Monday, June 29, 2026 07:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୈତିକ ହଟଚମଟ; ମେଣ୍ଟ ଚର୍ଚ୍ଚା ବଢ଼ିଲା

by Our Correspondent
06 Mar, 2024- 03:28 PM
in Latest News, News, Politics
1 min read
0
ରାଜନୈତିକ ହଟଚମଟ; ମେଣ୍ଟ ଚର୍ଚ୍ଚା ବଢ଼ିଲା

-୫ଟାରେ ଦିଲ୍ଲୀରେ ବିଜେପି ବୈଠକ
-୩.୩୦ରେ ନବୀନ ନିବାସରେ ବିଜେଡି ବୈଠକ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କିଛି ଗୋଟେ ହଲଚଲ ହେବାକୁ ଯାଉଛି କି? ବିଜେଡି-ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇଯିବ କି? ଏହାକୁ ନେଇ ଏବେ ଚାରିଆଡ଼େ ଘମାଘୋଟ ଆଲୋଚନା । ଏହି ଘମାଘୋଟ ଆଲୋଚନାକୁ ଦାନା ଦେଇଛି ଆଜିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା । ପ୍ରଥମତଃ ରାଜ୍ୟ ବିଜେପି ସଭାପତି ଏବଂ ସଂଗଠନ ସମ୍ପାଦକଙ୍କ ସମେତ ରାଜ୍ୟ କୋର୍ କମିଟି ସଦସ୍ୟମାନେ ଦିଲ୍ଲୀରୁ ଡକରା ପାଇ ଯାଇଛନ୍ତି । ଆଜି ସଂଧ୍ୟା ୫ଟାରେ ସେମାନଙ୍କ ବୈଠକ ନେବେ ଦିଲ୍ଲୀ ନେତୃତ୍ୱ । ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସରୁ ଡକରା ଆସିଛି । ସାଢ଼େ ତିନିଟାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନେବେ ।

ବିଜେପି ଏବଂ ବିଜେଡିର ଏହି ଜରୁରୀ ବୈଠକରେ କ’ଣ ଆଲୋଚନା ହେବ ତାହା ଏ ପର୍ଯ୍ୟନ୍ତ କାହାରିକୁ ଜଣା ନ ଥିଲେ ମଧ୍ୟ ନିର୍ବାଚନୀ ମେଣ୍ଟ ସମ୍ପର୍କରେ ବିଧିବଦ୍ଧ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ବେଶୀ ଚର୍ଚ୍ଚା ହେଉଛି । ତେବେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ପ୍ରଥମେ ଅନୁଷ୍ଠିତ ହେଉଥିବା ବିଜେଡିର ବୈଠକ ଶେଷରେ ମେଣ୍ଟ ସମ୍ଭାବନା ସମ୍ପର୍କରେ କିଛି ଠୋସ୍ ସୂଚନା ହୁଏତ ବାହାରକୁ ଆସିପାରେ । ସେହିଭଳି ଜେପି ନଡ୍ଡାଙ୍କ ନେତୃତ୍ୱରେ ଦିଲ୍ଲୀରେ ରାଜ୍ୟ ବିଜେପି ନେତାମାନଙ୍କ ବୈଠକ ଉପରେ ଅନୁରୂପ ନଜର ରଖାଯାଇଛି ।

ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଛି । କିଛି ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆ ଇନଫ୍ଲୁଏନସର୍ ମଧ୍ୟ ଏହାର ସୂଚନା ଦେଇଛନ୍ତି । ତେବେ ଚାରି ଦିନ ତଳେ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ମେଣ୍ଟ ସମ୍ଭାବନାକୁ ରୋକଠୋକ୍ ଖଣ୍ଡନ କରିଥିଲେ । ବିଜେପି ଏକାକୀ ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନରେ ଲଢ଼ିବ ବୋଲି ସେ ସ୍ପଷ୍ଟ ଭାବରେ କହିଥିଲେ । ମେଣ୍ଟ ଖବର ଏକ ଗୁଜବ ଏବଂ ଏହାର ହାତଗୋଡ଼ ନାହିଁ ବୋଲି ସେ କଟାକ୍ଷ କରିଥିଲେ । ପରଦିନ ଦଳର ପ୍ରଭାରୀ ବିଜୟପାଲ ସିଂହ ତୋମାର ମଧ୍ୟ ମେଣ୍ଟ ସମ୍ଭାବନାକୁ ପୂରାପୂରି ଖଣ୍ଡନ କରିଥିଲେ ।

ସେହିଭଳି ବିଜେଡି ପକ୍ଷରୁ ମଧ୍ୟ ମେଣ୍ଟ ସମ୍ଭାବନା ଏକ ଗୁଜବ ବୋଲି କୁହାଯାଇଥିଲା । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଭାବରେ କହିଥିଲେ ଯେ ବିଜେଡି ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ ରୁ ଅଧିକ ଲୋକସଭା ଆସନରେ ଜିତିବ ।

ଦୁଇ ଦଳର ଏହି ସ୍ପଷ୍ଟୋକ୍ତି ପରେ ମେଣ୍ଟ ଚର୍ଚ୍ଚା ଥଣ୍ଡା ପଡ଼ିବାକୁ ଯାଉଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ବନ୍ଧୁତ୍ୱର ଭାବ ଏବଂ ଉଭୟ ଉଭୟଙ୍କୁ ପ୍ରଶଂସା କରିବା ଘଟଣା ପୁଣି ମେଣ୍ଟ ଚର୍ଚ୍ଚାକୁ ଜୋରଦାର କରିଥିଲା । ମୋଦୀ ଗ୍ୟାରେଣ୍ଟି ସମାବେଶରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଧୋଇ ଦେଇଥିଲେ ମଧ୍ୟ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ପଦୁଟିଏ କହି ନ ଥିଲେ । ଓଲଟି ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଲୋକଙ୍କୁ ଜଣାଇ ଦେଇଥିଲେ ।
ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟର ବିକାଶ ପାଇଁ ତାଙ୍କର ସହଯୋଗ ଲୋଡ଼ିଥିଲେ ।

ଉଭୟ କେନ୍ଦ୍ର ଓ ରାଜ୍ୟ ମୁଖ୍ୟଙ୍କ ଏହି ସମୀକରଣରୁ ମେଣ୍ଟ ଚର୍ଚ୍ଚା ବଢ଼ିଥିବା ବେଳେ ଆଜି ଦୁଇଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଏଥିରେ ଦାନା ଧରାଇଛି । ସଂଧ୍ୟା ସୁଦ୍ଧା କିଛି ଗୋଟାଏ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଅନୁମାନ କରାଯାଉଛି ।

Previous Post

CM launches Nabin Odisha Magic Card Registration from Malkangiri

Next Post

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା

Next Post
କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA