟଦେବ ଜେନା କିଛି ଗୁରୁତର ଅଭିଯୋଗ ଆଣିଥିଲେ । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଅଣ ଓଡ଼ିଆ ଖଣି ମାଫିଆମାନଙ୍କ ଭାଗ୍ୟ କୁଆଡ଼େ ଖୋଲିଯାଇଛି । ସେମାନଙ୍କ ଏକଚାଟିଆ କାରବାର ଯୋଗୁଁ ସ୍ଥାନୀୟ ଯୁବକମାନେ ନିଯୁକ୍ତି ଏବଂ କର୍ମସଂସ୍ଥାନରୁ ବଞ୍ଚିତ ହୋଇଥିବା ସେମାନେ ଅଭିଯୋଗ କରିଥିଲେ ।

ଏହି ଦୁଇ ବରିଷ୍ଠ ନେତାଙ୍କ ସୌଜନ୍ୟରୁ ରାଜେଶ ଜୟସ୍ୱାଲ୍ ଏବଂ ମାତା ଜୟସ୍ୱାଲ୍ ନାମଧାରୀ ଦୁଇ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ସେମାନଙ୍କୁ ଖଣି ମାଫିଆ ଆଖ୍ୟା ଦିଆଗଲା । କେନ୍ଦୁଝର ଜିଲ୍ଲାରେ ଖଣିଜ ଦ୍ରବ୍ୟର ପରିବହନ ଏବଂ ରପ୍ତାନୀ କୁଆଡ଼େ ଏହି ଦୁହିଁଙ୍କ ହାତରେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଦୁଇ ଜୟସ୍ୱାଲ୍ ଙ୍କ ତଥାକଥିତ ଏକଚାଟିଆ ଖଣି କାରବାର ଅଳ୍ପ କିଛି ମିଡିଆରେ ଦିନେ ଓଳିଏ ଚର୍ଚ୍ଚା ହେଲା । ତେବେ କଥା ଆଉ ଆଗକୁ ବଢ଼ିଲାନି । ବିରୋଧୀ ଦଳ ପକ୍ଷରୁ ମଧ୍ୟ ଆଉ କାହାରି ପାଟି ଫିଟିଲା ନାହିଁ ।

ଏହା ଉପରେ ଆମର ଅନୁସନ୍ଧାନ ଆରମ୍ଭ ହୋଇଛି । ଆଜି ବିଜେଡି ମୁଖପାତ୍ର ସେଇ ଜୟସ୍ୱାଲ୍ ଙ୍କ କଥା କହିଛନ୍ତି ନା ଆଉ କିଏ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ତାଙ୍କର ଇସାରା ସତ ହୋଇଥିଲେ ନିଶ୍ଚୟ ସାଂଘାତିକ ।

Previous Post

ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ

Next Post

ବିିଧାୟକଙ୍କ ଦରମା ବୃଦ୍ଧିର ହେବ ପୁନଃବିଚାର!

Next Post
ବିିଧାୟକଙ୍କ ଦରମା ବୃଦ୍ଧିର ହେବ ପୁନଃବିଚାର!

ବିିଧାୟକଙ୍କ ଦରମା ବୃଦ୍ଧିର ହେବ ପୁନଃବିଚାର!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA