Tuesday, May 12, 2026 05:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜି ବି ଦିନସାରା ଛେଚିବ ବର୍ଷା

ପୁରୀ, ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା

by Our Correspondent
13 Sep, 2021- 11:54 AM
in Latest News, News
1 min read
0
ଆଜି ବି ଦିନସାରା ଛେଚିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ଆଜି ବି ଦିନ ତମାମ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷିବ । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ଦୁର୍ବଳ ହୋଇ ଅବପାତ ସ୍ଥିତିକୁ ଆସିବ ।

ଭୁବନେଶ୍ୱର ପାଣିପାଗ ଅଫିସ୍ ପକ୍ଷରୁ ଆଜି ଦିନ ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରେଡ୍ ୱାର୍ଣ୍ଣିଂ ଜାରି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ । ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ । ଉପକୂଳ ଓ ଉତ୍ତର ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିବ । ଏଥିପାଇଁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ । ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱର ଓ ପୁରୀରେ ଦିନିକିଆ ସେପ୍ଟେମ୍ବର ବର୍ଷା ରେକର୍ଡ ଭାଙ୍ଗିଛି । ପୁରୀରେ ୩୪୨.୫ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି । ଜିଲ୍ଲାର ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିମି ବର୍ଷା ହୋଇଥିଲା ବେଳେ କାକଟପୁରରେ ୫୩୨ ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୯୫ ମିମି ବର୍ଷା ସହ ୬୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ।

ଭୁବନେଶ୍ୱର, ପୁରୀକୁ ମିଶାଇ ଉପକୂଳ ଓଡ଼ିଶାର ୯ଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହେଲାଣି । ୨୦ ଟି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା, ୨୦ ଟି ସ୍ଥାନରେ ୧୨ ରୁ ୨୦ ସେମି ବର୍ଷା ଏବଂ ୧୭ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହିଭଳି ଭାବେ ରାଜ୍ୟର ସମୁଦାୟ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ଅଫିସ ପକ୍ଷରୁ କୁହାଯାଇଛି ।

ପ୍ରବଳ ବର୍ଷାରେ ଭୁବନେଶ୍ୱର ଓ କଟକ ସହରର ଅଧିକାଂଶ ଅଞ୍ଚଳ ଡୁବି ରହିଛି । ମୁଖ୍ୟରାସ୍ତାରେ ବର୍ଷା ପାଣି ଲହରି ଭାଙ୍ଗୁଛି । କଲୋନୀ, ସାହିବସ୍ତି ରେ ପାଣି ପଶିଥିବାରୁ ଲୋକମାନେ ଜଳବନ୍ଦୀରେ ଅଛନ୍ତି । ଲୋକମାନଙ୍କୁ ପାଣିଘେରିରୁ ରକ୍ଷା କରିବାରେ ଉଭୟ ବିଏମସି ଓ ସିଏମସି ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ।

ରାଜଧାନୀ ଭୁବନେଶ୍ୱରର ଅବସ୍ଥା ଅତ୍ୟନ୍ତ ବେହାଲ ହୋଇପଡ଼ିଛି । ସହରର ଅଧିକାଂଶ ମୁଖ୍ୟ ରାସ୍ତାଗୁଡ଼ିକରେ ବର୍ଷାପାଣି ଲହରି ଭାଙ୍ଗୁଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାଘାତ ହୋଇଛି । ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକରେ ଅଣ୍ଟାଏ ଉଚ୍ଚରେ ପାଣି ବୋହୁଥିବାରୁ ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ବସ୍ତି କଥା ଛାଡ଼ନ୍ତୁ, କଲୋନୀ ଏବଂ ଆପାର୍ଟମେଣ୍ଟତଳେ ମଧ୍ୟ ବର୍ଷା ପାଣି ଲହରି ଭାଙ୍ଗୁଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ଅଧିକାଂଶ ମନ୍ଦିର ବର୍ଷାପାଣିରେ ବୁଡ଼ିଲାଣି ।

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ କାନ୍ଥପଡ଼ି ଦୁଇଜଣ ଲୋକ ପ୍ରାଣ ହରାଇଥିବା ଖବର ମିଳିଛି । ଗରଦପୁର ବ୍ଲକ୍ ବଡ଼ବେତରା ଗାଁର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ବେଳେ ଡେରାବିଶ ବେଣୀପୁର ଢ଼ିହସାହିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ୧୨ ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Previous Post

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ

Next Post

ଭୁବନେଶ୍ୱର ଜଳବନ୍ଦୀ ପାଇଁ ଦାୟୀ କିଏ?

Next Post
ଭୁବନେଶ୍ୱର ଜଳବନ୍ଦୀ ପାଇଁ ଦାୟୀ କିଏ?

ଭୁବନେଶ୍ୱର ଜଳବନ୍ଦୀ ପାଇଁ ଦାୟୀ କିଏ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA