Sunday, May 10, 2026 08:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବ୍ୟବସ୍ଥା ଫେଲ୍: ଘରୋଇ ପ୍ଲଟ୍ ଉପରେ ଦାଦାଗିରି

ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରହସନ

by Our Correspondent
24 Sep, 2025- 07:08 PM
in Latest News, News
1 min read
0
ବ୍ୟବସ୍ଥା ଫେଲ୍: ଘରୋଇ ପ୍ଲଟ୍ ଉପରେ ଦାଦାଗିରି

ଭୁବନେଶ୍ୱର: ମଦନ ମୋହନ ଦାଶ । ବୟସ ୮୦ ବର୍ଷ । ଜୀବନ ତମାମ ନିଜର କଷ୍ଟଲବ୍ଧ ଅର୍ଥରେ ଭୁବନେଶ୍ୱରର ସୁନ୍ଦରପଦାରେ ଜାଗାଟିଏ କିଣିଛନ୍ତି । ନିଜ ଜୀବଦଶାରେ ଘର ଖଣ୍ଡେ ତୋଳିବା ପାଇଁ ସ୍ୱପ୍ନ ରଖିଛନ୍ତି । ସେହି ସ୍ୱପ୍ନ ସାକାର କରିବାକୁ ବାହାରିଲା ବେଳେ ତାଙ୍କ ଉପରେ ପଡ଼ିଛି ଚଡ଼କ । କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ, ସରକାରୀ ଦୁର୍ବିପାକର ସେ ଶିକାର ହୋଇଛନ୍ତି । ଯାହା ତାଙ୍କର ସ୍ୱପ୍ନକୁ ଧୂଳିସାତ କରିବାକୁ ବସିଛି । ନ୍ୟାୟ ପାଇଁ ବାରଦ୍ୱାର ବୁଲି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାଇଥିଲେ ମଧ୍ୟ ନିରାଶ ହୋଇଛନ୍ତି । ଆର୍ଥିକ ଏବଂ ମାନସିକ ଯନ୍ତ୍ରଣାରେ ଜୀବନ କାଟୁଛନ୍ତି ବୃଦ୍ଧ ମଦନ ମୋହନ ଏବଂ ତାଙ୍କ ପରିବାର ।

ସୁନ୍ଦରପଦା ପେଟ୍ରୋଲ୍ ଟାଙ୍କି ପାଖରେ ମଦନ ମୋହନ ଦାଶଙ୍କର ପ୍ଲଟ୍(ନଂ ୩୮୧, ଖାତା ନଂ ୩୪୫/୩୫୫୫) । ଘର ତିଆରି ପାଇଁ ପ୍ରସ୍ତୁତି ସାରିଥିଲେ । ବିଏମସି/ବିଡିଏ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଅନୁମୋଦନ ପାଇସାରିଛନ୍ତି । ଖାଲୁଆ ଜାଗା ହୋଇଥିବାରୁ ତାହାକୁ ପୋତିବା ପାଇଁ ୫ ଲକ୍ଷ ଟଙ୍କାର ବାଲି କିଣି ରଖିଥିଲେ । ୧୫ ଲକ୍ଷ ଟଙ୍କାର ନିର୍ମାଣ ସାମଗ୍ରୀ ମଧ୍ୟ ମହଜୁଦ ରଖିଥିଲେ ।

ଗତ ଜୁନ୍ ୧୪ ତାରିଖ ସକାଳୁ ସକାଳୁ ଅଚାନକ ସେହି ପ୍ଲଟ୍ ସମ୍ମୁଖରେ ଆରମ୍ଭ ହୋଇଗଲା ରାସ୍ତା ମରାମତି କାର୍ଯ୍ୟ । ପୂର୍ତ୍ତ ବିଭାଗ ଅଧୀନସ୍ଥ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍-୨ ଏବଂ ବିଏମସି ମିଳିତ ଭାବେ ଆରମ୍ଭ କରିଥିଲେ ରୋଡ୍ କଟିଂ କାର୍ଯ୍ୟ । ସେଠାରେ ରାସ୍ତା ଭାଙ୍ଗି ଏକ ନାଳ ଖୋଳାଗଲା ଏବଂ ବସ୍ତିର ଆବର୍ଜନା ପାଣିକୁ ସେଇ ନାଳ ବାଟେ ଶ୍ରୀ ଦାସଙ୍କ ପ୍ଲଟ ଉପରକୁ ଛଡ଼ାଗଲା । ଏଥିଯୋଗୁଁ ସ୍ୱେରେଜ୍ ଏବଂ ଡ୍ରେନେଜ୍ ପାଣିର ସୁଅ ଛୁଟିଲା । ପ୍ରତିବାଦ ସତ୍ତ୍ୱେ ଏବେ ବି ମରାମତି କାର୍ଯ୍ୟ ଜାରି ରହିଛି ଏବଂ ମଇଳା ପାଣିରେ ଭାସୁଛି ସଂପୃକ୍ତ ପ୍ଲଟ୍ । ବିନା ନୋଟିସ୍ ଏବଂ ଶ୍ରୀ ଦାସଙ୍କ ବିନା ସ୍ୱୀକୃତିରେ ଆର ଆଣ୍ଡ ବି ଡିଭିଜନ୍-୨ ଅଧୀକ୍ଷଣ ଯନ୍ତ୍ରୀ ଏବଂ ବିଏମସି କର୍ତ୍ତୃପକ୍ଷ ସେଇ ଘରୋଇ ପ୍ଲଟ୍ କୁ କ୍ଷତି କରି କାମ ଚଲେଇଛନ୍ତି ।

ଆର ଆଣ୍ଡ ବି ଡିଭିଜନ୍-୨ ଏବଂ ବିଏମସିର ଏହି ଔଦ୍ଧତ୍ୟ ପଣିଆ ଯୋଗୁଁ ଶ୍ରୀ ଦାସଙ୍କର ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନିର୍ମାଣ ସାମଗ୍ରୀ ଧୂଳିସାତ୍ ହୋଇଯାଇଛି । ମଇଳା, ଆବର୍ଜନା ପାଣିରେ ପ୍ଲଟ ବୁଡ଼ି ରହି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସେହି ଜାଗାର ଭୂଗୋଳ ବଦଳିଯାଇ ବିପଦ ଶଙ୍କୁଳ ଅବସ୍ଥାକୁ ଚାଲିଆସିଛି ଭୂତଳ ଜଳର ଗୁଣବତ୍ତା ।

ବର୍ତ୍ତମାନର ବଡ଼ ସମସ୍ୟା ହୋଇଛି ଯେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିବାରୁ ବିଡିଏ ଅନୁମୋଦନ ବାତିଲ କରିବାର ଆଶଙ୍କା ଦେଖାଦେଇଛି । ଏହା ହେଲେ ପୁଣି ଅର୍ଥ ଖର୍ଚ୍ଚ ହେବ ଏବଂ ସମୟ ଗଡ଼ିବ । ନିଜ ଜୀବଦଶାରେ ଘର ଖଣ୍ଡେ ତିଆରି କରିବାର ସ୍ୱପ୍ନ ରଖିଥିବା ୮୦ ବର୍ଷୀୟ ଶ୍ରୀ ଦାଶଙ୍କୁ ଏହା ଶକ୍ତ ଆଘାତ ଆଣିଛି । ଯୋଜନା ମୁତାବକ ଘର ତିଆରିରେ ଅନିଶ୍ଚିତତା, ଭୀଷଣ ଆର୍ଥିକ କ୍ଷତି ସାଙ୍ଗକୁ ଉକ୍ତ ଜାଗା ସହ ରହିଥିବା ଭାବାବେଗ ଶ୍ରୀ ଦାସଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି ।

ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବା ସହ ତାଙ୍କ ପ୍ଲଟ୍ କୁ ସୁରକ୍ଷା ଦେବାକୁ ଶ୍ରୀ ଦାସ ଇତିମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷ, ବିଏମସି କର୍ତ୍ତୃପକ୍ଷ, ମୁଖ୍ୟ ଶାସନ ସଚିବ ଏବଂ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କୁ ଲିଖିତ ପ୍ରାର୍ଥନା କରିଥିଲେ ମଧ୍ୟ କେହି ଶୁଣିବାର ନାହିଁ । ରାଜ୍ୟ ସରକାରଙ୍କ ଜନ ଶୁଣାଣି ପୋର୍ଟାଲରେ ଏହା ପାଞ୍ଚ ପାଞ୍ଚ ଥର ପଞ୍ଜିକୃତ ହୋଇଥିଲେ ମଧ୍ୟ କୌଣସି ଉତ୍ତର ନାହିଁ । ଲୋକଙ୍କ ସରକାର ବୋଲି ମୋହନ ସରକାର ଡିଣ୍ଡିମ ପିଟୁଥିବା ବେଳେ ଖୋଦ୍ ରାଜଧାନୀର ଜଣେ ବୃଦ୍ଧଙ୍କର ଏହି କରୁଣ କାହାଣୀ ସମସ୍ତଙ୍କୁ ବିଚଳିତ କରିଛି ।

ଅସହାୟ ମଦନ ମୋହନଙ୍କର ଏହି ଅବସ୍ଥା ଦେଖି ଯୁବ ଶକ୍ତି ନାମକ ଏକ ସଂଗଠନ ସହଯୋଗର ହାତ ବଢ଼ାଇଛନ୍ତି । ଓଡ଼ିଶା ରାଜ୍ୟ ମାନବାଧିକାର କମିସନଙ୍କ ପାଖରେ ପିଟିସନ୍ କରି ନ୍ୟାୟ ମାଗିଛନ୍ତି । କମିସନ ଏହି ଅଭିଯୋଗକୁ ଗ୍ରହଣ କରି ଏହାର ଶୁଣାଣି ପାଇଁ ଅକ୍ଟୋବର ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।

Previous Post

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା

Next Post

ମହିଳା କଂଗ୍ରେସର ବିଧାନସଭା ଘେରାଉ

Next Post
ମହିଳା କଂଗ୍ରେସର ବିଧାନସଭା ଘେରାଉ

ମହିଳା କଂଗ୍ରେସର ବିଧାନସଭା ଘେରାଉ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA