Monday, May 25, 2026 03:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା

by Our Correspondent
23 Sep, 2025- 09:41 PM
in Latest News, News
1 min read
0
ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା

ଭୁବନେଶ୍ୱର: ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ରାଜ୍ୟ ଓ ଧର୍ମର ସଂପର୍କକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସାମାଜିକକର୍ମୀ ଡକ୍ଟର ତସ୍‌ଲିମା ନସରିନ୍‌।
ଆଇନ୍ ସମାନତା ଏବଂ ମାନବାଧିକାର ଉପରେ ପର୍ଯ୍ୟବେଶିତ ହେବା ଉଚିତ୍‌। ଏହା କୌଣସି ଧାର୍ମିକ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ ଯାହାକି ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରେ ବୋଲି କହିଛନ୍ତି ଡକ୍ଟର ନସରିନ୍‌। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ବକ୍ତୃତା କାର୍ଯ୍ୟକ୍ରମରେ ମଙ୍ଗଳବାର ଯୋଗ ଦେଇ ସେ ଏହି ମନ୍ତବ୍ୟ ରଖିଛନ୍ତି।

ପେସାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହୋଇଥିଲେ ମଧ୍ୟ ଡକ୍ଟର ନସରିନ୍ ହେଉଛନ୍ତି ଜଣେ ବାଂଲାଦେଶୀ ଲେଖିକା ଯାହାଙ୍କୁ କି ନିଜର ଲେଖନୀ ଏବଂ ମତ ନିମନ୍ତେ ନିଜ ଦେଶରୁ ନିର୍ବାସିତ କରାଯାଇଥିଲା। ନିଜ ବକ୍ତବ୍ୟରେ ମହିଳାମାନଙ୍କର ମାନବିକ ସମ୍ମାନ ଏବଂ ସମାନତାକୁ ବଜାୟ ରଖିବା ପାଇଁ ତାଙ୍କ ସଂଘର୍ଷ ସମ୍ପର୍କରେ କହିବା ସହ ଏହି ପଥରୁ ସେ କେବେ ବି ବିଚ୍ୟୁତ ହେବେ ନାହିଁ ବୋଲି କହିଥିଲେ।

ସେ ନିଜ ବକ୍ତବ୍ୟରେ କହିଥିଲେ ଯେ “ବାଂଲାଦେଶ ମୋତେ ନିର୍ବାସିତ କଲା, ପଶ୍ଚିମବଂଗ ଯେଉଁଠାରେ ମୁଁ ରହୁଥିଲି ସେଠାରୁ ବି ମୁଁ ନିର୍ବାସିତ ହେଲି। ମୋର କୌଣସି ଘର ନାହିଁ, ମୋର କୌଣସି ଦେଶ ବି ନାହିଁ। ମୁଁ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାରେ ବିଶ୍ୱାସ କରେ ଏବଂ ମହିଳାମାନେ ଧାର୍ମିକ ଅତ୍ୟାଚାରକୁ ପ୍ରତିରୋଧ କରିବା ଉଚିତ୍ ବୋଲି ମୁଁ ମନେ କରେ ବୋଲି ଡକ୍ଟର ନସରିନ୍ ଭରପୂର ଅଡିଟୋରିୟମରେ କହିଛନ୍ତି।

ଡକ୍ଟର ନସରିନ୍‌ଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’ ଏବଂ ‘ଦ୍ୱିଖଣ୍ଡିତୋ’ ତାଙ୍କୁ ଓ ତାଙ୍କ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଥିଲା।

ନିଜ ଅତୀତର ପୃଷ୍ଠାକୁ ଓଲଟାଇ ସେ କହିଥିଲେ ଯେ ସେ ବାଂଲାଦେଶର ମୈମେନ୍‌ସିଂ ର ଏକ ଧର୍ମନିରପେକ୍ଷ ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ଯିଏ କି ନିଜେ ଜଣେ ଡାକ୍ତର ଥିଲେ ତାଙ୍କୁ ମଧ୍ୟ ଡାକ୍ତର ହେବା ପାଇଁ ପ୍ରୋତ୍ସାହିତ କରି ପାଠ ପଢ଼ାଇଥିଲେ। ମୋତେ ଯେତେବେଳେ ୧୨ ବର୍ଷ ବୟସ ହେଲା ମୁଁ ଅନୁଭବ କଲି ଯେ ମୁଁ ଜଣେ ନାସ୍ତିକ ଏବଂ ମହିଳାମାନେ ଧର୍ମ, ସଂସ୍କୃତି, ପ୍ରଥା ଏବଂ ପରମ୍ପରା ଭିତରେ ଦବି ହୋଇ ରହିଯାଉଛନ୍ତି।

ଏହା ପ୍ରତ୍ୟେକ ମହିଳାଙ୍କର ପ୍ରସଙ୍ଗ। ଆମେ ସମସ୍ତେ ଗୋଟିଏ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିଯାଇଛୁ। ଆମେ ଏହାକୁ ଉତ୍ପୀଡନ ବଦଳରେ ପରମ୍ପରା ବୋଲି କହୁଛୁ। ତେଣୁ ସମସ୍ତଙ୍କୁ ଏକାଠି ହୋଇ ମହିଳାଙ୍କ ଅଧିକାରର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଡକ୍ଟର ନସରିନ୍ କହିଥିଲେ ଯେ ସେ ବଡ଼ ହେଲା ପରେ ଅନେକ ପ୍ରସଙ୍ଗକୁ ସେ ବିରୋଧ କରିବା ଆରମ୍ଭ କରିଥିଲେ। ସେ କହିଥିଲେ ମୁଁ ଯାହା ଦେଖିଲି, ଜୀବନଯାତ୍ରାରେ ଯାହା ଅଭିଜ୍ଞତା ପାଇଲି ଓ ଯାହା ବିଶ୍ୱାସ କଲି ତାହା ହିଁ ଲେଖିବା ଆରମ୍ଭ କରିଥିଲି। ମୁଁ ଅନ୍ୟାୟକୁ ବିରୋଧ କରିବା ସହ ସମାନତା, ସ୍ୱାଧୀନତା ଏବଂ ସତ୍ୟତାର ସପକ୍ଷରେ ମୋ ପ୍ରବନ୍ଧ, କବିତା ଏବଂ ଉପନ୍ୟାସରେ ଲେଖିବା ଆରମ୍ଭ କରିଥିଲି। ଏହା ଉତ୍ପୀଡ଼ନ ବିରୁଦ୍ଧରେ ଅସ୍ତ୍ର ହୋଇ ଉଭା ହେଲା ବୋଲି ସେ କହିଥିଲେ।

ପରିଣାମ ସ୍ୱରୂପ ଲୋକମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋର ମୃତ୍ୟୁଦଣ୍ଡ ଦାବି କରିଥିଲେ। ମୋ ଦେଶ ମୋତେ ସୁରକ୍ଷା ଦେଇ ନଥିଲା ଯେଉଁ କାରଣରୁ ମୁଁ ୩୧ ବର୍ଷ ହେବ ନିର୍ବାସିତ ହୋଇ ରହିଛି। ମୁଁ ଜଣେ ମହିଳା ଯାହାର କୌଣସି ଦେଶ ନାହିଁ। ଯେଉଁ ଦେଶରେ ଧର୍ମ ନିରପେକ୍ଷତା ରହିଛି ସେଠାରେ ମହିଳାମାନଙ୍କ ପାଇଁ ଆଶା ରହିଛି ବୋଲି ସେ କହିଥିଲେ।

ସେ କହିଥିଲେ ପୁରୁଷମାନଙ୍କ ସହ ସମାନତା ଏକ ପଶ୍ଚିମ ସଭ୍ୟତାର ଧାରଣା ନୁହେଁ। ‘ମୁଁ ମୋର ଅନୁଭୂତିକୁ ନେଇ ଏହି ପ୍ରସଙ୍ଗ ଉଠାଇଛି’।

ସେ କହିଥିଲେ ଯେ ଯଦି ମହିଳାମାନେ ପ୍ରଶ୍ନ କରିବାର ସାହସ ରଖି ପାରିବେ ତେବେ ପରିବର୍ତନ ସମ୍ଭବ ହୋଇପାରିବ। ନିଜ ବକ୍ତବ୍ୟ ଶେଷରେ ତାଙ୍କର କବିତା ‘ଦ ଡେଥଲେସ୍ ଗାର୍ଲ’ ପଢ଼ି ସମବେତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଶୁଣାଇଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଛୋଟ ହୋଇ ଚୋଟ ଖାଇଲେ

Next Post

ବ୍ୟବସ୍ଥା ଫେଲ୍: ଘରୋଇ ପ୍ଲଟ୍ ଉପରେ ଦାଦାଗିରି

Next Post
ବ୍ୟବସ୍ଥା ଫେଲ୍: ଘରୋଇ ପ୍ଲଟ୍ ଉପରେ ଦାଦାଗିରି

ବ୍ୟବସ୍ଥା ଫେଲ୍: ଘରୋଇ ପ୍ଲଟ୍ ଉପରେ ଦାଦାଗିରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA