ଭୁବନେଶ୍ୱର: ଓଡ଼ିଶାରେ ୫-ଜି ଟେଲିକମ୍ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏୟାରଟେଲ୍ ଓ ଜିଓ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ଏହି ସେବା ଆରମ୍ଭ ହୋଇଛି । ଦୁଇବର୍ଷ ଭିତରେ ରାଜ୍ୟର କୋଣ ଅନୁକୋଣରେ ୫-ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାବର୍ଷ ବିଏସଏନଏଲର ୫ଜି ସେବା ଆରମ୍ଭ ହେବ ।








