Wednesday, July 1, 2026 07:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣ୍ଡିଆନଙ୍କୁ ଝୁରିଲେ କଲବଲିଆ ହବିଷ୍ୟାଳି

ହବିଷ୍ୟାଳି ଶିବିରରେ ଉତ୍ତେଜନା

by Our Correspondent
18 Oct, 2024- 09:46 PM
in Latest News, News
1 min read
0
ପାଣ୍ଡିଆନଙ୍କୁ ଝୁରିଲେ କଲବଲିଆ ହବିଷ୍ୟାଳି

ଭୁବନେଶ୍ୱର: ମୋହନ ମାଝୀ ବାଡ଼ିପଡ଼ା । ସେ ମୋହନ ମାଝୀକୁ କହିବ ଆମେ ଏଠି କି ଅବସ୍ଥାରେ ଅଛୁ । ଯାଉଛୁ ଆମେ ପାଣ୍ଡିଆକୁ ଫୋନ୍ କରିବୁ । ସାଙ୍ଗେ ସାଙ୍ଗେ ଆସିବ ଏଇନେ । ଆମ କଥା ବୁଝିବ । ଆମକୁ ଏଠି ହଇରାଣ କରୁଛନ୍ତି । ଆମେ ବୁଢ଼ୀ ଲୋକଗୁରା ଯୋଉ ହଇରାଣ ହଉଛୁ, କହିବାର ନାହିଁ ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଗଡ଼ରୋଡ଼ଙ୍ଗରୁ ଆସିଥିବା ଜଣେ ବୃଦ୍ଧା ହବିଷ୍ୟାଳି ଆଜି ଗଣମାଧ୍ୟମ କ୍ୟାମେରା ଆଗରେ ଏମିତି ଝାଡ଼ିଥିଲେ । କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସିଥିବା ଏହି ବୃଦ୍ଧା ଏବଂ ଅନ୍ୟ ହବିଷ୍ୟାଳିମାନେ ଖୋଲା ଆକାଶ ତଳେ ଭୋକ ଉପାସରେ ଦିନସାରା ଖରା ଓ ରାତିସାରା ଶୀତ କାକରରେ ଛଟପଟ ହେବା ପରେ ରାଜ୍ୟ ସରକାରଙ୍କ ଚଉଦ ପୁରୁଷ ଉଦ୍ଧାର କରିଛନ୍ତି । ରାଜନୀତିର ର ଅକ୍ଷର ବିବର୍ଜିତ ଏହି ଅପାଠୁଆ ବୃଦ୍ଧା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗାଳିଦେଇ ପୂର୍ବତନ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଝୁରି ହୋଇଥିଲେ । ପାଣ୍ଡିଆନ ଥିଲେ ସେମାନଙ୍କ ଦୁଃଖ ଦୂର ହୋଇଥାନ୍ତା ବୋଲି ବୃଦ୍ଧାଙ୍କର ବିଶ୍ୱାସ ଥିଲା ।

ବୃଦ୍ଧାଙ୍କର ଏହି ବାଇଟ୍ ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏଥର କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀ ଆସି ଦୁର୍ଦ୍ଦଶା ଭୋଗୁଥିବା ହବିଷ୍ୟାଳିମାନଙ୍କ ମଧ୍ୟରୁ ଇଏ ଥିଲେ ଜଣେ । ତାଙ୍କ ଭଳି ଆହୁରି ଅନେକ ବୃଦ୍ଧା ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ରାଗ ଝାଡ଼ିଛନ୍ତି । ଆଉ ଜଣେ ବୃଦ୍ଧା କାନ୍ଦି କାନ୍ଦି କହୁଥିଲେ ଯେ ଭୋକ ଉପାସରେ ଆମେ ପଦାରେ ପଡ଼ିଛୁ । ବହୁତ ହୋଇଗଲା । ଆର ବର୍ଷକୁ ଆଉ ଆସିବୁନୁ ।

ଗତବର୍ଷ ପୁରୀରେ ୩ ହଜାରରୁ ଅଧିକ ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ରହିବାଠାରୁ ଆରମ୍ଭ କରି ଭଜନ କୀର୍ତ୍ତନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ହୋଇଥିଲା । ହବିଷ୍ୟାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ସାତ ମହଲା ବିଶିଷ୍ଟ ବୃନ୍ଦାବତୀ ନିବାସ ସମେତ ବଗଲା ଧର୍ମଶାଳା, ବାଗିଡ଼ିଆର ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ କୋଠାରେ ରହିବା ବ୍ୟବସ୍ଥା ହୋଇଥିଲା ।

ମାତ୍ର ଚଳିତବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲା ପ୍ରଶାସନ ୨୫୦୦ ଲୋକଙ୍କ ରହିବା ବ୍ୟବସ୍ଥା କରିଛନ୍ତି । ହବିଷ୍ୟାଳି ଯୋଜନାରେ ସାରା ରାଜ୍ୟରୁ ୩୬୦୦ରୁ ଅଧିକ ବ୍ରତଧାରୀମାନେ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କାଣ୍ଟଛାଣ୍ଟ କରି ୨୫୦୦ଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ୧୧୦୦ ଆବେଦନକୁ ନାକଚ କରିଦିଆଯାଇଛି । ହେଲେ ନାକଚ ହୋଇଥିବା କିଛି ଆବେଦନକାରୀ ବିଭିନ୍ନ ଶିବିରରେ ପହଞ୍ଚିଥିବା ବେଳେ ବିନା ପଞ୍ଜୀକରଣରେ ୫୦୦ରୁ ଅଧିକ ବୃଦ୍ଧା ବ୍ରତଧାରୀ ହବିଷ୍ୟାଳି ଶିବିରରେ ପହଞ୍ଚି ସେଠାରେ ରହିବାକୁ ଜିଦ୍ ଧରିଛନ୍ତି ।

ଗତକାଲି ଏହି ହବିଷ୍ୟାଳିମାନେ ରହିବାକୁ ଜାଗା ନ ପାଇବାରୁ ପ୍ରବଳ ପାଟିତୁଣ୍ଡ ଓ ନାରାବାଜି କରିଥିଲେ । ବୃନ୍ଦାବତୀନିବାସ ଫାଟକକୁ ଠେଲାପେଲା କରି ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଦିନସାରା ଖରାରେ ସେମାନେ ଖରାରେ ସିଝିଥିବା ବେଳେ ରାତିସାରା ମଶା, ଶୀତ କାକରରେ ଛଟପଟ ହୋଇଥିଲେ । ଏହାକୁ ନେଇ ଆଜି ମଧ୍ୟ ପ୍ରବଳ ଉତ୍ତେଜନା ଲାଗି ରହିବାରୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସେଠାରେ ପହଞ୍ଚି ସମସ୍ତଙ୍କୁ ରହିବା ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇ ଫେରିଛନ୍ତି ।

ହବିଷ୍ୟାଳିମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ବ୍ୟବହାରକୁ ନେଇ ବର୍ଷିଛି ବିଜେଡି । ହଜାର ହଜାର ହବିଷ୍ୟାଳିଙ୍କୁ ଅଣଦେଖା ରାଜ୍ୟ ବିଜେପି ସରକାରଙ୍କ ଅପାରଗତାର ପରିଚୟ ବୋଲି ଦଳର ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ସେ କହିଛନ୍ତି, ହବିଷ୍ୟାଳିମାନେ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ସେମାନଙ୍କୁ ଏପରି ହଇରାଣ ହେବା ପାଇଁ ଛାଡ଼ିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହବିଷ୍ୟାଳିମାନଙ୍କ ସୁବିଧା ନିମନ୍ତେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରୀରେ ୩୯ କୋଟି ଟଙ୍କା ବ୍ୟୟରେ ବୃନ୍ଦାବନ ଭବନ ନିର୍ମାଣ ହୋଇଛି । ଗତବର୍ଷ ୩୫୦୦ରୁ ଅଧିକ ହବିଷ୍ୟାଳିଙ୍କୁ ରଖିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ । ଏବର୍ଷ ମାତ୍ର ୨୫୦୦ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ହଜାର ହଜାର ହବିଷ୍ୟାଳି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି । ଏମାନଙ୍କ ଭିତରୁ ଅଧିକାଂଶ ପ୍ରାପ୍ତ ବୟସ୍କ ହୋଇଥିବାରୁ ସେମାନଙ୍କ ପାଇଁ ରହିବା, ଖାଇବା, ଶ୍ରୀମନ୍ଦିର ଯିବା ଆସିବା କରିବା ପାଇଁ ବ୍ୟବସ୍ଥା କରିବା ଓ ଜଗନ୍ନାଥ ଦର୍ଶନ କରିବା ଇତ୍ୟାଦି ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ସେମାନଙ୍କୁ ଅସୁବିଧାରେ ପଡ଼ିବାକୁ ଛାଡ଼ିଦେଇ ସରକାର ନିଦାବିଷ୍ଣୁ ସାଜିଛନ୍ତି ।

ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡ଼ିଆ ପରମ୍ପରାକୁ ସମ୍ମାନ ଜଣାଇ ହଜାର ହଜାର ହବିଷ୍ୟାଳି ମା’ ମାନଙ୍କୁ ଆବଶ୍ୟକ ସୁବିଧା ପ୍ରଦାନ ନ କରିବା ବିଜେପିର ଓଡ଼ିଆ ଅସ୍ମିତା ପ୍ରତି ଏକ ଧୋକା ବା ପ୍ରବଞ୍ଚନାରେ ପରିଣତ ହୋଇଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହବିଷ୍ୟାଳି ମା’ ମାନଙ୍କ ଅସୁବିଧା ବିଷୟରେ ଗଣମାଧ୍ୟମରୁ ଅବଗତ ହେବା ପରେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀଜଗନ୍ନାଥ ଧାମ ପୁରୀଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟ ବ୍ରତ ପାଳନ କରୁଥିବା ହବିଷ୍ୟାଳି ମା’ ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ।

Previous Post

ବ୍ରହ୍ମପୁର ସମ୍ ହସ୍ପିଟାଲରେ କେମୋଥେରାପି ଚିକିତ୍ସା

Next Post

ଓଏଏସ୍ ରେଜଲ୍ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର୍

Next Post
ଓଏଏସ୍ ରେଜଲ୍ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର୍

ଓଏଏସ୍ ରେଜଲ୍ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA