ଭୁବନେଶ୍ୱର: ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସମୁଦାୟ ୬୮୩ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୫୮ ମହିଳା ଅଛନ୍ତି । ଶ୍ୱେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି ।
ସମୁଦାୟ ୯୨,୯୧୪ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୪୦, ୫୮୬ ଜଣ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ୬,୬୩୯ ଜଣ ମେନ୍ ପରୀକ୍ଷା ଦେଇଥିଲେ । ୪୯୩ ମହିଳାଙ୍କ ସମେତ ୧୩୬୭ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏହି ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ୩୦ ଜଣ
୧.ଶ୍ୱେତାଶ୍ରୀ ମହାପାତ୍ର
୨.ପ୍ରିଙ୍କିଲ୍ ପ୍ରବୀଣ ପରିଡ଼ା
୩.ଦୀପ୍ତିରଂଜନ ପତି
୪.ପ୍ରଜ୍ଞା ପାରଙ୍ଗମା
୫.ଆଜାଦ କୁମାର ସାହୁ
୬.ଦୀପମ୍ ରାଉତ
୭.ଦେବବ୍ରତ ଗୌଡ଼
୮.ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ
୯.କପିଲ କୁମାର ମହାନ୍ତି
୧୦.ଅମ୍ରିତା ସାହୁ
୧୧.ବିକାଶ କୁମାର ସାହୁ
୧୨.ସତ୍ୟ ସନାତନ ପାଣିଗ୍ରାହୀ
୧୩.ନୁରି ପ୍ରବୀଣ
୧୪.ସାରା ମଲ୍ଲିକ
୧୫.ବିକାଶ ରଂଜନ ସାହୁ
୧୬.ଶୁଭମ୍ ଚିନ୍ତନ ତ୍ରିପାଠୀ
୧୭.ପ୍ରତିମା ନାୟକ
୧୮.ରାଜୀବ ଲୋଚନ ଦୀକ୍ଷିତ
୧୯.ପ୍ରିୟଙ୍କା ପାଲ୍
୨୦.ସିଦ୍ଧାନ୍ତ ନାୟକ
୨୧.ଅମ୍ବିକା ଭୂୟାଁ
୨୨.ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ୱାଳ
୨୩.ସୌମ୍ୟା ସ୍ୱାଗତିକା ସ୍ୱାଇଁ
୨୪.ପ୍ରୀତିଶ ଭୋଳ
୨୫. ଶୁଭକଲ୍ୟାଣୀ ମହାପାତ୍ର
୨୬.ଶିବାନନ୍ଦ କର୍ମି
୨୭.ସିଦ୍ଧାର୍ଥ ଗୌତମ
୨୮.ଶତରୂପା ଶତପଥୀ
୨୯.ପ୍ରଭୁଦତ୍ତ ପ୍ରଧାନ
୩୦.ଚନ୍ଦନ କୁମାର ସାହୁ






