Saturday, July 4, 2026 09:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଲାଙ୍ଗୀରରେ ଉନ୍ମତ୍ତ ପ୍ରେମିକର ହାଇଡ୍ରାମା

୫ ଘଣ୍ଟାର ଆତଙ୍କରାଜ ପରେ ପୁଲିସ କାବୁ କଲା

by Our Correspondent
15 Jun, 2021- 05:37 PM
in Latest News, News
1 min read
0
ବଲାଙ୍ଗୀରରେ ଉନ୍ମତ୍ତ ପ୍ରେମିକର ହାଇଡ୍ରାମା

ବଲାଙ୍ଗୀର/ଭୁବନେଶ୍ୱର: ବନ୍ଧୁକଧାରୀ ଅଜଣା ଯୁବକଟି ହଠାତ୍ ଭଦ୍ରବ୍ୟକ୍ତିଙ୍କ ଘର ଭିତରକୁ ପଶିଆସିଲା । କେହି କିଛି ବୁଝିବା ପୂର୍ବରୁ ଘର ମୁରବୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକେଇବା ଆରମ୍ଭ କଲା । ତୁମ ଭାଣିଜୀକୁ ଡାକ, ନଚେତ୍ ଗୁଳି କରିଦେବି ବୋଲି ଚିଲ୍ଲେଇଲା । ଭଦ୍ରଲୋକଙ୍କ ପତ୍ନୀ ଓ ନାବାଳକ ପୁଅକୁ ମଧ୍ୟ ବନ୍ଧୁକ ମୁନରେ ଚୁପ୍ କଲା । ପାଖକୁ ଯିଏ ଆସିବ, ଗୁଳି କରିଦେବ ବୋଲି ଚିକ୍ରାର କଲା । ପୁଲିସ ଓ ଅଗ୍ନିଶମ ବାହିନୀ କୌଶଳକ୍ରମେ ଘରର ପଛ ଝରକା ବାଟେ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଥିଲା ବେଳେ ଖୋଦ୍ ଏସପିଙ୍କ ନେତୃତ୍ୱରେ ପୁଲିସ ଅପରେସନ୍ ଜରିଆରେ ଆତଙ୍କୀ ଯୁବକକୁ କାବୁ କରିଛି ।

ଆଜି ବଲାଙ୍ଗୀରର ଏହି ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଟାଉନ୍ ଥାନା ଅନ୍ତର୍ଗତ ଶାନ୍ତିପଡ଼ା ବାସିନ୍ଦା ଦିବ୍ୟଲୋଚନ ହୋତାଙ୍କ ଘରେ ପଶି ଭୟଙ୍କର କାଣ୍ଡ ଭିଆଇଛି ବିକ୍ରମ ପଣ୍ଡା ନାମକ ଜଣେ ଯୁବକ । ବଲାଙ୍ଗୀର ମହିଳା କଲେଜ ପାଖରେ ଇଣ୍ଟରନେଟ୍ କାଫେ ବ୍ୟବସାୟ କରୁଥିବା ଏହି ଯୁବକ ଏକପାଖିଆ ପ୍ରେମରେ ମତୁଆଲା ହୋଇ ଏଭଳି ପାଗଳ କାଣ୍ଡ କରିଥିବା ଜଣାପଡ଼ିଛି ।

ଆଜି ସକାଳ ୯ଟା ପାଖାପାଖି ବେଳେ ବିକ୍ରମ ହଠାତ୍ ପଶି ଆସିଥିଲା ଦିବ୍ୟଲୋଚନ ହୋତାଙ୍କ ଘରକୁ । ସେତେବେଳେ ଶ୍ରୀ ହୋତା ପୂଜା କରୁଥିଲେ । ଭାବିଲେ, ଏସି ନଚେତ୍ ବିଦ୍ୟୁତ ସଜାଡ଼ିବା ଲୋକ ହୋଇଥିବେ । ମାତ୍ର ଯୁବକଟି ଭିତରପଟୁ କବାଟ ଦେଇ ପାଖରେ ରଖିଥିବା ବନ୍ଧୁକକୁ ତାଙ୍କ ମୁଣ୍ଡରେ ଲଗାଇଦେଲା । ତୁମ ଭାଣିଜୀ କେଉଁଠି ଅଛି ଡାକ, ନହେଲେ ଗୁଳି କରିଦେବି ବୋଲି କହିଲା । ଶ୍ରୀ ହୋତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ବି ଧମକାଇଲା । ଭାଣିଜୀକୁ ଡାକି ନ ଆଣିଲା ପର୍ଯ୍ୟନ୍ତ ଏଇଠି ରହିଲ କହି ସମସ୍ତଙ୍କୁ ପଣବନ୍ଦୀରେ ରଖିଲା ।

ତେବେ କୌଶଳକ୍ରମେ ହୋତାଙ୍କ ପରିବାର ଏକ ରୁମ୍ ଭିତରକୁ ଖସିଆସି ଭିତରୁ କବାଟ ଦେଇଦେଲେ । ବିକ୍ରମ ଗର୍ଜନ ତର୍ଜନ କରି କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରି ନ ଥିଲା । ଇତିମଧ୍ୟରେ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଖବର ପାଇ ସେଠାରେ ପହଞ୍ଚି ସାରିଥିଲେ ଏବଂ ୩ ପରିବାର ସଦସ୍ୟଙ୍କ ଉଦ୍ଧାର ଅପରେସନ୍ ରେ ଲାଗିଯାଇଥିଲେ । ସେଥିପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସେହି ରୁମ୍ ର ପଛ ଝରକା ବାଟେ ସେମାନଙ୍କୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ ।

ସେପଟେ ଘର ଭିତରେ ପାଗଳ ପଶୁ ଭଳି ଉତ୍ପାତ କରିଥିଲା ଛୁରୀ ଓ ବନ୍ଧୁକଧାରୀ ବିକ୍ରମ । ଆଗକୁ ଯିଏ ଆସିବ ଗୁଳି କରିଦେବ ବୋଲି ଚିକ୍ରାର କଲା । ବିକ୍ରମର ୪ ଜଣ ଭଲ ସାଙ୍ଗକୁ ପୁଲିସ ଡାକି ତାକୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା । ମାତ୍ର ବିକ୍ରମ କାହାରି ସାଙ୍ଗରେ କଥା ହୋଇ ନ ଥିଲା । ଏଠିକି କେହି ଆସନି ବୋଲି ଧମକେଇଥିଲା । ଶେଷରେ ବଲାଙ୍ଗୀର ଏସପି ନୀତିନ କୁଶଲକର ନିଜେ ଘର ଭିତରକୁ ପଶିଥିଲେ । ସାଙ୍ଗରେ ଥିଲେ ବଲାଙ୍ଗୀର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସି । ବିକ୍ରମକୁ କାବୁ କରିବାକୁ ବହୁ କୌଶଳ ପ୍ରୟୋଗ କରାଯାଇଥିଲା । ମାତ୍ର ପୁଲିସକୁ ଦେଖି ସେ ନଇଁବା ପରିବର୍ତ୍ତେ ଦୁଇ ତିନି ରାଉଣ୍ଡ ଗୁଳି କରିଥିଲା । ପରେ ଏସପି ଓ ତାଙ୍କ ବାହିନୀ ତାକୁ କାବୁ କରିଥିଲେ ।

ପୁଲିସ କାବୁ କଲା ପରେ ମଧ୍ୟ ବିକ୍ରମ ଶାନ୍ତ ପଡ଼ି ନ ଥିଲା । ହିଂସ୍ର ଆଚରଣ ଜାରି ରଖିଥିଲା । ତାଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇ ପଚରାଉଚୁରା କଲା ପରେ ପୁଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ ରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବିକ୍ରମ ଏକପାଖିଆ ଭଲ ପାଉଥିଲେ । ବିକ୍ରମ ତାଙ୍କୁ ବାହା ହେବା ପ୍ରସ୍ତାବ ଦେବା ପରେ ସେ ମନା କରିଦେଇଥିଲେ । ସଂପୃକ୍ତ ଯୁବତୀ ହୋତା ପରିବାରର ସମ୍ପର୍କୀୟ ।

Previous Post

ନକଲି ଔଷଧ କାରବାର: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Next Post

୧୭ ଜିଲ୍ଲାରେ ଆଂଶିକ କଟକଣା, ୧୩ ଜିଲ୍ଲାରେ ଆଂଶିକ କୋହଳ

Next Post
୧୭ ଜିଲ୍ଲାରେ ଆଂଶିକ କଟକଣା, ୧୩ ଜିଲ୍ଲାରେ ଆଂଶିକ କୋହଳ

୧୭ ଜିଲ୍ଲାରେ ଆଂଶିକ କଟକଣା, ୧୩ ଜିଲ୍ଲାରେ ଆଂଶିକ କୋହଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA