Saturday, July 4, 2026 08:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୭ ଜିଲ୍ଲାରେ ଆଂଶିକ କଟକଣା, ୧୩ ଜିଲ୍ଲାରେ ଆଂଶିକ କୋହଳ

ସପ୍ତାହାନ୍ତ ସଟଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଜାରି

by Our Correspondent
16 Jun, 2021- 02:50 PM
in Latest News, News
1 min read
0
୧୭ ଜିଲ୍ଲାରେ ଆଂଶିକ କଟକଣା, ୧୩ ଜିଲ୍ଲାରେ ଆଂଶିକ କୋହଳ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଅନଲକ ଆରମ୍ଭ ହୋଇଛି । ଆଉ ଦୁଇସପ୍ତାହ ଅର୍ଥାତ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆଶିଂକ ଲକଡାଉନ୍ କଟକଣା ରହିବ । ସମଗ୍ର ରାଜ୍ୟକୁ କାଟାଗୋରି-ଏ ଏବଂ କାଟାଗୋରି-ବି ଏଭଳି ଦୁଇଟି ଭାଗରେ ବିଭକ୍ତ କରାଯାଇ ଲକଡାଉନ୍ କଟକଣା କୋହଳ କରାଯାଇଛି । ତେବେ ସମଗ୍ର ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଜାରି ରହିବ ।

କାଟାଗୋରି-ଏ ଅନ୍ତର୍ଗତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଟି ଜିଲ୍ଲାରେ ସକାଳ ୬ ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ମାତ୍ର ମଲ୍, ସେଲୁନ୍, ସ୍ପା, ସୁଇମିଂ ପୁଲ୍, ସିନେମା ହଲ୍, ପାର୍କ କିନ୍ତୁ ଖୋଲିବ ନାହିଁ । କାଟାଗୋରି-ବି ରେ ଉପକୂଳବର୍ତ୍ତୀ ୧୩ ଜିଲ୍ଲାରେ ସକାଳ ୬ ରୁ ଦିନ ୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଏହି ଜିଲ୍ଲାଗୁଡ଼ିକରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଉଠାଦୋକାନରେ ଖାଦ୍ୟ ବିକ୍ରୀକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ସେମାନେ କେବଳ ପାର୍ସଲ ଦେବେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଅବିଭକ୍ତ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ଗଞ୍ଜାମ, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ କାଟାଗୋରୀ-ଏ ରେ ରଖାଯାଇଛି । ଏଥିରେ ଥିବା ୧୭ଟି ଜିଲ୍ଲାରେ ସଂକ୍ରମଣ ହାର ୫% ରୁ କମ ଅଛି । ଅନ୍ୟପକ୍ଷରେ ଢ଼େଙ୍କାନାଳ, ଅନୁଗୁଳ ସମେତ ଉପକୂଳବର୍ତ୍ତୀ ୧୩ ଟି ଜିଲ୍ଲାରେ ସଂକ୍ରମଣ ୫% ଉପରେ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହି ଆଂଶିକ ଲକଡାଉନରେ ଲୋକଙ୍କୁ ମର୍ଣ୍ଣିଂ ୱାକ୍, ଜଗିଂ ଏବଂ ସାଇକେଲିଂ ପାଇଁ ସକାଳୁ ୩ ଘଣ୍ଟା ସମୟ ଦିଆଯାଇଛି । ସପ୍ତାହର ୫ ଦିନ ସକାଳ ୬ ରୁ ୯ଟା ପର୍ଯ୍ୟନ୍ତ ସେମାନେ ଏହା କରିପାରିବେ ।

ତେବେ ପୂର୍ବଭଳି ସମଗ୍ର ରାଜ୍ୟରେ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ରହିବ । ସାମାଜିକ, ଧାର୍ମିକ, କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ବାହାଘର ଓ ଅନ୍ତଷ୍ଟିକ୍ରିୟା କଟକଣା ଆଦି ଜାରି ରହିବ । ସରକାରୀ ଓ ବେସରକାରୀ ଅଫିସଗୁଡ଼ିକ ୫୦% କର୍ମଚାରୀରେ ଅଫିସ ଚଳାଇବେ । ବସ ଚଳାଚଳ ବନ୍ଦ ରହିବ ।

ଯେଉଁଠି ସଂକ୍ରମଣ ବଢ଼ିବ ସେଠାରେ ପୁନର୍ବାର କଟକଣା ଜାରି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ସ୍ଥାନୀୟ ପରିସ୍ଥିତି ଦେଖି ସେମାନେ ନିଷ୍ପତ୍ତି ନେବେ ।

ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏବେ ବି ଦୈନିକ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ସୁତରାଂ ସଂକ୍ରମଣ ଭୟ ଚାଲିଗଲା ବୋଲି ଲୋକେ ଭାବିବା ଠିକ୍ ନୁହେଁ । ବରଂ ଏଇ ବର୍ଷା ଋତୁରେ ଲୋକେ ଅଧିକ ସତର୍କତା ରହିବାକୁ ଅନୁରୋଧ କରାଯାଇଛି । ବିନା କାମରେ କେହି ବାହାରକୁ ବାହାରନ୍ତୁ ନାହିଁ । କାମରେ ଗଲେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

Previous Post

ବଲାଙ୍ଗୀରରେ ଉନ୍ମତ୍ତ ପ୍ରେମିକର ହାଇଡ୍ରାମା

Next Post

ଜୁଲାଇ ୨୫ ଯାଏଁ ଖୋଲିବନି ଶ୍ରୀମନ୍ଦିର

Next Post
ଜୁଲାଇ ୨୫ ଯାଏଁ ଖୋଲିବନି ଶ୍ରୀମନ୍ଦିର

ଜୁଲାଇ ୨୫ ଯାଏଁ ଖୋଲିବନି ଶ୍ରୀମନ୍ଦିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA