Tuesday, May 12, 2026 04:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱର ଜଳବନ୍ଦୀ ପାଇଁ ଦାୟୀ କିଏ?

by Our Correspondent
13 Sep, 2021- 09:22 PM
in Latest News
1 min read
1
ଭୁବନେଶ୍ୱର ଜଳବନ୍ଦୀ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର ସହର । ଏମିତିରେ ସାମାନ୍ୟ ବର୍ଷାରେ ସହରର ରାସ୍ତାଘାଟରେ ଆଜିକାଲି ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଆଉ ଏତେବଡ଼ ଲଗାଣ ବର୍ଷାରେ ଲୋକଙ୍କ ଦୁର୍ଦ୍ଦଶା କଥା ନ କହିବା ଭଲ । ଅଧିକାଂଶ ବସ୍ତି ଓ କଲୋନୀ ଘରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମିଥିବାରୁ ଦୁଇଦିନ ହେଲା ଘରେ ଚୁଲି ଜଳିନାହିଁ । ଘରୁ ବାହାରିବା ବି ସମ୍ଭବ ହେଉନାହିଁ । ଆଗରୁ କେବଳ କଟକ ସହରରେ ଏହା ଦୃଶ୍ୟମାନ ହେଉଥିଲା । ମାତ୍ର କ୍ରମବର୍ଦ୍ଦିଷ୍ଣୁ ଭୁବନେଶ୍ୱରରୁ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।

ତେବେ ଭୁବନେଶ୍ୱର ସହରବାସୀଙ୍କ ଏହି ଜଳବନ୍ଦୀ ଦୁର୍ଦ୍ଦଶା ପାଇଁ କେବଳ ସରକାର କି ବିଏମସିକୁ ଦାୟୀ କରି ବସିଗଲେ ଚଳିବ ନାହିଁ । ଏଥିପାଇଁ ମୁଷ୍ଟିମେୟ ଲୋକେ ଯେ ସମ ପରିମାଣରେ ଦାୟୀ ତାହା କହିବାକୁ ଅପ୍ରିୟ ହେଲେ ବି ନିରାଟ ସତ । ଏହି ମୁଷ୍ଟିମେୟ ଲୋକମାନେ ନିଜର ଅଧିକାର ପାଇଁ ଯେତେ ଯତ୍ନବାନ, ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନରେ ସେତିକି ଯତ୍ନବାନ ନୁହଁନ୍ତି । ଯାହାର ପରିଣାମ ହେଉଛି ଆଜିର ଏହି ଦୁର୍ଦ୍ଦଶା । ଏହି ମୁଷ୍ଟିମେୟଙ୍କ ପାଇଁ ଆଜି ସର୍ବସାଧାରଣଙ୍କ ଅବସ୍ଥା ବେହାଲ ହୋଇଯାଇଛି । ଆମେ ସରକାର କି ନେତାଙ୍କୁ ଗାଳି କରିବା ଯେତିକି ଠିକ୍ ନିଜର ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ହେବାର ଆବଶ୍ୟକତା ରହିଛି ।

ସମସ୍ୟାଟି ହୋଇଛି, ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲାରୁ ଭୁବନେଶ୍ୱରର ଅନେକ ଜାଗାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଏହା ଆଜିର ସମସ୍ୟା ନୁହେଁ, ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି । ତେବେ ଏଥିପାଇଁ ଆଗ ଦାୟୀ ଆମ ଲୋକ । ଏହି ଡ୍ରେନେଜ୍ ବ୍ୟବସ୍ଥାକୁ ଅକାମୀ କରୁଛନ୍ତି କିଛି ଲୋକ । ସରକାର କି ବିଏମସି ପ୍ରଶାସନର ଅପାରଗତାର ସୁଯୋଗ ଏମାନେ ନେଉଛନ୍ତି । ବେଆଇନ କାମକୁ ପ୍ରଶୟ ଦେଇ ଚୁପ୍ ବସିଯାଇଛନ୍ତି । ଅନ୍ୟପକ୍ଷରେ, ବେଆଇନ ଘର ନିର୍ମାଣ କରୁଥିବା ସ୍ୱାର୍ଥପର ଜନତା ନିଜକୁ ସରକାରର ଅଂଶୀଦାର ନ ଭାବି ନିଜେ ଅସୁବିଧାରେ ପଡ଼ିଲା ବେଳକୁ ସରକାରଙ୍କୁ ଗାଳି ଦେଇ ଆନନ୍ଦ ପାଉଛନ୍ତି ।

ଗୋଟିଏ ଛୋଟିଆ ଉଦାହରଣରୁ ଏହାକୁ ଭଲ ଭାବେ ବୁଝିହେବ । କେଶୁରା, ଲକ୍ଷ୍ମୀବିହାରକୁ ବିଡ଼ିଏ ସ୍ପର୍ଶକାତର ଅଞ୍ଚଳ ଭାବେ ଚିହ୍ନଟ କରିଛି । ଏହା ରେଡ୍ ଜୋନ୍ ଅନ୍ତର୍ଭୁକ୍ତ । ଅର୍ଥାତ୍ ଏହି ଜୋନ୍ ରେ ବାସୋପଯୋଗୀ ଘର ତିଆରି କରିବା ପାଇଁ ଅନୁମତି ନାହିଁ । ମାତ୍ର ଏବେ କେଶୁରା ଓ ଲକ୍ଷ୍ମୀ ବିହାରରେ ଶହ ଶହ ଘର ତିଆରି ହୋଇଛି । ରେଡ୍ ଜୋନ୍ ରେ ଜାଗାର ମୂଲ୍ୟ ଅପେକ୍ଷାକୃତ କମ୍ ଥିବାରୁ ଲୋକମାନେ ଶସ୍ତାରେ ଜାଗା କିଣି ରାତାରାତି ଘର ତିଆରି କରୁଛନ୍ତି । ଘର ପାଇଁ ଆବଶ୍ୟକ ମ୍ୟାପିଂ ନାହିଁ । ବିଡ଼ିଏର ଅନୁମୋଦନ ନ ଥାଇ ତିନି ଚାରି ମହଲାର ଘର ବି ଛିଡା ହୋଇଛି । ଏହି ଜାଗାରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିଲେ ବି କାହାର ପରବାଏ ନାହିଁ । ନା ବିଡ଼ିଏ ଏହାକୁ ତଦାରଖ କରୁଛି ନା ଭାଙ୍ଗିବାକୁ ସାହସ କରୁଛି । ଆଉ ବର୍ଷାହେଲେ ସେହି ଲୋକମାନେ ହିଁ ଦୁର୍ଦ୍ଦଶା ଭୋଗୁଛନ୍ତି । ତେଣୁ ପ୍ରକୃତିରୁ ନିଜ ପାଇଁ ଦୁର୍ଦ୍ଦଶା ଡାକି ଆଣୁଛନ୍ତି ଏହି ଲୋକେ ।

କେବଳ କେଶୁରା କି ଲକ୍ଷ୍ମୀ ବିହାର ଅଞ୍ଚଳ ନୁହେଁ, ଭୁବନେଶ୍ୱରରେ ଅଧିକାଂଶ ଜାଗାର ଅବସ୍ଥା ଆଜି ଏୟା । ଯିଏ ଯେଉଁଠି ପାରିଲେ ଜାଗା କିଣି ଘର ଠିଆ କରିଛନ୍ତି । ଅନେକ ଜାଗାରେ ଡ୍ରେନ୍ କୁ ମାଡ଼ି କିମ୍ବା ଡ୍ରେନ୍ ଉପରେ କୋଠା ନିର୍ମାଣ ହୋଇଛି । ସେଭଳି ବେଆଇନ ନିର୍ମାଣକୁ ବିଜୁଳି ଓ ପାଣି ସଂଯୋଗ ଦେବାର ନିୟମ ନ ଥିଲେ ମଧ୍ୟ ମାଲ୍ ପକାଇଲେ ସମ୍ଭବ ହୋଇଯାଉଛି । ସରକାରଙ୍କର ଏଥିରେ ଜମାରୁ ଅଙ୍କୁଶ ନାହିଁ ।

ଅଧିକାଂଶ କଲୋନୀରେ ବେଆଇନ ଘର ନିର୍ମାଣ ହୋଇଥିବାରୁ ଡ୍ରେନ୍ ପାଇଁ ରାସ୍ତା ନାହିଁ । ଡ୍ରେନ୍ କରିବାକୁ ହେଲେ ଘର ଭାଙ୍ଗିବା ଦରକାର ହେଉଥିବାରୁ ପ୍ରଶାସନ ହାତ ଟେକିଦେଉଛି । ଏଭଳି ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ନୋଟିସ୍ ଦିଆଯାଉଥିଲେ ମଧ୍ୟ ସଂପୃକ୍ତ ନିର୍ମାଣକାରୀ ଅଦାଲତର ଆଶ୍ରୟ ନେଉଥିବାରୁ କାମ ଆଗକୁ ବଢ଼ିପାରୁନାହିଁ । ତେଣୁ କିଛି ଲୋକଙ୍କ ବେଆଇନ କାମ ପାଇଁ ବଳି ପଢ଼ୁଛନ୍ତି କଲୋନୀ ବାସିନ୍ଦା । ବର୍ଷା ବିତ୍ପାତ ବେଳେ ନିଜ ଭାଗ୍ୟକୁ ଆଦରି ପଡି ରହୁଛନ୍ତି ।

ଆଉ ଏକ ବଡ଼ ସମସ୍ୟା ହୋଇଛି, ଲୋକଙ୍କ ସଚେତନାର ଅଭାବ । ବିଏମସି ପକ୍ଷରୁ ସଫେଇ ଗାଡ଼ି ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଥିଲେ ମଧ୍ୟ କିଛି ଲୋକ ଅଭ୍ୟାସଗତ ଭାବେ ନିଜ ଘରର ମଇଳା ଆବର୍ଜନାକୁ ନେଇ ପାଖ ଡ୍ରେନ୍ ରେ ପକାଉଛନ୍ତି । ବର୍ଷ ବର୍ଷ ଧରି ସେମାନେ ଏଭଳି ଭାବେ ଡ୍ରେନ୍ କୁ ଅବରୋଧ କରି ଚାଲିଛନ୍ତି । ସେମାନଙ୍କର କାହାକୁ ଡର କି ଖାତିର ନାହିଁ ।

ଦୁର୍ଭାଗ୍ୟର କଥା ଯେ ସେମାନଙ୍କୁ ଆକଟ କରିବା ଲୋକ ବି ନାହାନ୍ତି । ତାହା ବିଏମସିର ଦାୟିତ୍ୱ ବୋଲି ଲୋକମାନେ ଭାବି ଦେଇଛନ୍ତି । ସୁତରାଂ ଲୋକମାନେ ନିଜ ଅଧିକାର ପାଇଁ ଯେତେ ସଚେତନ, ନିଜ ଦାୟିତ୍ୱ ପ୍ରତି ସେତିକି ସଚେତନ ନୁହଁନ୍ତି । ମାତ୍ର ଅସୁବିଧାରେ ପଡ଼ିଲେ ସରକାରଙ୍କୁ ଗାଳି ଦେଇ ରାଜନୀତି କରିବାରେ ସେମାନେ ଖୁସି ପାଉଛନ୍ତି ।

ମୋଟାମୋଟି କହିଲେ, ଭୁବନେଶ୍ୱର ସହରର ଏହି ଦୁର୍ଦ୍ଦଶାକୁ ଆମେ ସମସ୍ତେ ମିଳିମିିଶି ଡାକି ଆଣିଛୁ । ଲୋକମାନଙ୍କର ସ୍ୱାର୍ଥପରତା ଓ ଦାୟିତ୍ୱହୀନତା ସାଙ୍ଗକୁ ସରକାରଙ୍କ ନିଷ୍କ୍ରିୟତା ସମ୍ପୂର୍ଣ୍ଣ ଭାବେ ଏଭଳି ଦୁର୍ଦ୍ଦଶା ପାଇଁ ଦାୟୀ । ଆଉ ନେତାମାନେ ଭୋଟ ରାଜନୀତି ପାଇଁ ନିଜର ସ୍ୱାର୍ଥରକ୍ଷାରେ ବ୍ୟସ୍ତ ଥିବାରୁ କେବଳ ଭଗବାନ ହିଁ ସାହା ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱରବାସୀଙ୍କ ବର୍ଷା ବିତ୍ପାତରେ ଲୁହ ଗଡ଼ାଇଛନ୍ତି । ସରକାରଙ୍କୁ ସମାଲୋଚନା କରିଛନ୍ତି । ମାତ୍ର ୩ ବର୍ଷ ଧରି ବିଏମସିର ସେ ଥିଲେ କମିଶନର । ଯଦି ଏତେ ପାରିବାର, ତେବେ କମ୍ପ୍ରେହେନସିଭ୍ ପ୍ଲାନ୍ କରିବାକୁ ତାଙ୍କୁ ସେତେବେଳେ କିଏ ମନା କରିଥିଲା ଲୋକଙ୍କୁ ଜଣାଇଲେ ଭଲ ହୁଅନ୍ତା । ତାଙ୍କ ଅମଳରେ ବର୍ଷା ବିତ୍ପାତର ସ୍ଥାୟୀ ସମାଧାନ କାହିଁକି କରିପାରିଲେନି ସର୍ବସାଧାରଣଙ୍କୁ ଜଣାନ୍ତୁ ।

ଆଉ ଯେଉଁ ବିଧାୟକ ତାଙ୍କୁ କାଉଣ୍ଟର କରିବାକୁ ଯାଇ ଜାତୀୟ ରାଜପଥ ଡ୍ରେନେଜ୍ ସୁଧାରିବା କଥା କହୁଛନ୍ତି ସେ ବି ୧୦ ବର୍ଷ ଧରି ବିଏମସିର ମେୟର୍ ଥିଲେ । ସେ କାହିଁକି ଜଳବନ୍ଦୀ ସମସ୍ୟାର ସମାଧାନ କରିପାରିଲେ ନାହିଁ ଭୁବନେଶ୍ୱରବାସୀଙ୍କୁ ଜଣାଇବେ କି?

ଭୁବନେଶ୍ୱରର ଆଉ ଜଣେ ବିଧାୟକ ଅଶୋକ ପଣ୍ଡା ଏତେବର୍ଷ ଧରି ମନ୍ତ୍ରୀ ରହିଲେଣି । ବିଏମସିରେ ତାଙ୍କର ଅଖଣ୍ଡ ପ୍ରଭାବ ରଖିଛନ୍ତି । ମାତ୍ର ନିଜ ସହରର ଜଳବନ୍ଦୀ ବ୍ୟବସ୍ଥାର ସମାଧାନ ପାଇଁ କ’ଣ କରିଛନ୍ତି ତାହା ସର୍ବସାଧାରଣରେ ଜଣାଇବେ କି?

ଶେଷ କଥା ହେଉଛି, ବର୍ଷା ବିତ୍ପାତ କେବଳ ଭୁବନେଶ୍ୱର, କଟକ କି ପୁରୀକୁ ପଡ଼ିନି । ଭୁବନେଶ୍ୱରରେ ଯେଉଁ ସମସ୍ୟା ସାରା ଭାରତବର୍ଷରେ ସମାନ ସମସ୍ୟା । ଦେଶର ରାଜଧାନୀ ଦିଲ୍ଲୀ ବିମାନବନ୍ଦର ବି ବର୍ଷାରେ ଉବୁଟୁବୁ ହେଉଛି । ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ବି ସମାନ ଅବସ୍ଥା । ବେଙ୍ଗାଲୁରୁ, ମଥୁରା, ଲକ୍ଷ୍ମୋ÷, ସୁରଟ୍, ଇନେ୍ଦାର ଆଦି ଦେଶର ବିଭିନ୍ନ ସହର ବର୍ଷାରେ ଡବୁଟୁବୁ ହେଉଛି । ତେଣୁ ବର୍ଷା ବିତ୍ପାତରେ ରାଜନୀତି ନ ହୋଇ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ସମସ୍ତେ ମିଳିମିଶି କାମ କଲେ ସମସ୍ତଙ୍କ ମଙ୍ଗଳ ହୁଅନ୍ତା ।

Previous Post

ଆଜି ବି ଦିନସାରା ଛେଚିବ ବର୍ଷା

Next Post

ଲୋକପ୍ରିୟ ଡାକ୍ତର ଭବାନୀ ବଳ ଚାଲିଗଲେ

Next Post
ଲୋକପ୍ରିୟ ଡାକ୍ତର ଭବାନୀ ବଳ ଚାଲିଗଲେ

ଲୋକପ୍ରିୟ ଡାକ୍ତର ଭବାନୀ ବଳ ଚାଲିଗଲେ

Comments 1

  1. Nirakar Biswal says:
    5 years ago

    ଏଥିପାଇଁ କେବଳ ଆମେମାନେଦାୟୀ……

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA