Tuesday, February 10, 2026 07:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିିଧାୟକଙ୍କ ଦରମା ବୃଦ୍ଧିର ହେବ ପୁନଃବିଚାର!

ଜନଅସନ୍ତୋଷକୁ ଡ଼ରିଲେ

by Our Correspondent
18 Dec, 2025- 10:42 PM
in Latest News, News
1 min read
0
ବିିଧାୟକଙ୍କ ଦରମା ବୃଦ୍ଧିର ହେବ ପୁନଃବିଚାର!

ଭୁବନେଶ୍ୱର: ବିଧାୟକଙ୍କ ଅହେତୁକ ଦରମା ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଜନଅସନ୍ତୋଷ ସୃଷ୍ଟି ହେବା ଦେଖି ସରକାର ଛାନିଆଁ । ଆଜି ଏକ ଜରୁରୀ ବୈଠକରେ ଜନସାଧାରଣଙ୍କ ପ୍ରତିକ୍ରିୟାକୁ ସମ୍ମାନ ଜଣାଇଛନ୍ତି ବିଜେପି ବିଧାୟକ ଦଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଦରମା ବୃଦ୍ଧି ନିଷ୍ପତ୍ତିର ପୁନଃବିଚାର ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପୁନଃବିଚାର ପାଇଁ ପ୍ରସ୍ତାବ ଦିଆଯାଇଛି । ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ଲୋକମତକୁ ସମ୍ମାନ ଜଣାଇ ଆମେ ଦରମା ବୃଦ୍ଧିର ପୁନଃବିଚାର ପାଇଁ ଜଣାଇଛୁ ବୋଲି ସେ କହିଛନ୍ତି ।

ଶୀତ ଅଧିବେଶନର ଶେଷ ମୁହୂର୍ତ୍ତରେ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତୀୟ ତିନୋଟି ବିଲ୍ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ଏକମାତ୍ର ବିଧାୟକ ସିପିଏମର ଲକ୍ଷ୍ମଣ ମୁଣ୍ଡା ବିଧାୟକଙ୍କ ଦରମା ବୃଦ୍ଧିକୁ ବିରୋଧ କରିଥିଲେ । ଏହି ନିଷ୍ପତ୍ତିରେ ବିଧାୟକଙ୍କ ଦରମା ଏକାଥରେ ତିନିଗୁଣା ବୃଦ୍ଧି କରାଯାଇଥିଲା । ସେମାନଙ୍କ ଦରମା ୯୫ ହଜାରରୁ ବଢ଼ି ସାଢ଼େ ତିନି ଲକ୍ଷ ହୋଇଥିଲା । ବିଧାୟକଙ୍କ ଦରମା ହାରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ହୋଇଥିଲା ।

ବର୍ଦ୍ଧିତ ହାରରେ ବିଧାୟକମାନଙ୍କ ବେତନ ଓ ଭତ୍ତା ମାସକୁ ୩ ଲକ୍ଷ ୪୫ ହଜାର ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ୩ ଲକ୍ଷ ୪୫ ହଜାର, ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀଙ୍କର ୩ ଲକ୍ଷ ୬୮ ହଜାର, ଉପବାଚସ୍ପତି ଏବଂ ରାଷ୍ଟ୍ରମନ୍ତ୍ରୀଙ୍କର ୩ ଲକ୍ଷ ୫୬ ହଜାର, କ୍ୟାବିନେଟ୍ ମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସରକାରୀ ମୁଖ୍ୟ ସଚେତକଙ୍କର ୩ ଲକ୍ଷ ୬୨ ହଜାର ଏବଂ ଉପ ମୁଖ୍ୟସଚେତକଙ୍କର ହୋଇଛି ୩ ଲକ୍ଷ ୫୦ ହଜାର ଟଙ୍କା । ପୂର୍ବତନ ବିଧାୟକମାନଙ୍କର ମାସକୁ ୮୦ ହଜାର ଟଙ୍କା ପେନସନ୍ ହୋଇଛି । ୨୦୨୪ ଜୁନ୍ ମାସରୁ ବିଧାୟକଙ୍କ ବର୍ଦ୍ଧିିତ ଦରମା ଓ ପେନସନ୍ ଲାଗୁ ହେବା ପାଇଁ ନିଷ୍ପତ୍ତି ହୋଇଛି ।

ତେବେ ବିଧାୟକଙ୍କ ତିନିଗୁଣା ଦରମା ବୃଦ୍ଧିକୁ ଜନସାଧାରଣ ଗ୍ରହଣ କରିନାହାନ୍ତି । ଏଥିପାଇଁ ଦଳମତ ନିର୍ବିଶେଷରେ ବିଧାୟକମାନେ ଏବଂ ସରକାର ସମାଲୋଚନାର ଶିକାର ହୋଇଛନ୍ତି । ଜନଅସନ୍ତୋଷକୁ ଅନୁଭବ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ । ଏହି ଅର୍ଥକୁ ଗରିବ ଲୋକଙ୍କ କଲ୍ୟାଣରେ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ଧାରାରେ ଆଉ କିଛି ବିଧାୟକଙ୍କୁ ଦେଖିବାକୁ ମିଳିଛି । ତେବେ ବିଧାନସଭାରେ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିବା ଏବଂ ବିଲ୍ କୁ ହାତ ଟେକି ସମର୍ଥନ ଦେଇଥିବା ବିଧାୟକମାନେ ଜନଅସନ୍ତୋଷ ଆଗରେ ମୁଣ୍ଡ ନୂଆଁଇ ୟୁ ଟର୍ଣ୍ଣ ମାରିବାକୁ ବାଧ୍ୟ ହୋଇଛନ୍ତି ।

ଆଡିସିନାଲ୍ ସିକ୍ୟୁରିଟି ଡିପୋଜିଟ୍ କିଛି ନୂଆ କଥା ନୁହେଁ । ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ନିୟମରେ କରୁଛୁ । ଏହା ରେଗୁଲେଟେଡ୍ ବିଜିନେସ୍ ବୋଲି ଟିପିସିଓଡିଏଲ୍ ସିଇଓ ଅରବିନ୍ଦ ସିଂ କହିଛନ୍ତି । ଅଧିକ ଟଙ୍କା ଆସିବା ଏକ ଭ୍ରମ । ସେମିତି ହେଉନି । ବ୍ୟକ୍ତିଗତ ସମସ୍ୟା ଅଛି ଆମ ନିକଟକୁ ଆସି ଜଣାଇପାରିବେ ।

Previous Post

କିଏ ସେହି ଜୟସ୍ୱାଲ୍ ?

Next Post

ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

Next Post
ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA