ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୪ ବର୍ଷ ପୂରି ଆଜି ୭୫ ଚାଲିଲା । ଦୀର୍ଘ ଦୁଇ ଦଶନ୍ଧୀ ଧରି ନିଜର ଲୋକପ୍ରିୟତା ପାଇଁ ସମଗ୍ର ଭାରତବର୍ଷରେ ପରିଚିତ ଏହି ଅଦ୍ୱିତୀୟ ନେତା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ବସା ବାନ୍ଧିଛନ୍ତି । ୫୧ ବର୍ଷ ବୟସରେ ଆରମ୍ଭ କରିଥିବା ରାଜନୈତିକ କ୍ୟାରିୟର୍ ରେ ତାଙ୍କ ପାଇଁ କେବେ ବାଧକ ଆସିନାହିଁ । କ୍ରମାଗତ ୫ ଟି ନିର୍ବାଚନରେ ଓଡ଼ିଶାବାସୀ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇ ଶାସନଗାଦିରେ ବସାଇବା ତାଙ୍କ ଲୋକପ୍ରିୟତାର ଅନନ୍ୟ ଉଦାହରଣ ।
ସଫଳତାର ଏହି ମହାନାୟକଙ୍କୁ ରାଜନୀତିରେ ବିସ୍ମୟ ବୋଲି କୁହାଯାଉଛି । ତାଙ୍କ ବ୍ୟକ୍ତିତ୍ୱ, ଲୋକପ୍ରିୟତା ଓ ସଫଳତାର ରହସ୍ୟ ସମସ୍ତଙ୍କ ପାଇଁ ଅଭେଦ୍ୟ । ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁ ତାଙ୍କ ପ୍ରାରମ୍ଭିକ ରାଜନୀତିର ପୁଞ୍ଜି ହୋଇଥିଲେ ବି ନିଜେ ନିଜର ସ୍ୱତନ୍ତ୍ର ପରିଚୟରେ ଆଗକୁ ବଢ଼ି ଚାଲିଛନ୍ତି । ବୟସର ଛାପ ତାଙ୍କୁ ସଫଳତାର ସିଢ଼ିରେ ଅଟକାଇ ପାରିନାହିଁ ।
ଏହି ମହାନ୍ ଜନନେତାଙ୍କ ଜନ୍ମଦିନରେ ‘ମିଡ଼ ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ଇଶ୍ୱର ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ ଏବଂ ଦୀର୍ଘାୟୁ, ନିରାମୟ ରଖନ୍ତୁ । ଏହା ହିଁ କାମନା ।